ଓଡ଼ିଆ କାରିଗରଙ୍କ ଯାଦୁରେ ଚମକୁଛି ଫିଫା ବିଶ୍ୱକପ୍‌ ଷ୍ଟାଡିୟମ୍‌

ପଟ୍ଟାମୁଣ୍ଡାଇ (ପ୍ରବୀର ପ୍ରଧାନ): ଫୁଟ୍‌ବଲ ମହାକୁମ୍ଭ ‘ଫିଫା ବିଶ୍ୱକପ୍‌’ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ରବିବାର ଆରମ୍ଭ ହୋଇଛି। କତାରରେ ଚାଲିଥିବା ଏହି ମହାକୁମ୍ଭ ଡିସେମ୍ୱର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ  ୩୨ଟି ଦେଶର ଖେଳାଳି ମୋଟ ୬୪ଟି ମ୍ୟାଚ୍‌ ଖେଳିବେ। କିନ୍ତୁ ଏହି ମହାକୁମ୍ଭରେ ଭାଗ ନେବାକୁ ସୁଯୋଗ ପାଇନି ଭାରତ। ହେଲେ ‘ଫିଫା ବିଶ୍ୱକପ୍‌’ ପାଇଁ ଚର୍ଚ୍ଚାରେ ରହିଛି ଓଡ଼ିଶା। ପଡ଼ିଆ ନିର୍ମାଣରେ ରହିଛି ଭାରତୀୟ ତଥା ଓଡ଼ିଆ କାରିଗରଙ୍କ ଯାଦୁ। କେନ୍ଦ୍ରାପଡ଼ାର ପ୍ଲମ୍ବର, […]

Patamundai

  • Published: Monday, 21 November 2022
  • , Updated: 21 November 2022, 10:00 PM IST

ପଟ୍ଟାମୁଣ୍ଡାଇ (ପ୍ରବୀର ପ୍ରଧାନ): ଫୁଟ୍‌ବଲ ମହାକୁମ୍ଭ ‘ଫିଫା ବିଶ୍ୱକପ୍‌’ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ରବିବାର ଆରମ୍ଭ ହୋଇଛି। କତାରରେ ଚାଲିଥିବା ଏହି ମହାକୁମ୍ଭ ଡିସେମ୍ୱର ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ  ୩୨ଟି ଦେଶର ଖେଳାଳି ମୋଟ ୬୪ଟି ମ୍ୟାଚ୍‌ ଖେଳିବେ। କିନ୍ତୁ ଏହି ମହାକୁମ୍ଭରେ ଭାଗ ନେବାକୁ ସୁଯୋଗ ପାଇନି ଭାରତ। ହେଲେ ‘ଫିଫା ବିଶ୍ୱକପ୍‌’ ପାଇଁ ଚର୍ଚ୍ଚାରେ ରହିଛି ଓଡ଼ିଶା। ପଡ଼ିଆ ନିର୍ମାଣରେ ରହିଛି ଭାରତୀୟ ତଥା ଓଡ଼ିଆ କାରିଗରଙ୍କ ଯାଦୁ। କେନ୍ଦ୍ରାପଡ଼ାର ପ୍ଲମ୍ବର, ଫିଟର, ଫୋରମ୍ୟାନ୍‌ ପ୍ରମୁଖ ଷ୍ଟାଡିୟମ୍‌ ନିର୍ମାଣରେ ନିୟୋଜିତ ହୋଇଥିବା ଜଣାପଡ଼ିଛି।

ଫିଫା ବିଶ୍ୱକପ୍‌ ପାଇଁ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟ ୨୦୧୦ ମସିହା ପରଠୁ ଆରମ୍ଭ ହୋଇଥିଲା। ପଟ୍ଟାମୁଣ୍ଡାଇ ବ୍ଲକ୍‌ର ଇମିଗ୍ରେସନ୍‌ କନ୍ସଲଟାଣ୍ଟ୍ ସଂସ୍ଥା କତାରରେ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟରେ ନିୟୋଜିତ କାରିଗରଙ୍କ ଭିସା ଓ ବିଦେଶ ଯାତ୍ରା ସଂକ୍ରାନ୍ତ ଅନ୍ୟାନ୍ୟ ପ୍ରମାଣପତ୍ର ଯୋଗାଡ଼ କରିଥିଲା। ଏହାଛଡ଼ା ସେଠାରେ ପହଞ୍ଚିବାର ସମସ୍ତ ବନ୍ଦୋବସ୍ତ ମଧ୍ୟ କରିଥିଲା।

