ଫିଫା ବିଶ୍ୱକପ: ଟୁନିସିଆକୁ ହରାଇ ଦ୍ୱିତୀୟରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଦୋହା: ପ୍ରଥମ ମ୍ୟାଚ୍‌ରେ ‍ଫ୍ରାନ୍ସ ଠାରୁ ହାରିଥିବା ଅଷ୍ଟ୍ରେଲିଆ ଆଜି ଜବରଦସ୍ତ କମବ୍ୟାକ କରିଛି। ଆଜି ଫିଫା ବିଶ୍ୱକପର ଗୋଟିଏ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଟୁନିସିଆକୁ ହରାଇ ଦେଇଛି। ଏଥିସହ ଗ୍ରୁପ୍‌ ଡି’ର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଫ୍ରାନ୍ସ ପୂର୍ବଭଳି ପ୍ରଥମ ସ୍ଥାନରେ ରହିଛି। ମ୍ୟାଚ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ବାରମ୍ବାର ଟୁନିସିଆର ଡି’ରେ ପ୍ରବେଶ କରି ଗୋଲ ସ୍କୋରର ସୁଯୋଗୁ ସୃଷ୍ଟି କରିଥିଲା। ଏହାର […]

aus

  • Published: Saturday, 26 November 2022
  • , Updated: 26 November 2022, 08:12 PM IST

ଦୋହା: ପ୍ରଥମ ମ୍ୟାଚ୍‌ରେ ‍ଫ୍ରାନ୍ସ ଠାରୁ ହାରିଥିବା ଅଷ୍ଟ୍ରେଲିଆ ଆଜି ଜବରଦସ୍ତ କମବ୍ୟାକ କରିଛି। ଆଜି ଫିଫା ବିଶ୍ୱକପର ଗୋଟିଏ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଟୁନିସିଆକୁ ହରାଇ ଦେଇଛି। ଏଥିସହ ଗ୍ରୁପ୍‌ ଡି’ର ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛି। ଫ୍ରାନ୍ସ ପୂର୍ବଭଳି ପ୍ରଥମ ସ୍ଥାନରେ ରହିଛି।

ମ୍ୟାଚ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆ ଆଟାକିଂ ଖେଳ ପ୍ରଦର୍ଶନ କରିଥିଲା। ବାରମ୍ବାର ଟୁନିସିଆର ଡି’ରେ ପ୍ରବେଶ କରି ଗୋଲ ସ୍କୋରର ସୁଯୋଗୁ ସୃଷ୍ଟି କରିଥିଲା। ଏହାର ଫାଇଦା ମଧ୍ୟ ଦଳକୁ ମିଳିଥିଲା। ମ୍ୟାଚ୍‌ର ୨୩ତମ ମିନିଟ୍‌ରେ ମିଚେଲ ଡୁକ ଚମତ୍କାର ଢଙ୍ଗରେ ଗୋଟିଏ କ୍ରସ ପାସ୍‌କୁ ଗୋଲରେ ପରିଣତ କରି ଅଷ୍ଟ୍ରେଲିଅରକୁ ୧-୦ରେ ଆଗୁଆ କରି ଦେଇଥିଲା। ସଂଯୋଗବଶତଃ ଚଳିତ ଫିଫା ବିଶ୍ୱକପରେ ଏହା ୫୦ତମ ଗୋଲ ମଧ୍ୟ ଥିଲା।

ଏହାପରେ ଟୁନିସିଆ ସ୍ଥିତି ବରାବର କରିବାକୁ ଜୋରଦାର ଚେଷ୍ଟା କରିଥିଲା। ମ୍ୟାଚ୍‌ର ୪୦ତମ ମିନିଟରେ ଦଳକୁ ଗୋଲ କରିବାର ସୁଯୋଗ ମିଳିଥିଲେ ମଧ୍ୟ ଠିକଣା ସମୟରେ ହ୍ୟାରୀ ସୋଉଟାରଙ୍କ ବ୍ଲକ ଅଷ୍ଟ୍ରେଲିଆକୁ ରକ୍ଷା କରିଦେଇଥିଲା। ପ୍ରଥମ ହାଫର ଷ୍ଟପେଜ ଟାଇମରେ ଟୁନିସିଆ ଅଧିନାୟକ ୟୁସୁଫ ମସକାନିଙ୍କ ପାଖରେ ପୁଣି ଗୋଲ କରିବାର ସୁଯୋଗ ଥିଲା। ହେଲେ ତାଙ୍କ ଶଟ ଟାର୍ଗେଟକୁ ମିସ କରି ଯାଇଥିଲା।

ହାଫ ଟାଇମ ସୁଦ୍ଧା ଅଷ୍ଟ୍ରେଲିଆ ୧-୦ରେ ଆଗରେ ରହିଥିଲା। ଦ୍ୱିତୀୟ ହାଫରେ ଅଷ୍ଟ୍ରେଲିଆ ଘନଘନ ଆକ୍ରମଣ କରିଥିଲା। ଟୁନିସିଆ ମଧ୍ୟ କାଉଣ୍ଟର ଆଟାକ କରିବାକୁ ଭୁଲି ନଥିଲା। ଦୁଇ ଦଳ ଏକାଧିକ ଥର ପରସ୍ପରର ଡି’ରେ ପ୍ରବେଶ କରିଥିଲେ ମଧ୍ୟ ଗୋଲ କରିବାରେ ସକ୍ଷମ ହୋଇ ନଥିଲେ। ଶେଷରେ ଅଷ୍ଟ୍ରେଲିଆ ୨୩ତମ ମିନିଟ୍‌ରେ ଡୁକଙ୍କ ଏକମାତ୍ର ଗୋଲ ବଳରେ ଟୁନିସିଆକୁ ୧-୦ରେ ହରାଇ ବିଶ୍ୱକପରେ ନିଜର ପ୍ରଥମ ବିଜୟ ହାସଲ କରିଛି।

Related story