/odisha-reporter/media/post_attachments/uploads/2018/09/sindhu.jpg)
sindhu
ଚାଙ୍ଗଝୁହୁ(ଚୀନ୍): ଚୀନ୍ ଓପନ୍ ୱାଲର୍ଡ ଟୁର୍ ସୁପର୍ ୧୦୦୦ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତକୁ ମିଶ୍ରିତ ଫଳାଫଳ ମିଳିଛି। ଏହି ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର୍ ପ୍ରଥମ ରାଉଣ୍ଡରୁ ଭାରତୀୟ ସଟଲର୍ ସାଇନା ନେହ୍ୱାଲ ବିଦାୟ ନେଇଥିବା ବେଳେ ଅନ୍ୟତମ ଭାରତୀୟ ତାରକା ପିଭି ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।
Advertisment
ଅଲମ୍ପିକ୍ସ ରୌପ୍ୟ ବିଜୟନୀ ପିଭି ସିନ୍ଧୁ ବିଶ୍ୱ ବ୍ୟାଡ୍ମିଣ୍ଟନ୍ର ୩୯ ତମ ସିଡ୍ ଜାପାନ୍ର ସାଏନା କାୱାକାମୀଙ୍କୁ ସିଧାସଳଖ ୨୧-୧୫ ଓ ୨୧-୧୩ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି।
ଅନ୍ୟପକ୍ଷରେ କଠିନ ସଂଘର୍ଷ ସତ୍ତ୍ୱେ ସାଇନା ତାଙ୍କ ଦକ୍ଷିଣ କୋରିଆ ପ୍ରତିପକ୍ଷ ସୁଙ୍ଗ ଜି ହୁୟାନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। ସୁଙ୍ଗ ୨୦-୨୨, ୨୧-୮ ଓ ୨୧-୧୪ରେ ସାଇନାକୁ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭରୁ ବାହାର ରାସ୍ତା ଦେଖାଇଛନ୍ତି। ଏହି ବିଜୟ ସହ ସିଙ୍ଗ ରାଉଣ୍ଡ ଅଫ୍ ୧୬କୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
