Advertisment

ଫ୍ରେଞ୍ଚ ଓପନ୍‌: ସିନ୍ଧୁ, ସାଇନା ଓ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ

ପ୍ୟାରିସ୍‌: ଫ୍ରାନ୍ସର ପ୍ୟାରିସଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ଦଳର ବିପର୍ଯ୍ୟୟ ଘଟିଛି। ଟୁର୍ଣ୍ଣାମେଣ୍ଟର୍‌ କ୍ୱାର୍ଟର ଫାଇନାଲ୍‌ରେ ଭାରତର ୩ ଜଣ ଷ୍ଟାର ଶଟଲର୍‌ ପିଭି ସିନ୍ଧୁ, ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ପରାସ୍ତ ହୋଇଛନ୍ତି। କହିବାକୁ ଗଲେ ଫ୍ରେଞ୍ଚ ଓପନ ଟୁର୍ଣ୍ଣାମେଣ୍ଟର ସିଙ୍ଗଲ୍‌ସ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି। ଡିଫେଣ୍ଡିଙ୍ଗ ଚାମ୍ପିୟନ କିଦାମ୍ବି ଶ୍ରୀକାନ୍ତଙ୍କୁ ବିଶ୍ୱର ୧ନଂ ଶଟଲର୍‌ କେଣ୍ଟୋ ମୋମୋଟା ସିଧାସଳଖ ୨୧-୧୬, ୨୧-୧୯ରେ ପରାସ୍ତ କରିଥିଲେ। ଜାପାନୀ […]

author-image
Hemant Lenka
ଫ୍ରେଞ୍ଚ ଓପନ୍‌: ସିନ୍ଧୁ, ସାଇନା ଓ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ

d

ପ୍ୟାରିସ୍‌: ଫ୍ରାନ୍ସର ପ୍ୟାରିସଠାରେ ଚାଲିଥିବା ଫ୍ରେଞ୍ଚ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ଦଳର ବିପର୍ଯ୍ୟୟ ଘଟିଛି। ଟୁର୍ଣ୍ଣାମେଣ୍ଟର୍‌ କ୍ୱାର୍ଟର ଫାଇନାଲ୍‌ରେ ଭାରତର ୩ ଜଣ ଷ୍ଟାର ଶଟଲର୍‌ ପିଭି ସିନ୍ଧୁ, ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ପରାସ୍ତ ହୋଇଛନ୍ତି। କହିବାକୁ ଗଲେ ଫ୍ରେଞ୍ଚ ଓପନ ଟୁର୍ଣ୍ଣାମେଣ୍ଟର ସିଙ୍ଗଲ୍‌ସ ବର୍ଗରେ ଭାରତର ଅଭିଯାନ ଶେଷ ହୋଇଛି।

Advertisment

ଡିଫେଣ୍ଡିଙ୍ଗ ଚାମ୍ପିୟନ କିଦାମ୍ବି ଶ୍ରୀକାନ୍ତଙ୍କୁ ବିଶ୍ୱର ୧ନଂ ଶଟଲର୍‌ କେଣ୍ଟୋ ମୋମୋଟା ସିଧାସଳଖ ୨୧-୧୬, ୨୧-୧୯ରେ ପରାସ୍ତ କରିଥିଲେ। ଜାପାନୀ ପ୍ରତିପକ୍ଷଙ୍କଠାରୁ ଚଳିତବର୍ଷ ଶ୍ରୀକନ୍ତ କ୍ରମାଗତ ୫ଥର ପାଇଁ ପରାସ୍ତ ହୋଇଛନ୍ତି। ଗତ ସପ୍ତାହରେ ମୋମୋଟା ଡେନମାର୍କ ଓପନ୍‌ର ସେମି ଫାଇନାଲ୍‌ରେ ମଧ୍ୟ ଶ୍ରୀକାନ୍ତଙ୍କୁ ପରାସ୍ତ କରିଥିଲେ।

publive-image

ସେହିପରି ଅଲମ୍ପିକ୍ସ ରୌପ୍ୟ ବିଜେତା ପିଭି ସିନ୍ଧୁ ମଧ୍ୟ ଚାଇନିଜ୍‌ ଶଟଲର୍‌ ହେ ବିଙ୍ଗଜିଆଓଙ୍କ ଠାରୁ ସିଧାସଳଖ ୧୩-୨୧ ଓ ୧୬-୨୧ରେ ପରାସ୍ତ ହୋଇଛନ୍ତି। ବିଙ୍ଗଜିଆଓ ଜୁଲାଇ ମାସରେ ମଧ୍ୟ ଇଣ୍ଡୋନେସିଆ ଓପନ୍‌ ମ୍ୟାଚରେ ସିନ୍ଧୁଙ୍କୁ ହରାଇଥିଲେ।

Advertisment

ସେହିପରି ସାଇନା ନେହ୍ୱାଲଙ୍କୁ ବିଶ୍ୱର ଏକ ନଂ ୧ ଶଟଲର୍‌ ତାଇୱାନ୍‌ର ତାଇ ତୁଜଜ ୟାଙ୍ଗ ୨୨-୨୦ ଓ ୨୦-୧୧ରେ ପରାସ୍ତ କରିଛନ୍ତି।