ବିଶ୍ୱକପରେ ବଡ଼ ବିପର୍ଯ୍ୟୟ: ବିଦା ହେଲେ ବେଲଜିୟମ ଓ ଜର୍ମାନୀ

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଫିଫା ରାଙ୍କିଙ୍ଗର ୨ ନଂ ଦଳ ବେଲଜିୟମ ଚଳିତ ବର୍ଷ ଗ୍ରୁପ ଷ୍ଟେଜରୁ ହିଁ ବିଦାୟ ନେଇଛି। ସେହିପରି ୪ଥରର ବିଶ୍ୱ ବିଜେତା ଜର୍ମାନୀ ମଧ୍ୟ ରାଉଣ୍ଡ ୧୬ରେ ପହଞ୍ଚିବାକୁ ଅକ୍ଷମ ହୋଇଛି। ଗ୍ରୁଫ ଏଫରୁ ମରକୋ ଓ କ୍ରୋଏସିଆ ନକ୍‌ଆଉଟ୍‌ରେ ପ୍ରବେଶ କରିଛନ୍ତି। ସେହିପରି ଗ୍ରୁପ ଇରୁ ଜାପାନ ଓ ସ୍ପେନ ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି। ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମରକୋ […]

belgium

  • Published: Friday, 02 December 2022
  • , Updated: 02 December 2022, 08:26 AM IST

ଦୋହା: କତାରରେ ଚାଲିଥିବା ଫିଫା ଫୁଟବଲ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଫିଫା ରାଙ୍କିଙ୍ଗର ୨ ନଂ ଦଳ ବେଲଜିୟମ ଚଳିତ ବର୍ଷ ଗ୍ରୁପ ଷ୍ଟେଜରୁ ହିଁ ବିଦାୟ ନେଇଛି। ସେହିପରି ୪ଥରର ବିଶ୍ୱ ବିଜେତା ଜର୍ମାନୀ ମଧ୍ୟ ରାଉଣ୍ଡ ୧୬ରେ ପହଞ୍ଚିବାକୁ ଅକ୍ଷମ ହୋଇଛି। ଗ୍ରୁଫ ଏଫରୁ ମରକୋ ଓ କ୍ରୋଏସିଆ ନକ୍‌ଆଉଟ୍‌ରେ ପ୍ରବେଶ କରିଛନ୍ତି। ସେହିପରି ଗ୍ରୁପ ଇରୁ ଜାପାନ ଓ ସ୍ପେନ ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି।

ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମରକୋ ୨-୧ ଗୋଲ୍‌ରେ କାନଡାକୁ ହରାଇଥିଲା ବେଳେ କ୍ରୋଏସିଆ ଓ ବେଲଜିୟମ୍‌ ମଧ୍ୟରେ ମ୍ୟାଚ୍‌ ଅମୀମାଂସିତ (୦-୦) ରହିଥିଲା। ଫଳରେ ୨ ବିଜୟରୁ ୭ ପଏଣ୍ଟ ପାଇ ମରକୋ ଗ୍ରୁପ୍‌ ବିଜେତା ହୋଇଥିଲା। ୧୯୮୬ ମସିହା ପରେ ମରକୋ କୌଣସି ବିଶ୍ୱକପର ରାଉଣ୍ଡ ୧୬ ବା ନକଆଉଟରେ ପହଞ୍ଚିଛି। ସେହିପରି କ୍ରୋଏସିଆ ୧ ବିଜୟ ଓ ୨ ଅମୀମାଂସିତ ମ୍ୟାଚ୍‌ରୁ ୫ ପଏଣ୍ଟ ପାଇ ରାଉଣ୍ଡ ୧୬କୁ ଯାଇଛି।

