ଶ୍ୱଶୁରଙ୍କ କଥା ପଚାରିବାରୁ ରାଗିଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

କିଛି ଦିନ ତଲେ ଜାଡେଜାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଥିଲେ। ବାହା ହେବା ପରେ ରବୀନ୍ଦ୍ର ପତ୍ନୀ ରିଭାବାଙ୍କ କଥାରେ ପରିଚାଳିତ ହେଉଛନ୍ତି।

Jadeja

ପତ୍ନୀ ରିଭାବା ଓ ରବୀନ୍ଦ୍ର ଜାଡେଜା (ଫାଇଲ ଫଟୋ)

Hemant Lenka
  • Published: Monday, 12 February 2024
  • Updated: 12 February 2024, 03:47 PM IST

ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ବାପା ଆଣିଥିବା ଅଭିଯୋଗ ସମ୍ପର୍କରେ ପଚାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ରିଭାବା। ସେ ପ୍ରଶ୍ନ ଶୁଣି ରାଗି ଯିବା ସହ ସାମ୍ବାଦିକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

କିଛି ଦିନ ତଲେ ଜାଡେଜାଙ୍କ ବାପା ସାଂଘାତିକ ଅଭିଯୋଗ ଆଣିଥିଲେ। ବାହା ହେବା ପରେ ରବୀନ୍ଦ୍ର ପତ୍ନୀ ରିଭାବାଙ୍କ କଥାରେ ପରିଚାଳିତ ହେଉଛନ୍ତି। ଗୋଟିଏ ସହରରେ ରହୁଥିଲେ ମଧ୍ୟ ରବୀନ୍ଦ୍ର ଘର କଥା ବୁଝୁ ନଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ରିଭାବାଙ୍କ ପାଇଁ ଘରେ ଫାଟ ସୃଷ୍ଟି ହୋଇଥିବା ରବୀନ୍ଦ୍ର ଜାଡେଜାଙ୍କ ବାପା ଦାବି କରିଥିଲେ।

Also Read

ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ରିଭାବାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ରିଭାବା ହେଉଛନ୍ତି ବିଜେପିର ଜଣେ ବିଧାୟକ। ସେ ବିଧାୟକ ଭାବେ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଜଣେ ସାମ୍ବାଦିକ ତାଙ୍କୁ ଶ୍ୱଶୁର ଆଣିଥିବା ଅଭିଯୋଗ ସମ୍ପର୍କରେ ପଚାରିଥିଲେ।

ଏହା ଶୁଣି ସେ ପୂରା ରାଗି ଯାଇଥିଲେ। ସେ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ “ଆମେ ଆଜି ଏଠି କ’ଣ ପାଇଁ ଆସିଛୁ? ଯଦି ବ୍ୟକ୍ତିଗତ ଘଟଣା ସମ୍ପର୍କରେ ଜାଣିବାରେ ଅଛି, ତା’ହେଲେ ମୋତେ ଯୋଗା କରନ୍ତୁ। ଆପଣ ଚାହିଁଲେ ବ୍ୟକ୍ତିଗତ ଭାବେ ସିଧାସଳଖ ମୋତେ ଯୋଗାଯୋଗ କରି ଏ ସମ୍ପର୍କରେ ସବୁ କିଛି ଜାଣି ପାରିବେ।” ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରିଭାବାଙ୍କ ପୂର୍ବରୁ ରବୀନ୍ଦ୍ର ଜାଡେଜା ମଧ୍ୟ ବାପା ଅନିରୁଦ୍ଧସିଂହ ଜାଡେଜା ଆଣିଥିବା ଅଭିଯୋଗକୁ ମିଛ ଓ ଭିତ୍ତିହୀନ ବୋଲି କହିଥିଲେ। ଅନିରୁଦ୍ଧସିଂହ ଆଣିଥିବା ଅଭିଯୋଗକୁ କେହି ବିଶ୍ୱାସ ନ କରିବାକୁ ମଧ୍ୟ ସେ କହିଥିଲେ। ଏଥିସହ ରବୀନ୍ଦ୍ର ଜାଡେଜା ତାଙ୍କ ପତ୍ନୀଙ୍କୁ ସମର୍ଥନ କରିଥିଲେ।

ସିନିୟର ଜାଡେଜା ଗୋଟିଏ ସାକ୍ଷାତକାରରେ କହିଥିଲେ, “ମୁଁ ଗୋଟିଏ ସତ କୁହେ ବୋଲି ଆପଣ ଚାହୁଁଛନ୍ତି କି? ରବୀନ୍ଦ୍ର ଓ ତା’ ପତ୍ନୀ ରିଭାବା ସହ ମୋର କୌଣସି ପ୍ରକାରର ସମ୍ପର୍କ ନାହିଁ। ଆମେ ସେମାନଙ୍କୁ ଫୋନ କରୁ ନାହୁଁ କି ସେମାନେ ମଧ୍ୟ ଆମକୁ କଲ କରନ୍ତି ନାହିଁ। ବାହା ଘରର ୨ରୁ ୩ ମାସ ପରେ ସବୁ କିଛି ଆରମ୍ଭ ହୋଇଛି।

ମୁଁ ବର୍ତ୍ତମାନ ଏକାକୀ ଜାମନଗରରେ ରହୁଛି। ରବୀନ୍ଦ୍ର ନିଜସ୍ୱ ବଙ୍ଗଳାରେ ରହୁଛି। ସେ ଗୋଟିଏ ସହରରେ ରହୁଛି, କିନ୍ତୁ ମୁଁ ତାକୁ ଦେଖି ପାରୁ ନାହିଁ। ମୁଁ ଜାଣି ପାରୁନି, ତା’ ଉପରେ ତା’ ସ୍ତ୍ରୀ କି ଯାଦୁ କରିଛି।”

ସେ ଆହୁରି କହିଛନ୍ତି, “ସେ ମୋ ପୁଅ। ଏସବୁ ମୋ ହୃଦୟକୁ କଷ୍ଟ ଦେଉଛି। ତାକୁ ବାହା ନ କରିଥିଲେ ଭଲ ହୋଇଥାଆନ୍ତା ବୋଲି ଭାବୁଛି। ଯଦି ସେ କ୍ରିକେଟର ନ ହୋଇଥାଆନ୍ତା, ତା’ହେଲେ ଭଲ ହୋଇଥାଆନ୍ତା। ଆମକୁ ଏସବୁ ଜିନିଷ ସବୁ ଦେଖିବାକୁ ପଡ଼ି ନଥାଆନ୍ତା।

ବାହାଘରର ୩ ମାସ ପରେ ରିଭାବା ସବୁ କିଛି ନିଜ ନାଁକୁ ଟ୍ରାନ୍ସଫର କରି ଦେବାକୁ ମୋତେ କହିଥିଲେ। ସେ ଆମ ପରିବାରରେ ଗୋଟିଏ ବିଭ୍ରାଟ ସୃଷ୍ଟି କରିଥିଲେ। ସେ ପରିବାର ଚାହାନ୍ତି ନାହିଁ। ସେ ସବୁବେଳେ ସ୍ୱାଧୀନ ଜୀବନ ଚାହୁଁଛନ୍ତି।

ମୁଁ ଭୁଲ ହୋଇପାରେ, ନୟନାବା(ରବୀନ୍ଦ୍ରଙ୍କ ଭଉଣୀ) ଭୁଲ ହୋଇପାରେ, କିନ୍ତୁ ଆମ ପରିବାରର ସମସ୍ତ ୫୦ ଜଣ ସଦସ୍ୟ କେମିତି ଭୁଲ ହୋଇଯିବେ? ପରିବାର କାହା ସହ ସେମାନଙ୍କର ସମ୍ପର୍କ ନାହିଁ। କେବଳ ଘୃଣା ରହିଛି।

ମୁଁ କିଛି ଲୁଚାଇବାକୁ ଚାହେଁ ନାହିଁ। ଆମେ ୫ ବର୍ଷ ହେଲାଣି ଆମ ନାତୁଣୀର ମୁହଁ ଦେଖିନାହୁଁ। ରବୀନ୍ଦ୍ରଙ୍କ ଶ୍ୱଶୁର ଘର ଲୋକ ସବୁ କିଛି ବୁଝୁଛନ୍ତି। ସେମାନେ ସବୁ କଥାରେ ହସ୍ତକ୍ଷେପ କରୁଛନ୍ତି। ସେମାନେ ଗୋଟିଏ ବ୍ୟାଙ୍କ ପାଇ ଯାଇଥିବାରୁ ପୂରା ଖୁସି ମନାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story