Advertisment

ସଚିନ୍‌ ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୪ର୍ଥ ଦିନିକିଆରେ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ତାଙ୍କ ଦିନିକିଆ କ୍ୟାରିୟରର ୨୧ତମ ଶତକ ହାସଲ କରିଛନ୍ତି। ସେ ମାତ୍ର ୯୮ଟି ବଲରେ ୧୩ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ମାଇଲ୍‌ଷ୍ଟୋନ୍‌ରେ ପହଞ୍ଚିଛନ୍ତି। ଆଜିର ମ୍ୟାଚ୍‌ରେ ରୋହିତ ୧୩୭ଟି ବଲ୍‌ରେ ୧୬୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ସପ୍ତମଥର ପାଇଁ ୧୫୦ରୁ ଅଧିକ ରନ୍‌ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ହେବାର ରେକର୍ଡ ମଧ୍ୟ କରିଛନ୍ତି। ତେବେ ୨୧ତମ […]

author-image
Hemant Lenka
ଅଦ୍ୟତନ ହୋଇଛି
ସଚିନ୍‌ ଓ ଗାଙ୍ଗୁଲିଙ୍କୁ ପଛରେ ପକାଇଲେ ରୋହିତ ଶର୍ମା

ra

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୪ର୍ଥ ଦିନିକିଆରେ ଟିମ୍ ଇଣ୍ଡିଆର ଓପନର୍ ରୋହିତ ଶର୍ମା ତାଙ୍କ ଦିନିକିଆ କ୍ୟାରିୟରର ୨୧ତମ ଶତକ ହାସଲ କରିଛନ୍ତି। ସେ ମାତ୍ର ୯୮ଟି ବଲରେ ୧୩ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ମାଇଲ୍‌ଷ୍ଟୋନ୍‌ରେ ପହଞ୍ଚିଛନ୍ତି।

Advertisment

ଆଜିର ମ୍ୟାଚ୍‌ରେ ରୋହିତ ୧୩୭ଟି ବଲ୍‌ରେ ୧୬୨ ରନ୍‌ର ଇନିଂସ୍‌ ଖେଳିଛନ୍ତି। ସପ୍ତମଥର ପାଇଁ ୧୫୦ରୁ ଅଧିକ ରନ୍‌ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟସ୍‌ମ୍ୟାନ୍‌ ହେବାର ରେକର୍ଡ ମଧ୍ୟ କରିଛନ୍ତି।

publive-imageତେବେ ୨୧ତମ ଶତକ ହାସଲ କରି ରୋହିତ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୧୮୬ଟି ଇନିଂସ୍‌ରେ ଏଭଳି ୨୧ତମ ଦିନିକିଆ ଶତକ ହାସଲ କରିଥିବା ବେଳେ ସଚିନ୍‌ ୨୦୦ଟି ଓ ଗାଙ୍ଗୁଲି ୨୧୭ଟି ଇନିଂସ୍‌ରେ ଏଭଳି କୀର୍ତ୍ତିମାନ ସ୍ଥାପନ କରିଥିଲେ।

Advertisment

publive-image

କିନ୍ତୁ ସବୁଠାରୁ କମ୍‌ ଇନିଂସ୍‌ରେ ୨୧ତମ ଶତକ ହାସଲ କରିବା ରେକର୍ଡ ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କ ନାଁରେ ରହିଛି। ସେ ମାତ୍ର ୧୧୬ଟି ଇନିଂସ୍‌ରେ ଏଭଳି ମାଇଲଷ୍ଟୋନ୍‌ ସ୍ଥାପନ କରିଥିଲେ। ତାଙ୍କ ପଛକୁ ବିରାଟ୍‌ କୋହଲି ୧୩୮ଟି ଇନିଂସ ଓ ଏବି ଡି ଭିର୍ଲସ ୧୮୩ଟି ଇନିଂସ୍‌ରେ ନିଜ ନିଜର ୨୧ତମ ଦିନିକିଆ ଶତକ ହାସଲ କରିଥିଲେ।

publive-image
ରୋହିତ ଆଜି ମଧ୍ୟ ଦିନିକିଆରେ ସର୍ବାଧିକ ଛକା ମାରିବାରେ ସଚିନ୍‌ଙ୍କୁ ପଛରେ ପକାଇଛନ୍ତି। ସଚିନ୍‌ ତାଙ୍କ ଦିନିକିଆ କ୍ୟାରିୟର୍‌ରେ ୧୯୫ଟି ଛକା ମାରିଥିବା ବେଳେ ରୋହିତ ଏହାକୁ ଅତିକ୍ରମ କରି ୧୯୭ଟି ଛକା ମାରିଛନ୍ତି। ଛକା ମାରିବା ତାଲିକାରେ ରୋହିତ ଓ ସଚିନ୍‌ଙ୍କଠାରୁ ଏକମାତ୍ର ଭାରତୀୟ ଭାବେ ମହେନ୍ଦ୍ର ସିଂହ ଧୋନି(୨୧୮) ଆଗରେ ରହିଛନ୍ତି।

publive-image