Advertisment

୨୫ ତାରିଖରେ ଖେଳରତ୍ନ ପାଇବେ ବିରାଟ୍‌ ଓ ମୀରାବାଈ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର୍‌ ଅଧିନାୟକ ବିରାଟ୍‌ କୋହଲି ଓ ବିଶ୍ୱ ଚାମ୍ପିୟନ୍‌ ଭାରତ୍ତୋଳନକାରୀ ମୀରାବାଈ ଚାନୁ ଚଳିତ ବର୍ଷ ପାଇଁ ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇବେ। ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ବିରାଟ୍‌ ଓ ମୀରାବାଈ ଚଳିତ […]

author-image
Hemant Lenka
୨୫ ତାରିଖରେ ଖେଳରତ୍ନ ପାଇବେ ବିରାଟ୍‌ ଓ ମୀରାବାଈ

a

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର୍‌ ଅଧିନାୟକ ବିରାଟ୍‌ କୋହଲି ଓ ବିଶ୍ୱ ଚାମ୍ପିୟନ୍‌ ଭାରତ୍ତୋଳନକାରୀ ମୀରାବାଈ ଚାନୁ ଚଳିତ ବର୍ଷ ପାଇଁ ସମ୍ମାନଜନକ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇବେ। ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ। ବିରାଟ୍‌ ଓ ମୀରାବାଈ ଚଳିତ ବର୍ଷ ଖେଳରତ୍ନ ପୁରସ୍କାର ପାଇବେ ବୋଲି ଆଗରୁ ଜଣାପଡ଼ିଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇଛି।
publive-image

ସେହିପରି ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋଅର୍‌ ନୀରଜ ଚୋପ୍ରାଙ୍କୁ ଚଳିତ ବର୍ଷ ଅର୍ଜୁନ୍‌ ପୁରସ୍କାରରେ ସମ୍ମାନିତ କରାଯିବ।

Advertisment

ନୀରଜଙ୍କ ବ୍ୟତୀତ ଅନ୍ୟ ୧୯ ଜଣ ଖେଳାଳି ମଧ୍ୟ ଏହି ତାଲିକାରେ ଅଛନ୍ତି।

ସେମାନେ ହେଲେ, ଜିଙ୍କସନ୍‌ ଜନସନ ଓ ହୀମା ଦାସ(ଆଥ୍‌ଲେଟିକ୍ସ), ଏନ୍‌ ସିକ୍କି ରେଡ୍ଡୀ(ବ୍ୟାଡ୍‌ମିଣ୍ଟନ୍‌), ସତୀଶ କୁମାର (ବକ୍ସିଂ), ସ୍ମୃତି ମନ୍ଧାନା(କ୍ରିକେଟ),ଶୁଭଙ୍କର ଶର୍ମା(ଗଲ୍ଫ),ମନପ୍ରୀତ ସିଂହ ଓ ସବିତା(ହକି), ରବି ରାଠୋର(ପୋଲୋ),ରାହି ସର୍ଣ୍ଣୋବତ, ଅଙ୍କୁର ମିତ୍ତଲ, ଶ୍ରେୟାସି ସିଂହ(ଶୁଟିଂ), ମନିକା ବାତ୍ରା, ଜି ସଥିୟାନ୍‌(ଟେବୁଲ ଟେନିସ୍‌), ରୋହନ ବୋପାନ୍ନା(ଟେନିସ୍‌),ସୁମିତ(ରେସଲିଂ), ପୂଜା କାଡିଆନ୍‌(ଉଶୁ), ଅଙ୍କୁର ଧାମା(ପାରା ଆଥଲେଟିକ୍ସ) ଏବଂ ମନୋଜ ସରକାର(ପାରା ବ୍ୟାଡ୍‌ମିଣ୍ଟନ୍‌)।

[caption id="attachment_278200" align="aligncenter" width="979"]publive-image ମନିକା ବାତ୍ରା[/caption]

ଧ୍ୟାନଚାନ୍ଦ ପୁରସ୍କାର ତାଲିକାରେ ଥିବା ବ୍ୟକ୍ତିବିଶେଷ ମାନେ ହେଲେ, ସତ୍ୟଦେବ ପ୍ରସାଦ(ତୀରନ୍ଦାଜୀ), ଭାରତ କୁମାର ଛେତ୍ରୀ(ହକି), ବବି ଆଲୋୟସିଉସ୍‌(ଆଥଲେଟିକ୍ସ) ଓ ଚୌଗାଲେ ଦାଡୁ ଦତ୍ତାତ୍ରୟ(ରେସଲିଂ)।

[caption id="attachment_278201" align="aligncenter" width="985"]publive-image ସ୍ମୃତି ମନ୍ଧାନା[/caption]