/odisha-reporter/media/post_attachments/uploads/2018/09/ko1.jpg)
ko1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମଥର ପାଇଁ ଅନ୍ତର୍ଜାତୀୟସ୍ତରରେ ଆୟୋଜିତ ଖୋ ଖୋ ପ୍ରତିଯୋଗିତାରେ ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତୀୟ ଟିମ୍ରେ ଥିଲେ ଦୁଇ ଓଡ଼ିଆ ତାରକା ସସ୍ମିତା ନାଥଶର୍ମା ଓ ଅଜୟ ମାନ୍ଦ୍ରା।
/odisha-reporter/media/post_attachments/wp-content/uploads/2018/09/ko.jpg)
ଉଭୟ ଇଂଲଣ୍ଡ ସହ ଫାଇନାଲ୍ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଥିଲେ। ସେପ୍ଟେମ୍ବର ୨ରୁ ୫ ଯାଏ ଲଣ୍ଡନଠାରେ ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ପରେ ଦୁଇ ଓଡ଼ିଆ ତାରକା ଭୁବନେଶ୍ୱର ବାହୁଡ଼ିଛନ୍ତି। ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇ ଓଡ଼ିଆ ଖୋ ଖୋ ତାରକା ପହଞ୍ଚିବା ପରେ ଉଭୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।
[caption id="attachment_273191" align="aligncenter" width="930"]
ଫଟୋ -ରାକେଶ ରାଉଳ[/caption]
ସେମାନଙ୍କୁ ଓଡ଼ିଶା ଖୋ ଖୋ ସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଫୁଲତୋଡ଼ା ଦେଇ ପ୍ରଥମେ ସ୍ୱାଗତ କରିଥିଲେ। ଏହି ଦୁଇ ସ୍ଵର୍ଣ୍ଣ ପଦକ ବିଜେତା ଓଡ଼ିଆ ଖେଳାଳିଙ୍କୁ ଦେଖିବା ପାଇଁ ବିମାନବନ୍ଦରରେ ବ୍ୟାପକ ଜନସମାଗମ ହୋଇଥିଲା।
ଏଭଳି ସଫଳତା ହାସଲ କରିଥିବାରୁ ଓଡ଼ିଶା ଖୋ ଖୋ ଆସୋସିଏସନ୍ର ରାଜ୍ୟ ସଭାପତି ନାରାୟଣ ପାତ୍ର, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ଓଡ଼ିଶା ଖୋ ଖୋ ସଂଘର ମୁଖ୍ୟ ଉପଦେଷ୍ଟା ଆଶୀର୍ବାଦ ବେହେରା, ରାଜ୍ୟ କ୍ରୀଡ଼ା ସଚିବ ବିଶାଳ ଦେବ ଓ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ପ୍ରମୁଖ ଏହି ଦୁଇ ଓଡ଼ିଆ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
[caption id="attachment_273192" align="aligncenter" width="921"]
ଫଟୋ- ରାକେଶ ରାଉଳ[/caption]
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