ପଟ୍ଟାମୁଣ୍ଡାଇ ବ୍ଲକ୍‌ ଖଡ଼ିପାଳ ଗାଁର ବିଶ୍ୱନାଥ ମହାଳିକ ୨୦୧୪ ମସିହାରୁ କାତାରରେ ଏକ ନିର୍ମାଣକାରୀ କମ୍ପାନୀରେ କାମ କରୁଛନ୍ତି। ଯେଉଁ କମ୍ପାନୀ କାତାରରେ ଲୁସାଇଲ୍‌ ଷ୍ଟାଡିୟମ୍‌ ନିର୍ମାଣ କରୁଥିଲା। ଏଥିପାଇଁ ଆବଶ୍ୟକ ହେଉଥିବା କାରିଗରଙ୍କୁ ଶ୍ରୀ ମହାଳିକ କେନ୍ଦ୍ରାପଡ଼ା ଜିଲ୍ଲାରୁ ନେଇଥିଲେ।

ସେ ପ୍ରାୟ ୪୦୦ ପ୍ଲମ୍ବର, ଫିଟର, ଫୋରମ୍ୟାନଙ୍କୁ ନେଇଥିଲେ। ଏମାନେ ସମସ୍ତେ ଲୁସାଇଲ ଷ୍ଟାଡିୟମ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏମାନଙ୍କ ହାତ ସ୍ପର୍ଶରେ ଆଜି କତାରର ସବୁଠୁ ବଡ଼ ଷ୍ଟାଡିୟମ୍‌ ଖେଳ ପାଇଁ ପ୍ରସ୍ତୁତ ହୋଇପାରିଛି। ଜିଲ୍ଲାର ଅନ୍ୟ ପ୍ଲମ୍ବର, ଫିଟର ଓ ଇଲେକ୍ଟ୍ରିଶିଆନ୍‌ ନବନିର୍ମିତ ଷ୍ଟାଡିୟମର ପରିଚାଳନା ଓ ଅନ୍ୟ ଅଟ୍ଟାଳିକା ନିର୍ମାଣ କାମରେ ନିୟୋଜିତ ହୋଇଥିଲେ। ତେବେ ଏଭଳି ଏକ ବଡ଼ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି କାରିଗର।

ଶୀଳ୍ପବିହୀନ କେନ୍ଦ୍ରାପଡ଼ା ଜିଲ୍ଲାର ପାଣିପାଇପ୍‌ ମିସ୍ତ୍ରି ଓ କାରିଗରଙ୍କର ଦେଶ ଏବଂ ବିଦେଶରେ ବେଶ୍‌ ଚାହିଦା ରହିଛି। କତାରରେ ଫିଫା ବିଶ୍ୱକପ୍ ହେବା ନେଇ ଘୋଷଣା ପରେ ଏହି ଜିଲ୍ଲାର ଅନେକ କାରିଗରଙ୍କୁ ନୂଆ ରୋଜଗାର ଆଣିଦେଇଥିଲା। କେନ୍ଦ୍ରାପଡା ଅଞ୍ଚଳର ଶହ ଶହ ପିଲା କତାରରେ ନିର୍ମାଣ ହୋଇଥିବା ଷ୍ଟାଡିୟମରେ ନିଖୁଣ କାମ କରିଥିବାରୁ ପରିବାର ଲୋକେ ଓ ସ୍ଥାନୀୟ ଅଞ୍ଚଳ ଗର୍ବିତ ହୋଇଛନ୍ତି।

Related story