ରୋନାଲ୍ଡୋଙ୍କୁ ୨୨୫ ନିୟୁତ ଡଲାର୍‌ର ଅଫର ଦେଲା ଏହି କ୍ଲବ

ଦୋହା: ବିଶ୍ୱ ଫୁଟବଲର ଅନ୍ୟତମ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡଙ୍କୁ ମିଳିଛି ୨୨୫ ନିୟୁତ ଡଲାରର ଅଫର। ମାଞ୍ଚେଷ୍ଟର ୟୁନାଇଟେଡ ସହ ତାଙ୍କ ଡିଲ୍‌ ବାତିଲ ହୋଇ ଯିବାକୁ ଏବେ ତାଙ୍କୁ ନେବାକୁ ଏକାଧିକ ଫୁଟବଲ କ୍ଲବ ଆଗ୍ରହ ଦେଖାଇଛନ୍ତି। ଏଥିପାଇଁ ସାଉଦି ଆରବର କ୍ଲବ ଅଲ ନାସର ରୋନାଲ୍ଡୋଙ୍କୁ ନିଜ ସହ ସାମିଲ କରିବା ପାଇଁ ୨୨୫ ନିୟୁଡ ଡଲାରର ଅଫର ଦେଇଛି। ମଙ୍ଗଳବାର ରୋନାଲ୍ଡୋ ଓ ମାଞ୍ଚେଷ୍ଟର ୟୁନାଇଟେଡ ମଧ୍ୟରେ ସବୁ ସମ୍ପର୍କଚ୍ଛିନ୍ନ ହୋଇଯାଇଥିଲା। […]

Ronaldo

  • Published: Monday, 28 November 2022
  • , Updated: 28 November 2022, 12:33 PM IST

ଦୋହା: ବିଶ୍ୱ ଫୁଟବଲର ଅନ୍ୟତମ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡଙ୍କୁ ମିଳିଛି ୨୨୫ ନିୟୁତ ଡଲାରର ଅଫର। ମାଞ୍ଚେଷ୍ଟର ୟୁନାଇଟେଡ ସହ ତାଙ୍କ ଡିଲ୍‌ ବାତିଲ ହୋଇ ଯିବାକୁ ଏବେ ତାଙ୍କୁ ନେବାକୁ ଏକାଧିକ ଫୁଟବଲ କ୍ଲବ ଆଗ୍ରହ ଦେଖାଇଛନ୍ତି। ଏଥିପାଇଁ ସାଉଦି ଆରବର କ୍ଲବ ଅଲ ନାସର ରୋନାଲ୍ଡୋଙ୍କୁ ନିଜ ସହ ସାମିଲ କରିବା ପାଇଁ ୨୨୫ ନିୟୁଡ ଡଲାରର ଅଫର ଦେଇଛି।

ମଙ୍ଗଳବାର ରୋନାଲ୍ଡୋ ଓ ମାଞ୍ଚେଷ୍ଟର ୟୁନାଇଟେଡ ମଧ୍ୟରେ ସବୁ ସମ୍ପର୍କଚ୍ଛିନ୍ନ ହୋଇଯାଇଥିଲା। ପର୍ତ୍ତୁଗାଲର ଏହି ଷ୍ଟାର ଫୁଟବଲର ଖୋଲାଖୋଲି ଭାବେ ମାଞ୍ଚେଷ୍ଟର ୟୁନାଇଟେଡ କ୍ଲବ ଓ ଏହାର ମ୍ୟାନେଜର ଏରିକ ଟେନ ହାଗଙ୍କୁ ସମାଲୋଚନା କରିଥିଲେ।

କ୍ଲବ ତାଙ୍କ ସହ ଧୋକା କରିଛି ଓ ବରିଷ୍ଠ ଅଧିକାରୀମାନେ ତାଙ୍କୁ ବିଦା କରିବାକୁ ଷଡ଼ଯନ୍ତ୍ର କରୁଥିବା ରୋନାଲ୍ଢୋ ଅଭିଯୋଗ କରିଥିଲେ। ଏହାପରେ କ୍ଲବ ତାଙ୍କ ଚୁକ୍ତିକୁ ବାତିଲ କରିଦେଇଛି। ଏହାର ଅର୍ଥ ଇଂଲିଶ ପ୍ରିମିୟର ଲିଗ୍‌ରେ ରୋନାଲ୍ଡୋ ଆଉ ମାଞ୍ଚେଷ୍ଟର ପକ୍ଷରୁ ଖେଳିବେ ନାହିଁ।

ଏହି ସବୁ ବିବାଦ ମଧ୍ୟରେ ସିବିଏସ୍‌ ସ୍ପୋର୍ଟସ ରିପୋର୍ଟରେ ଉଲ୍ଲେଖ କରିଛି ଯେ ୩୭ ବର୍ଷୀୟ ରୋନାଲ୍ଡୋଙ୍କୁ ନେବା ପାଇଁ ଅଲ ନାସର କ୍ଲବ ଆଗ୍ରହ ଦେଖାଇଛି। ଏଥିପାଇଁ କ୍ଲବ ପକ୍ଷରୁ ରୋନାଲ୍ଡୋଙ୍କ ସହ ଚୁକ୍ତି କରିବାକୁ ୨୨୫ ମିଲିୟନ ଡଲାରର ପ୍ରସ୍ତାବ ଦେଇଛି।

ବର୍ତ୍ତମାନ କତାରରେ ବିଶ୍ୱକପ ଚାଲିଛି। ଏହାପରେ ଅଲ ନାସର ରୋନାଲ୍ଡୋଙ୍କୁ ନିଜ କ୍ଲବ ପକ୍ଷରୁ ଖେଳାଇବାକୁ ଚାହୁଁଛି। ୩ ବର୍ଷ ପାଇଁ ୨୨୫ ମିଲିୟନ ବା ବର୍ଷକୁ ୭୫ ମିଲିୟନ ଡଲାର ଅଲ ନାସର ରୋନାଲ୍ଡୋଙ୍କୁ ଦେବା ପାଇଁ ରାଜି ଥିବା କହିଛି। ତେବେ ରୋନାଲ୍ଡୋ ଏହି ପ୍ରସ୍ତାବ ସମ୍ପର୍କରେ କିଛି ବି କହି ନାହାନ୍ତି। ସମ୍ଭବତଃ ବିଶ୍ୱକପ ପରେ ସେ ଏହା ଉପରେ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଛି।

Related story