Advertisment

ଫାଇନାଲ୍‌ରେ ପୂର୍ଣ୍ଣିମା କାଂସ୍ୟ ପଦକ ଜିତିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୫୮ତମ ଜାତୀୟ ଓପନ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଓଡ଼ିଆ ଆଥଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ ଫାଇନାଲ ରାଉଣ୍ଡରେ ନିରାଶ ହୋଇଛନ୍ତି। ଅବଶ୍ୟ ସେ କାଂସ୍ୟ ପଦକ ଜିତିଛନ୍ତି। ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ ମହିଳା ୧୦୦ ମିଟର ବାଧାଦୌଡ଼ (ହର୍ଡଲ୍‌ସ) ଫାଇନାଲ୍‌ରେ ପ୍ରବେଶ କରିଥିଲେ ହେଁ ୪ର୍ଥରେ ରହି ନିଜ ଅଭିଯାନ ଶେଷ କରିଥିଲେ।  ପୂର୍ଣ୍ଣିମା ୧୦୦ ମିଟର୍‌ ଦୂରତାକୁ ୧୪.୦୨ ସେକେଣ୍ଡରେ ଅତିକ୍ରମ […]

author-image
Hemant Lenka
ଅଦ୍ୟତନ ହୋଇଛି
ଫାଇନାଲ୍‌ରେ ପୂର୍ଣ୍ଣିମା କାଂସ୍ୟ ପଦକ ଜିତିଲେ

p

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୫୮ତମ ଜାତୀୟ ଓପନ୍ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଓଡ଼ିଆ ଆଥଲେଟ୍‌ ପୂର୍ଣ୍ଣିମା ହେମ୍ବ୍ରମ ଫାଇନାଲ ରାଉଣ୍ଡରେ ନିରାଶ ହୋଇଛନ୍ତି। ଅବଶ୍ୟ ସେ କାଂସ୍ୟ ପଦକ ଜିତିଛନ୍ତି।

Advertisment

ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ ମହିଳା ୧୦୦ ମିଟର ବାଧାଦୌଡ଼ (ହର୍ଡଲ୍‌ସ) ଫାଇନାଲ୍‌ରେ ପ୍ରବେଶ କରିଥିଲେ ହେଁ ୪ର୍ଥରେ ରହି ନିଜ ଅଭିଯାନ ଶେଷ କରିଥିଲେ।  ପୂର୍ଣ୍ଣିମା ୧୦୦ ମିଟର୍‌ ଦୂରତାକୁ ୧୪.୦୨ ସେକେଣ୍ଡରେ ଅତିକ୍ରମ କରିଥିଲେ।

ଏଥିରେ ଜଣେ ଜାପାନୀ ଖେଳାଳି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ତେବେ ଏହି ପ୍ରତିଯୋଗିତାରେ ବିଦେଶୀ ଖେଳାଳିଙ୍କୁ ପଦକ ଦିଆଯିବା ବ୍ୟବସ୍ଥା ନଥିବାରୁ ଚତୁର୍ଥ ସ୍ଥାନରେ ରହିବା ସତ୍ତ୍ୱେ ପୂର୍ଣ୍ଣିମାଙ୍କୁ କାଂସ୍ୟ ପଦକ ଦିଆଯାଇଥିଲା।

Advertisment

ଏହି ଇଭେଣ୍ଟରେ ତାମିଲନାଡୁର ସି. କାନିମୋଝି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ  ନିଥିୟା ଆର୍‌ ରୌପ୍ୟ ପଦକ ଜିତିଥିଲେ।