/odisha-reporter/media/post_attachments/uploads/2019/03/se-2.jpg)
se
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୩୦ରୁ ବିଶ୍ୱକପ୍ ଆରମ୍ଭ ହେବ। ଏଥିପାଇଁ ଆଉ ୮୦ ଦିନ ବାକି ରହିଛି। ଏହାପୂର୍ବରୁ ବିରାଟ୍ ବିଶ୍ୱକପ୍କୁ ନେଇ କେମିତି ପ୍ରସ୍ତୁତି ଚଳାଇଛନ୍ତି, ତା’ର ଏକ ଭିଡିଓ ଆଜି ଟ୍ୱିଟରରେ ପୋଷ୍ଟ କରିଛନ୍ତି।
Advertisment
ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଖେଳିଥିବା ଶେଷ ଅନ୍ତର୍ଜାତୀୟ ଦିନିକିଆ ସିରିଜ୍ରେ ବିରାଟ୍ ଆଣ୍ଡ କୋ ୩-୨ରେ ପରାସ୍ତ ହୋଇଥିଲେ। ଏହାପରେ ଦଳର ସନ୍ତୁଳନକୁ ନେଇ ଏକାଧିକ ପ୍ରଶ୍ନ ଉଠିଛି। ଇତି ମଧ୍ୟରେ ଆଜି ବିରାଟ୍ ବିଶ୍ୱକପ୍ ପାଇଁ ଜୋରଦାର ବ୍ୟାୟାମ କରୁଥିବାର ଏକ ଭଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ବିଶ୍ୱକପ୍କୁ ଆଉ ୮୦ ଦିନ ରହିଛି ବୋଲି କହିଛନ୍ତି। ଏଥିସହ ବିଶ୍ୱକପ ପାଇଁ ଓଲଟା ଗଣତି ଆରମ୍ଭ ବୋଲି ମଧ୍ୟ ବିରାଟ୍ କହିଛନ୍ତି।
ଭାରତ ବିଶ୍ୱକପ୍ରେ ତା’ର ଅଭିଯାନ ଜୁନ୍ ୫ରେ ଆରମ୍ଭ କରିବ। ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ରେ ରୋଜ ବାଉଲଠାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।
Advertisment
ଦେଖନ୍ତୁ ଭିଡିଓ
https://twitter.com/i/status/1106840969431797760
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
