Advertisment

ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରବାଈ ଚାନୁ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪ ବର୍ଷ ତଳେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଚାନୁ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ଏଥର ମଧ୍ୟ ସେ ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ନାଚରେ ସେ ରେକର୍ଡ ୮୮ […]

author-image
Hemant Lenka
ଅଦ୍ୟତନ ହୋଇଛି
ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରବାଈ ଚାନୁ

Mirabai

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪ ବର୍ଷ ତଳେ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଚାନୁ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ଏଥର ମଧ୍ୟ ସେ ୪୯ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

Advertisment

ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସ୍ନାଚରେ ସେ ରେକର୍ଡ ୮୮ କେଜି ଓଜନ ଉଠାଇଛନ୍ତି। ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୭ କେଜି ଥିଲା। ହେଲେ ଆଜି ସେ ୮୮ କେଜି ଓଜନ ଉଠାଇଛନ୍ତି। ଉଭୟ ସ୍ନାଚ ଓ କ୍ଲିନ ଆଣ୍ଡ ଜର୍କରେ ଚାନୁ ମୋଟ ୧୮୯ କେଜି ଓଜନ ଉଠାଇ ଭାରତର ଟେକ ରଖିଛନ୍ତି।

ସ୍ନାଚ ଇଭେଣ୍ଟରେ ଚାନୁ ପ୍ରଥମ ପ୍ରୟାସରେ ୮୪ କେଜି ଓଜନ ଉଠାଇଥିଲେ। ଏହାପରେ ସେ ୮୮ କେଜି ଓଜନକୁ ବେଶ ସହଜରେ ଲିଫ୍ଟ କରିଥିଲେ। କିନ୍ତୁ ତୃତୀୟ ପ୍ରାୟସରେ ସେ ୯୦ କେଜି ଓଜନ ଉଠାଇବାକୁ ଚେଷ୍ଟା କରି ଫେଲ ମାରିଥିଲେ। କିନ୍ତୁ ୮୮ କେଜି ଓଜନ ଉଠାଇ ସେ ଦ୍ୱିତୀୟ ସ୍ଥାନରେ କାନାଡାର ହାନା କାମିନସ୍କିଙ୍କ ଠାରୁ ଅଧିକ ୧୪ କେଜି ଉଠାଇବାର ରେକର୍ଡ କରିଥିଲେ।

Advertisment

ଏହାପରେ କ୍ଲିନ ଆଣ୍ଡ ଜର୍କ ଇଭେଣ୍ଟ ଆରମ୍ଭ ହୋଇଥିଲା। ଏଥିରେ ମଧ୍ୟ ଚାନୁଙ୍କ ଦବଦବା ଦେଖିବାକୁ ମିଳିଥିଲା। ସେ ପ୍ରଥମ ପ୍ରୟାସରେ ଏକାଥରକେ ୧୦୯ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ପକ୍କା କରିଥିଲେ। ପ୍ରଥମ ପ୍ରୟାସ ପରେ ଚାନୁଙ୍କ ମୋଟ ଓଜନର ପରିମାଣ(ସ୍ନାଚ ୮୮ ଓ କ୍ଲିନ ଆଣ୍ଡ ଜର୍କ ୧୦୯) ୧୯୭ କେଜି ହୋଇ ଯାଇଥିଲା। ଦ୍ୱିତୀୟ ପ୍ରାୟସରେ ସେ ୧୧୩ କେଜି ଓଜନ ଉଠାଇବାକୁ ଚେଷ୍ଟା କରିଥିଲେ। ଏହାକୁ ମଧ୍ୟ ସଫଳ କରି ଦେଖାଇଥିଲେ। ମୋଟ ଓଜନର ପରିମାଣ ୨୦୧ କେଜି ହୋଇ ଯାଇଥିଲା। ତୃତୀୟ ପ୍ରୟାସରେ ସେ ୧୧୫ କେଜି ଓଜନ ଉଠାଇବାକୁ ଚେଷ୍ଟା କରିଥିଲେ ହେଁ ଏଥିରେ ସଫଳତା ମିଳି ନଥିଲା। ତଥାପି ସେ ସ୍ୱର୍ଣ୍ଣ ପଦ ଜିତିବାକୁ ସକ୍ଷମ ହୋଇଥିଲେ।

ଏହି ବର୍ଗରେ ମରିସସର ରାନାଇଭୋସୱା ୧୭୨ କେଜି ଓଜନ ଉଠାଇ ରୌପ୍ୟ ପଦକ ଓ କାନାଡାର ହାନା କାମିନସ୍କି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଚାନୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୨୧ରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ମୀରାବାଈ ଚାନୁ ୪୯ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ସେ ସ୍ନାଚ୍‌ରେ ୮୭ ଓ କ୍ଲିନ ଆଣ୍ଡ ଜର୍କରେ ୧୧୫ କେଜି ଉଠାଇଥିଲେ। ଏହା ସହିତ ମୀରାବାଈ ଚାନୁ ଇତିହାସ ରଚିଥିଲେ। ସେ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଭାବେ ଭାରୋତ୍ତୋଳନରେ ଭାବେ ରୌପ୍ୟ ପଦକ ଜିତିବାର ରେକର୍ଡ କରିଥିଲେ।


ଆଜି ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨ୟ ଦିନକରେ ଭାରୋତ୍ତୋଳନରୁ ୩ଟି ପଦକ ଜିତିଛି। ପ୍ରଥମେ ୫୫ କେଜି ବର୍ଗରେ ସଙ୍କେତ ମହାଦେବ ସାଗର ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏହାପରେ ୬୧ କେଜି ବର୍ଗରେ ଗୁରୁରାଜା ପୂଜାରୀ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ଏବେ ମୀରାବାଈ ଚାନୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।