/odisha-reporter/media/post_attachments/uploads/2022/08/silver.jpg)
silver
ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ପୁରୁଷ ଡବଲ୍ସ ଟେବୁଲ ଟେନିସରେ ଭାରତକୁ ରୌପ୍ୟ ପଦକ ମିଳିଛି। ଫାଇନାଲରେ ହରିବା ପରେ ଅଚନ୍ତା ଶରତ କମଲ ଓ ସାଥିଆନ ଜ୍ଞାନଶେଖରନ ରୌପ୍ୟ ପଦକ ଜିତିଛନ୍ତି। ସେ ଇଂଲଣ୍ଡର ଲିଆମ୍ ପିଚଫୋର୍ଡ ଏବଂ ପଲ୍ ଡ୍ରିଙ୍କହଲ୍ଙ୍କ ଠାରୁ ହାରି ଯାଇଛନ୍ତି। ଫଳରେ ଏହି ଇଭେଣ୍ଟରେ ଭାରତୀୟ ଜୋଡ଼ିଙ୍କ ସ୍ୱର୍ଣ୍ଣ ଜିତିବା ଆଶା ଅଧୁରା ରହିଯାଇଛି।
ହେଲେ ଖେଳ ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମୋଟ ୫ ସେଟ୍ ଖେଳ ମଧ୍ୟରୁ ଦୁଇଟିରେ ସେମାନେ ଚମର୍କାର ଖେଳ ଦେଖାଇ ଥିଲେ। ହେଲେ ଅନ୍ୟ ତିନୋଟି ସେଟ୍ ପ୍ରତିପକ୍ଷ ଜିତି ନେଇଥିଲା। ୧୧-୮, ୮-୧୧, ୩-୧୧, ୧୧-୭, ୧୧-୪ ସେଟ୍ରେ ଖେଳ ଶେଷ ହୋଇଥିଲା। ୨୦୧୮ରେ ମଧ୍ୟ ଭାରତୀୟ ଏହି ଯୋଡ଼ି ରୌପ୍ୟ ପଦକ ଜିତିଥିଲେ।
ଆଜି ଦିନକ ଭିତରେ ଭାରତକୁ ମିଳି ସାରିଲାଣି ୯ଟି ପଦକ। ଯାହା ଭିତରେ ରହିଛି ୪ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୩ ବ୍ରୋଞ୍ଜ। ମୋଟ ୪୯ଟି ପଦକ ସହ ପଦକ ତାଲିକାର ୪ର୍ଥ ସ୍ଥାନରେ ପହଞ୍ଚିଛି ଭାରତ। ଯାହା ଭିତରେ ରହିଛି ୧୭ ସ୍ୱର୍ଣ୍ଣ, ୧୩ ରୌପ୍ୟ ଓ ୧୯ ବ୍ରୋଞ୍ଜ୍ ପଦକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
