Advertisment

୫ ଆତଙ୍କବାଦୀଙ୍କୁ ୧୩ଦିନ ରିମାଣ୍ଡରେ ନେବ ଏସ୍‌ଟିଏଫ୍‌, ଭଦ୍ରକରେ ବି ଘର ଭଡ଼ା ନେଇଥିଲେ ଆତଙ୍କୀ

ରାଉରକେଲା/ଭୁବନେଶ୍ୱର: ରାଉରକେଲାରୁ ଗିରଫ ହୋଇଥିବା ୫ ସିମି ଆତଙ୍କବାଦୀଙ୍କୁ ୧୩ଦିନ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ନେବ। ଆଜି ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟରେ ଏସ୍‌ଟିଏଫ୍‌ ପକ୍ଷରୁ ଏହି ଆତଙ୍କମାଦୀମାନଙ୍କୁ ୩୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। କୋର୍ଟ ଏହାର ବିଚାର କରି ୧୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଏସ୍‌ଟିଏଫ୍‌ର ଏକ ୮ଜଣିଆ ଟିମ୍‌ ରାଉରକେଲାରେ ପହଞ୍ଚିଛି। ଆଇଜି ଅରୁଣ ବୋଥ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆତଙ୍କବାଦୀଙ୍କୁ ଜେରା କରିବାକୁ ଯୋଜନା କରାଯାଇଛି। ସେହିପରି […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାଉରକେଲାରେ ସିମି ଆତଙ୍କୀଙ୍କୁ ଘର ଭଡ଼ା ଦେଇଥିବା ମାଲିକଙ୍କୁ ଏସ୍‌ଟିଏଫ୍‌ର ଜେରା

bhadrak

bhadrakରାଉରକେଲା/ଭୁବନେଶ୍ୱର: ରାଉରକେଲାରୁ ଗିରଫ ହୋଇଥିବା ୫ ସିମି ଆତଙ୍କବାଦୀଙ୍କୁ ୧୩ଦିନ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ନେବ। ଆଜି ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟରେ ଏସ୍‌ଟିଏଫ୍‌ ପକ୍ଷରୁ ଏହି ଆତଙ୍କମାଦୀମାନଙ୍କୁ ୩୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯାଇଥିଲା। କୋର୍ଟ ଏହାର ବିଚାର କରି ୧୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଏସ୍‌ଟିଏଫ୍‌ର ଏକ ୮ଜଣିଆ ଟିମ୍‌ ରାଉରକେଲାରେ ପହଞ୍ଚିଛି। ଆଇଜି ଅରୁଣ ବୋଥ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆତଙ୍କବାଦୀଙ୍କୁ ଜେରା କରିବାକୁ ଯୋଜନା କରାଯାଇଛି। ସେହିପରି ଏହି ଆତଙ୍କବାଦୀମାନେ ଭଦ୍ରକରେ ଘରଭଡା ନେଇ ରହୁଥିବା ଜଣାପଡିଛି।

Advertisment

ରାଉରକେଲାରେ ଗିରଫ ୫ ସିମି ଆତଙ୍କବାଦୀଙ୍କଠାରୁ ଧୀରେ ଧୀରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି। କେବଳ ରାଉରକେଲା ନୁହେଁ, ଭଦ୍ରକରେ ବି ସେମାନେ ନେଇଥିଲେ ଘର ଭଡ଼ା। ଭଦ୍ରକର ନଙ୍ଗାମହଲରେ ସେମାନେ କିଛିମାସ ତଳେ ଏକ ଭଡା ଘର ନେଇଥିଲେ। ତେବେ ଘରଟି ପ୍ରାୟ ମାସେ ହେଲାଣି ବନ୍ଦ ହୋଇ ପଡ଼ିଛି।  ଅନ୍ୟପକ୍ଷରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଉକ୍ତ ଘରକୁ ସଶସ୍ତ୍ର ପୋଲିସ୍ ଘେରି ରହିଛନ୍ତି।

ଘର ମାଲିକଙ୍କ ଜ୍ୱାଇଁ ବାବୁ କହିଛନ୍ତି ଯେ ଜଣେ ମହିଳା ଓ ୪ ଜଣ ଯୁବକ ଏଠାରେ ରହୁଥିଲେ। ଉକ୍ତ ଯୁବକମାନେ ତାଙ୍କର ପୁଅ ଓ ପୁତୁରା ବୋଲି ମହିଳା ଜଣଙ୍କ କହୁଥିଲେ। ସେମାନେ ଗଛ କାଟିବା ଓ ଅନ୍ୟ ଚାକିରି କରୁଥିବା କହୁଥିଲେ। ସକାଳେ ଚାଲି ଯାଉ ଥିଲେ ଓ ସନ୍ଧ୍ୟାରେ ଫେରୁଥିଲେ।

Advertisment

୨୦୧୪ ଚେନ୍ନାଇ ଟ୍ରେନ୍ ବିସ୍ଫୋରଣ ଘଟଣାରେ ଏହି ଗିରଫ ଆତଙ୍କବାଦୀଙ୍କ ସଂପୃକ୍ତି ଥିବା ସୂଚନା ମିଳିଛି। ଏନଆଇଏ ଓ ଆଇବି ସହ ୮ଟି ରାଜ୍ୟର ପୋଲିସ ଓଡ଼ିଶା ପୋଲିସ ସହ ଯୋଗାଯୋଗରେ ଅଛନ୍ତି। ଏମାନଙ୍କୁ ଜେରା କରିବାକୁ ସେମାନେ ଓଡ଼ିଶା ଆସିବେ ବୋଲି ଜଣାପଡିଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ଜାକିର ଏହାର ଅନ୍ୟତମ ମାଷ୍ଟରମାଇଣ୍ଡ୍ ଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାର ଅନ୍ୟ ଜଣେ ମାଷ୍ଟରମାଇଣ୍ଡ ହେଉଛି ଐଜାଉଦ୍ଦିନ। ତେବେ ତେଲେଙ୍ଗାନା ଏନ୍‌କାଉଣ୍ଟରରେ ଐଜାଉଦ୍ଦିନ ପ୍ରାଣ ହରାଇଛି।

ପାଟଣା ବିସ୍ଫୋରଣରେ ଏହି ଗିରଫ ଆତଙ୍କୀଙ୍କ ସଂପୃକ୍ତି ନ ଥିବା ଜଣାପଡ଼ିଛି।

ପୋଲିସ୍ ମହାନିର୍ଦ୍ଦେଶକ କେ.ବି ସିଂହ କହିଛନ୍ତି ଯେ, ଗିରଫ ୫ ସିମି ଆତଙ୍କବାଦୀଙ୍କୁ ରାଉରକେଲାରୁ ଭୁବନେଶ୍ୱର ଅଣାଯିବ।

ଅନ୍ୟପକ୍ଷେ ଆତଙ୍କବାଦୀଙ୍କୁ ଜାଲ୍‌ ପାନ୍‌ କାର୍ଡ କରାଇବା ଓ ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସହାୟତା କରିଥିବା ବୀମା ଏଜେଣ୍ଟ ନବୀନ ସାହୁକୁ ରାଉରକେଲା ପୋଲିସ ଗିରଫ କରିଛି।