୨୦୧୮ ରୁଷରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପରେ ବେଲ୍‌ଜିୟମ୍‌ କାଂସ୍ୟ ପଦକ ବା ତୃତୀୟ ସ୍ଥାନରେ ରହିଥିଲା। କିନ୍ତୁ ଚଳିତ ବର୍ଷ ମରକୋ ଠାରୁ ଅପ୍ରତ୍ୟାଶିତ ଭାବେ ହାରିବା ଓ ୨୦୧୮ର ରନର୍ସଅପ କ୍ରୋଏସିଆ ସହ ମ୍ୟାଚ୍‌କୁ ଡ୍ର ରଖିବା ବେଲଜିୟମକୁ ମହଙ୍ଗା ପଡ଼ିଛି। ଏହି କାରଣରୁ ଗ୍ରୁପ ଷ୍ଟେଜରୁ ବେଲଜିୟମ ଓ କାନାଡା ଦୁଃଖଦ ବିଦାୟ ନେଇଛନ୍ତି।

ଅନ୍ୟପକ୍ଷରେ ଗ୍ରୁପ ଇରୁ ଜାପାନ ଓ ସ୍ପେନ ପରବର୍ତ୍ତୀ ରାଉଣ୍ଡକୁ ଯାଇଛନ୍ତି। ଏହି ଗ୍ରୁପରେ ଜର୍ମାନୀ ମଧ୍ୟ ରହିଥିଲ। ଗୁରୁବାର ଜର୍ମାନୀ ୪-୨ରେ କୋଷ୍ଟାରିକାକୁ ହରାଇଥିଲେ ବି ଗୋଲ ବ୍ୟବଧାନ ବଳରେ ସ୍ପେନ ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଜାପାନ ଓ ସ୍ପେନ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ଜର୍ମାନୀ ଓ କୋଷ୍ଟାରିକା ମୁହାଁମୁହିଁ ହୋଇଥିଲେ।

ପ୍ରଥମ ମ୍ୟାଚ୍‌ରେ ଜର୍ମାନୀକୁ ଜଳକା କରିଥିବା ଜାପାନ ଶେଷ ଲିଗ୍‌ ମ୍ୟାଚ୍‌ରେ ସ୍ପେନକୁ ମଧ୍ୟ ହରାଇ ଦେଇଛି। ୧-୦ରେ ଲିଡ୍‌ କରୁଥିବା ଶକ୍ତିଶାଳୀ ସ୍ପେନ ଶେଷରେ ଜାପାନ ଠାରୁ ୨-୧ରେ ଅପ୍ରତ୍ୟାଶିତ ଭାବେ ହାରି ଯାଇଛି। ତେଣୁ ଜାପାନ ପ୍ରଥମ ସ୍ଥାନରେ ରହି ନକଆଉଟରେ ପହଞ୍ଚିଛି।

ଥୋମାସ ମୁଲରଙ୍କ ଜର୍ମାନୀ ପାଇଁ ଗତକାଲିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଦଳ ଏହାକୁ ୪-୨ରେ ଜିତିଥିଲା ମଧ୍ୟ। ହେଲେ କୋଷ୍ଟାରିକା ବିପକ୍ଷରେ ୨ଟି ଗୋଲ ବରଣ କରିବା ଦଳକୁ ମହଙ୍ଗା ପଡ଼ିଛି। ଗୋଲ ବ୍ୟବଧାନ ବଳରେ ସ୍ପେନ ଏହି ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ ରାଉଣ୍ଡ ଅଫ ୧୬କୁ ଯାଇଛି। ଉଭୟ ସ୍ପେନ ଓ ଜର୍ମାନୀର ପଏଣ୍ଟ ସଂଖ୍ୟା ୪ ରହିଥିଲା।

ଏବେ ରାଉଣ୍ଡ ୧୬ରେ ଜାପାନର ମୁକାବିଲା ୨୦୧୮ର ରନର୍ସଅପ କ୍ରୋଏସିଆ ଓ ସ୍ପେନର ମୁକାବିଲା ୧୯୮୬ ମସିହା ପରେ ପ୍ରଥମଥର ନକଆଉଟରେ ପହଞ୍ଚିଥିବା ମରକୋ ସହ ହେବ।

Related story