ind-pak
ନୂଆଦିଲ୍ଲୀ: ଗତ ୧୯ ତାରିଖରେ ଖେଳାଯାଇଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ର ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଭିନ୍ନ ଭିନ୍ନ କାରଣରୁ ସୋଶାଲ୍ ମିଡିଆରେ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଯଦିଓ ଏହି ମ୍ୟାଚ୍ରେ ଭାରତ ପାକିସ୍ତାନ ବିପକ୍ଷରେ ୮ୱିକେଟ୍ରେ ବିଜୟୀ ହୋଇଥିଲା, ତେବେ ମ୍ୟାଚ୍ରେ ହାର୍ଜିତ୍କୁ ନେଇ ନୁହେଁ ବରଂ ମ୍ୟାଚ୍ ଖେଳାଯିବାବେଳେ କ୍ୟାମେରାରେ କଏଦ୍ ହୋଇଥିବା କିଛି ଏପରି ଦୃଶ୍ୟକୁ ସୋଶାଲ୍ ମିଡିଆରେ ଭାଇରାଲ୍ କରି ଉଭୟ ଦେଶର କ୍ରିକେଟ୍ ଫ୍ୟାନ୍ମାନେ ଭାଇଚାରାର ଏକ ନିଆରା ମାହୋଲ୍ ସୃଷ୍ଟି କରିଛନ୍ତି।
ପାକିସ୍ତାନ୍ ବ୍ୟାଟିଂବେଳେ ଭାରତୀୟ ସ୍ପିନ୍ ତାରକା ୟଜୁବେନ୍ଦ୍ର ଚହଲ ପଡ଼ିଆରେ ପାକ୍ ଫାଷ୍ଟ୍ ବୋଲର୍ ଉସ୍ମାନ୍ ଖାନଙ୍କ ଜୋତାର ଲେସ୍ ବାନ୍ଧି ଦେଉଥିବା ଦେଖିବାକୁ ମିଳିଥିଲ। ଏହି ମୁହୂର୍ତ୍ତ ଉଭୟ ଦେଶର ଜନତାଙ୍କ ହୃଦୟକୁ ଜିତିନେଇଥିଲା। ଏବେ ମ୍ୟାଚ୍ର ଆଉ ଏକ ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ପାକିସ୍ତାନୀ କ୍ରିକେଟ୍ ଫ୍ୟାନ୍ମାନେ ଟିମ୍ ଇଣ୍ଡିଆ ପ୍ରଶଂସକଙ୍କ ସହ ଛିଡ଼ା ହୋଇ ଏକାଠି ଭାରତର ଜାତୀୟ ସଂଗୀତ ଗାଇବାର ଦୃଶ୍ୟ ଦେଖିବାକୁ ମିଳିଛି।
ଭିଡିଓଟି ଫେସ୍ବୁକ୍, ଟ୍ୱିଟର୍ ଓ ହ୍ୱାଟ୍ସ୍ଆପ୍ରେ ଅଧିକ ସଂଖ୍ୟାରେ ଶେୟାର୍ ହେବାରେ ଲାଗିଛି। କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଏହି ଭିଡିଓଟି ବହୁ ପରିମାଣରେ ଶେୟାର୍ ହେଉଛି।
ଫେସବୁକ୍ରେ ଏହି ଭିଡିଓକୁ ଶେୟାର୍ କରିଥିବା ଅଦିଲ୍ ତାଜ୍ ନାମକ ଜଣେ ବ୍ୟକ୍ତି ଏଥିରେ ଲେଖିଛନ୍ତି, ‘ଏ ହେଉଛି ମୁଁ। ଭିଡିଓଟିକୁ ଶେୟାର କରିବାରୁ ଧନ୍ୟବାଦ।’
ଅଦିଲ୍ ଏଥିରେ ସମସ୍ତଙ୍କୁ ନିଜ ଚାରିପାଖରେ ଭଲପାଇବା ଓ ଶାନ୍ତି ବାଣ୍ଟିବାକୁ ମଧ୍ୟ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/09/ind-pak.jpg)