Advertisment

ସୂର୍ଯ୍ୟ କୁମାର ଆଇସିସିର ଶ୍ରେଷ୍ଠ ଟି-୨୦ କ୍ରିକେଟର

ସମସ୍ତଙ୍କୁ ପଛରେ ପକାଇ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଜିତିଛନ୍ତି ଆଇସିସିର ବଡ଼ ପୁରସ୍କାର। ୨୦୨୨ ବର୍ଷ ପାଇଁ ଆଇସିସି ପକ୍ଷରୁ ସୂର୍ଯ୍ୟଙ୍କୁ ମିଳିବ ଶ୍ରେଷ୍ଠ ପୁରୁଷ ଟି-୨୦ ଖେଳାଳି ପୁରସ୍କାର।

suryakumar yadav

suryakumar yadav

Advertisment

ସମସ୍ତଙ୍କୁ ପଛରେ ପକାଇ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ଜିତିଛନ୍ତି ଆଇସିସିର ବଡ଼ ପୁରସ୍କାର। ୨୦୨୨ ବର୍ଷ ପାଇଁ ଆଇସିସି ପକ୍ଷରୁ ସୂର୍ଯ୍ୟଙ୍କୁ ମିଳିବ ଶ୍ରେଷ୍ଠ ପୁରୁଷ ଟି-୨୦ ଖେଳାଳି ପୁରସ୍କାର। ଆଜି ଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ସୂର୍ଯ୍ୟ କୁମାର ୨୦୨୨ରେ ଦମଦାର ପ୍ରଦର୍ଶନ କରିଥିଲେ।

Advertisment

ବିଶେଷ କରି ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ସୂର୍ଯ୍ୟ ତାଙ୍କ ଜଲୱା ଦେଖାଇଥିଲେ। ସେ ୬ଟି ଇନିଂସରେ ୩ଟି ଅର୍ଦ୍ଧଶତକ ହାସଲ କରିବା ସହ ୬୦ ହାରରେ ରନ ସଂଗ୍ରହ କରିଥିଲେ। ସେହିପରି ତାଙ୍କ ଷ୍ଟ୍ରାଇକ ରେଟ୍‌ ୧୮୯.୮ ରହିଥିଲା।

କେବଳ ବିଶ୍ୱକପ ନୁହେଁ, ମଲ୍ଟି ଓ ଦ୍ୱିପାକ୍ଷିକ ଟି-୨୦ରେ ମଧ୍ୟ ତାଙ୍କ ବ୍ୟାଟରୁ ରନ ବର୍ଷା ହୋଇଥିଲା। ଦମଦାର ବ୍ୟାଟିଂ ଓ ଦର୍ଶନୀୟ ଶଟ୍‌ ଯୋଗୁ ସୂର୍ଯ୍ୟ କୁମାର ବହୁତ ଅଳ୍ପ ସମୟ ମଧ୍ୟରେ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହୋଇଛନ୍ତି। ଏଥିସହ ସେ ଆଇସିସି ଟି-୨୦ ବ୍ୟାଟର ରାଙ୍କିଙ୍ଗର ୧ନଂ ସ୍ଥାନ ମଧ୍ୟ ଦଖଲ କରିଛନ୍ତି।

Advertisment

୨୦୨୨ ବର୍ଷରେ ସୂର୍ଯ୍ୟ କୁମାର ୧୮୭.୪୩ ଷ୍ଟ୍ରାଇକ ରେଟରେ ମୋଟ ୧୧୬୪ ରନ କରିଥିଲେ। ସେ ବିଶ୍ୱର ଦ୍ୱିତୀୟ ବ୍ୟାଟର ଯିଏ ୧ ହଜାରରୁ ଅଧିକ ରନ କରି ୨୦୨୨ ବର୍ଷ ଶେଷ କରିବାର ରେକର୍ଡ କରିଥିଲେ। ଏଥିପାଇଁ ତାଙ୍କୁ ଆଇସିସି ୨୦୨୨ର ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ଦେଇଛି।

ଏହି ପୁରସ୍କାର ଦୌଡ଼ରେ ସୂର୍ଯ୍ୟ କୁମାରଙ୍କ ବ୍ୟତୀତ ଜିମ୍ବାୱେର ଶିକନ୍ଦର ରାଜା, ଇଂଲଣ୍ଡର ସାମ କୁରାନ ଓ ପାକିସ୍ତାନର ମହମ୍ମଦ ରିଜୱାନ ରହିଥିଲେ। ୨୦୨୨ ସୂର୍ଯ୍ୟ କୁମାରଙ୍କ ପାଇଁ ବେଶ ଚମତ୍କାର ରହିଥିଲା। ସେ ଏବର୍ଷ ମୋଟ ୧୧୬୪ ରନ କରିଛନ୍ତି। ବର୍ଷକ ମଧ୍ୟରେ ଏତେ ରନ କରିବାରେ ସେ ବିଶ୍ୱର ୧ନଂ ବ୍ୟାଟର।

ବିରାଟ କୋହଲିଙ୍କ ପାଇଁ ମଧ୍ୟ ଚଳିତ ବର୍ଷ (ଟି-୨୦ ଫର୍ମାଟ) ଭଲ ରହିଥିଲା। କିନ୍ତୁ ସୂର୍ଯ୍ୟଙ୍କ ମୋଟ ରନ ତୁଳନାରେ ସେ ଯଥେଷ୍ଟ ପଛରେ ରହିଛନ୍ତି। ସେ ୨୦୨୨ରେ ମୋଟ ୭୮୧ ରନ କରିଛନ୍ତି। ସୂର୍ଯ୍ୟ କୁମାର ଯାଦବ ୨୦୨୨ରେ ଟି-୨୦ରେ ୬୮ଟି ଛକା ମାରିଛନ୍ତି। ଏଥିସହ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଥିଲା। 

ଅନ୍ୟପକ୍ଷରେ ଟି-୨୦ ବିଶ୍ୱକପ ଫାଇନାଲରେ ମ୍ୟାନ ଅଫ ଦି ମ୍ୟାଚ୍‌ ସହ ସିରିଜ ହାତେଇଥିବା ଇଂଲଣ୍ତର ସାମ କୁରାନ ମଧ୍ୟ ପୁରସ୍କାର ଦୌଡ଼ରେ ରହିଥିଲେ। ଶିକନ୍ଦର ରାଜାଙ୍କ ପାଇଁ ଚଳିତ ବିଶ୍ୱକପ ବେଶ ଭଲ ସାବ୍ୟସ୍ତ ହୋଇଥିଲା। ୨୦୨୨ରେ ସେ ୨୪ଟି ମ୍ୟାଚ୍‌ରେ ୭୩୫ ରନ କରିବା ସହ ୨୫ଟି ୱିକେଟ ଦଖଲ କରିଥିଲେ। କରିଛନ୍ତି।

ଏହି ୩ ଖେଳାଳିଙ୍କ ବ୍ୟତୀତ ପାକିସ୍ତାନର ମହମ୍ମଦ ରିଜୱାନ ମଧ୍ୟ ଆଇସିସିର ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ପାଇବେ ଦୌଡ଼ରେ ରହିଥିଲେ। ସେ ୨୦୨୨ ବର୍ଷରେ ମୋଟ ୨୫ଟି ମ୍ୟାଚ୍‌ ଖେଳି ୯୬୦ ରନ କରିଛନ୍ତି। ୨୦୨୧ରେ ସେ ଆଇସିସିର ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ଜିତିଥିଲେ।

Bcci Indian Cricket Team ICC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe