ସ୍ୱର୍ଣ୍ଣ ପଦକ ସହ ପ୍ୟାରିସ ପାରାଲିମ୍ପିକ୍ସ ଯାତ୍ରା ଆରମ୍ଭ କରିଛି ଭାରତ। ଇଭେଣ୍ଟର ଦ୍ୱିତୀୟ ଦିନରେ ଭାରତକୁ ମିଳିଛି ଦୁଇଟି ପଦକ। ମହିଳା ଶୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ।
ଅବନୀ ଲେଖରା ସ୍ୱର୍ଣ୍ଣ ଜିତି ଥିବାବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ମହିଳା 10 ମିଟର ଏୟାର ରାଇଫଲ SH1 ଇଭେଣ୍ଟରେ ଉଭୟ ଶୁଟର ପଦକ ହାସଲ କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ଅବନୀ।
Also Read
ଏହା ବ୍ୟତୀତ ଅବନୀ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିଲେ। ପାରାଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତିବାରେ ଅବନୀ ହେଉଛନ୍ତି ପ୍ରଥମ ମହିଳା ଆଥଲେଟ। ତାଙ୍କ ପୂର୍ବରୁ କୌଣସି ମହିଳା ଆଥଲେଟ ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ଜିତିନଥିଲେ।
ପିଲାଦିନରେ ସଡ଼କ ଦୁର୍ଘଟଣା ପରେ ଭିନ୍ନକ୍ଷମ ହୋଇ ଯାଇଥିଲେ ଅବନୀ। ପ୍ୟାରିସ ପର୍ଯ୍ୟନ୍ତ ତାଙ୍କର ଏ ଯାତ୍ରା ଯେତେ କଷ୍ଟପ୍ରଦ, ସେତେ ପ୍ରେରଣାଦାୟକ ମଧ୍ୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
ପ୍ରଥମ ଦିନକିଆର ଚୂଡ଼ାନ୍ତ ଏକାଦଶରେ ନଥିଲେ ଶ୍ରେୟସ ଆୟର, କିନ୍ତୁ...
ରୋହିତଙ୍କ ଫୋନ ଆସିବା ପୂର୍ବରୁ ଶ୍ରେୟସ ଆୟର ଗୋଟିଏ ସିନେମା ଦେଖୁଥିଲେ। ସେ ଚୂଡ଼ାନ୍ତ ଏକାଦଶରେ ନଥିବାରୁ ବିଳମ୍ବିତ ରାତି ଯାଏ ସିନେମା ଦେଖିବେ ବୋଲି ନିଷ୍ପତ୍ତି ନେଇଥିଲେ।

Cricket
ଆହତ ପାଇଁ କେତେ ଥର ମ୍ୟାଚ ଖେଳି ପାରି ନାହାନ୍ତି ବିରାଟ କୋହଲି?
ଟସ୍ ସମୟରେ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶ ସମ୍ପର୍କରେ ସୂଚନା ଦେବା ବେଳେ ଆହତ ସମସ୍ୟା ପାଇଁ ବିରାଟ ଖେଳୁ ନଥିବା କହିଥିଲେ।

Cricket
ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ରୋହିତ! ଚାମ୍ପିୟନ ହେବାର ସମ୍ଭାବନା କେତେ?
ବିସିସିଆଇ ସ୍ପଷ୍ଟ ଭାବେ ରୋହିତ ଶର୍ମାଙ୍କୁ କହି ସାରିଛି ଯେ ଚାମ୍ପିୟନ୍ସ ଟ୍ରଫି ଶେଷ ହେବା ପରେ ସେ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ବୋର୍ଡକୁ ଅବଗତ କରାନ୍ତୁ।

Cricket
ବଦଳିବ ଭାରତର ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡ, ବଳି ପଡ଼ିବେ ଜଣେ ଷ୍ଟାର ସ୍ପିନର!
ଭାରତୀୟ ସ୍କ୍ୱାଡରେ କୁଲଦୀପ ଏକମାତ୍ର ରିଷ୍ଟ ସ୍ପିନର ଭାବେ ରହିଛନ୍ତି। ଦଳର ପାଖରେ ଦ୍ୱିତୀୟ ରିଷ୍ଟ ସ୍ପିନର ନଥିବାରୁ ବରୁଣ ଚକ୍ରବର୍ତ୍ତୀ ଚାମ୍ପିୟନ୍ସ ଟ୍ରଫିରେ ଭଲ ବିକଳ୍ପ ଭାବେ ଉଭା ହୋଇପାରିବେ।

Special
ବାରବାଟୀ ଷ୍ଟାଡିୟମର କାପାସିଟି କେତେ? ଟିକେଟ୍ ବିକ୍ରିବଣ୍ଟା ହୁଏ କେତେ?
ବାରବାଟୀ ଷ୍ଟାଡିୟମରେ କେତେ ଲୋକ ବସିପାରିବେ? ଟିକେଟ ବିକ୍ରିବଣ୍ଟା ହେଉଛି କେତେ? ବାକି ଜାଗା କ’ଣ ଖାଲି ପଡ଼ୁଛି? ଗ୍ୟାଲେରୀର ଚିହ୍ନିତ ସିମେଣ୍ଟ ଆସନରେ ଜଣେ ବସିବେ ବୋଲି ଘୋଷଣା ଥିଲେ ମଧ୍ୟ ସେଠି ତିନି ଜଣ ବସନ୍ତି ନା ନାହିଁ? ସେହି ଅନ୍ୟ ଦୁଇୟ ଜଣଙ୍କର ଟିକେଟ କେଉଁଠି ବିକ୍ରି ହୋଇଥାଏ?