Advertisment

୧୬ ବର୍ଷ ପରେ ଏମିତି ଢଙ୍ଗରେ ଆଉଟ୍‌ ହେଲେ ସୋଏବ ମାଲିକ, ଦେଖନ୍ତୁ ଭିଡିଓ

ଟ୍ରେଣ୍ଟ ବ୍ରିଜ୍‌: ଇଂଲଣ୍ଡ ବିପକ୍ଷ ୪ର୍ଥ ଦିନିକିଆରେ ପାକିସ୍ତାନର ଅଲରାଉଣ୍ଡର ସୋଏବ ମାଲିକ ବେଶ ନିଆରା ଢଙ୍ଗରେ ଆଉଟ୍‌ ହୋଇଛନ୍ତି। ମ୍ୟାଚ୍‌ର ୪୭ତମ ଓଭର୍‌ରେ ୪୧ ରନ୍‌ କରି ବ୍ୟାଟିଂ କରୁଥିବା ମାଲିକ ନିଜ ବ୍ୟାଟ୍‌ରେ ହିଁ ୱିକେଟ୍‌କୁ ପିଟି ହିଟ୍‌ ୱିକେଟ୍‌ ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ୪୭ତମ ଓଭର୍‌ରେ ଇଂଲଣ୍ଡର ମାର୍କ ଉଡ୍‌ ବୋଲିଂ କରୁଥିଲେ। ସେତେବେଳକୁ ସୋଏବ ୨୬ଟି ବଲ୍‌ରେ ୪୧ ରନ୍‌ କରିଥିଲେ। କିନ୍ତୁ ସେ ବଲ୍‌କୁ ମାରିବାକୁ ଚେଷ୍ଟା କରୁଥିବା […]

author-image
Hemant Lenka
୧୬ ବର୍ଷ ପରେ ଏମିତି ଢଙ୍ଗରେ ଆଉଟ୍‌ ହେଲେ ସୋଏବ ମାଲିକ, ଦେଖନ୍ତୁ ଭିଡିଓ

saas

ଟ୍ରେଣ୍ଟ ବ୍ରିଜ୍‌: ଇଂଲଣ୍ଡ ବିପକ୍ଷ ୪ର୍ଥ ଦିନିକିଆରେ ପାକିସ୍ତାନର ଅଲରାଉଣ୍ଡର ସୋଏବ ମାଲିକ ବେଶ ନିଆରା ଢଙ୍ଗରେ ଆଉଟ୍‌ ହୋଇଛନ୍ତି। ମ୍ୟାଚ୍‌ର ୪୭ତମ ଓଭର୍‌ରେ ୪୧ ରନ୍‌ କରି ବ୍ୟାଟିଂ କରୁଥିବା ମାଲିକ ନିଜ ବ୍ୟାଟ୍‌ରେ ହିଁ ୱିକେଟ୍‌କୁ ପିଟି ହିଟ୍‌ ୱିକେଟ୍‌ ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ୪୭ତମ ଓଭର୍‌ରେ ଇଂଲଣ୍ଡର ମାର୍କ ଉଡ୍‌ ବୋଲିଂ କରୁଥିଲେ।

Advertisment

ସେତେବେଳକୁ ସୋଏବ ୨୬ଟି ବଲ୍‌ରେ ୪୧ ରନ୍‌ କରିଥିଲେ। କିନ୍ତୁ ସେ ବଲ୍‌କୁ ମାରିବାକୁ ଚେଷ୍ଟା କରୁଥିବା ବେଳେ ବଲ୍‌ ବଦଳରେ ଅଫ୍‌ଷ୍ଟିକ୍‌କୁ ବ୍ୟାଟରେ ପିଟି ଦେଇଥିଲେ। ସୋଏବ ଏଭଳି ଢଙ୍ଗରେ ଦୀର୍ଘ ୧୬ ବର୍ଷ ତଳେ ଥରେ ଆଉଟ୍‌ ହୋଇଥିଲେ। ୨୦୦୩ ମସିହା ମେ’ ୧୮ ତାରିଖରେ ସୋଏବ ଶ୍ରୀଲଙ୍କା ସ୍ପିନର ମୁଥିଆ ମୂରଲିଧରନଙ୍କ ବଲ୍‌ରେ ସମାନ ଢଙ୍ଗରେ ହିଟ୍‌ ୱିକେଟ୍‌ ହୋଇଥିଲେ।

ଦେଖନ୍ତୁ ଭିଡିଓ

Advertisment