Advertisment

ମହଙ୍ଗା ପଡ଼ିଲା ଦୁଷ୍କର୍ମ ଅଭିଯୋଗ,ପର୍ତ୍ତୁଗାଲ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିଲେ ରୋନାଲ୍ଡୋ

ଲିସ୍‌ବନ୍‌: ଦୁଷ୍କର୍ମ ଅଭିଯୋଗରେ ଫସିଥିବା ଫୁଟ୍‌ବଲ୍‌ ଜଗତର ମହାନ ଖେଳାଳି କ୍ରିଷ୍ଟିଆନ୍‌ ରୋନାଲ୍ଡୋଙ୍କୁ ପର୍ତ୍ତୁଗାଲ୍‌ ଜାତୀୟ ଦଳକୁ ବାଦ୍‌ ଦିଆଯାଇଛି। ଆଜି ପର୍ତ୍ତୁଗାଲ୍‌ ପକ୍ଷରୁ ଆଗାମୀ ସ୍କଟଲ୍ୟାଣ୍ଡ ଓ ପୋଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ଜାତୀୟ ଦଳ ଘୋଷଣା ହୋଇଥିବା ବେଳେ ଏଥିରେ ରୋନାଲ୍ଡୋଙ୍କ ନାଁ ନାହିଁ। ନିକଟରେ ଜଣେ ମହିଳା ରୋନାଲ୍ଡୋଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା ଟିମ୍‌ର କୋଚ୍‌ ଫର୍ଣ୍ଣାଡୋ ସାନ୍ତୋସ୍‌ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, […]

author-image
Hemant Lenka
ମହଙ୍ଗା ପଡ଼ିଲା ଦୁଷ୍କର୍ମ ଅଭିଯୋଗ,ପର୍ତ୍ତୁଗାଲ ସ୍କ୍ୱାଡ୍‌ରୁ ବାଦ୍‌ ପଡ଼ିଲେ ରୋନାଲ୍ଡୋ

r3

ଲିସ୍‌ବନ୍‌: ଦୁଷ୍କର୍ମ ଅଭିଯୋଗରେ ଫସିଥିବା ଫୁଟ୍‌ବଲ୍‌ ଜଗତର ମହାନ ଖେଳାଳି କ୍ରିଷ୍ଟିଆନ୍‌ ରୋନାଲ୍ଡୋଙ୍କୁ ପର୍ତ୍ତୁଗାଲ୍‌ ଜାତୀୟ ଦଳକୁ ବାଦ୍‌ ଦିଆଯାଇଛି। ଆଜି ପର୍ତ୍ତୁଗାଲ୍‌ ପକ୍ଷରୁ ଆଗାମୀ ସ୍କଟଲ୍ୟାଣ୍ଡ ଓ ପୋଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ଜାତୀୟ ଦଳ ଘୋଷଣା ହୋଇଥିବା ବେଳେ ଏଥିରେ ରୋନାଲ୍ଡୋଙ୍କ ନାଁ ନାହିଁ। ନିକଟରେ ଜଣେ ମହିଳା ରୋନାଲ୍ଡୋଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିବା ଟିମ୍‌ର କୋଚ୍‌ ଫର୍ଣ୍ଣାଡୋ ସାନ୍ତୋସ୍‌ ପରୋକ୍ଷରେ ସୂଚନା ଦେଇଛନ୍ତି।

Advertisment

publive-image

ସେ କହିଛନ୍ତି, ମୁଁ ଓ ପର୍ତ୍ତୁଗାଲ ଫୁଟ୍‌ବଲ୍‌ ଫେଡେରେସନ୍‌ର ସଭାପତି ଫର୍ଣ୍ଣାଡୋ ଗୋମସ୍‌ ଫୋନ୍‌ ଯୋଗେ ରୋନାଲ୍ଡୋଙ୍କ ସହ କଥା ହୋଇଛୁ। ଆସନ୍ତା ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍‌ରେ ସେ ଦଳରେ ନାହାନ୍ତି ଏବଂ ପରବର୍ତ୍ତୀ ସମୟରେ ତାଙ୍କୁ ଫୋନ୍‌ ଯୋଗେ ଡକାଯିବ ବୋଲି ଆମେ କହିଛୁ। ତେବେ ଏହି ୩ ଜଣଙ୍କ ମଧ୍ୟରେ ବିସ୍ତୃତ ଭାବେ କ’ଣ କଥାବାର୍ତ୍ତା ହୋଇଛି ଏବଂ ପର୍ତ୍ତୃଗାଲ୍‌ର ଅଧିନାୟକ ରୋନାଲ୍ଡୋଙ୍କୁ ପ୍ରକୃତରେ କ’ଣ ପାଇଁ ଜାତୀୟ ଦଳରୁ ବାଦ୍‌ ଦିଆଯାଇଛି, ସେ ସମ୍ପର୍କରେ ସାନ୍ତୋସ୍‌ କିଛି କହିନାହାନ୍ତି।

publive-image

ଏହାପୂର୍ବରୁ ସେପ୍ଟେମ୍ବର ମାସରେ ପର୍ତ୍ତୁଗାଲ୍‌ ଖେଳିଥିବା ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ମଧ୍ୟ ରୋନାଲ୍ଡୋଙ୍କୁ ବାଦ୍‌ ଦିଆଯାଇଥିଲା। ସେ ସମୟରେ ସାନ୍ତୋସ୍‌ କହିଥିଲେ ୩୩ ବର୍ଷୀୟ ରୋନାଲ୍ଡୋଙ୍କ ଅନୁପସ୍ଥିତି ସାମୟିକ ଏବଂ ସେ ଖୁବ୍‌ଶୀଘ୍ର ଦଳରେ ଯୋଗଦେବେ। କିନ୍ତୁ ଏବେ ପୁଣି ରୋନାଲ୍ଡୋ ଟିମ୍‌ରୁ ବାଦ୍‌ ପଡ଼ିବା ଫୁଟ୍‌ବଲ୍‌ ପ୍ରେମୀଙ୍କୁ ଶକ୍ତ ଆଘାତ ଦେଇଛି।

Advertisment

publive-image

ଗତ ମାସରେ ଜଣେ ଆମେରିକୀୟ ମହିଳା ତାଙ୍କୁ ୨୦୦୯ ମସିହା ଜୁନ୍‌ ୧୩ରେ ରୋନାଲ୍ଡୋ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଏସଂକ୍ରାନ୍ତରେ ଏକ ୩୨ ପୃଷ୍ଠାର ଅଭିଯୋଗପତ୍ରକୁ ସେ ଆମେରିକାର ନେଭାଡା କୋର୍ଟରେ ଦାଖଲ କରିଥିଲେ।