Advertisment

୫ ସିମି ଆତଙ୍କବାଦୀଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ରାଉରକେଲା ପୋଲିସ୍

ରାଉରକେଲା: ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ରାଉରକେଲା ପୋଲିସ୍। ବୁଧବାର ରାତି ଗୋଟାଏ ବେଳେ ସେମାନଙ୍କୁ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା।  ୫ ସିମି ଆତଙ୍କୀଙ୍କୁ ୧୫ ଦିନ ରିମାଣ୍ଡରେ ନେବା ପାଇଁ  ପୋଲିସ୍ ଆବେଦନ କରିଥିଲା। ତେବେ କୋର୍ଟ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଆଜିଠାରୁ  କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ୫ ସମି ଆତଙ୍କୀଙ୍କୁ ଜେରା କରିବ। ଏଥିପାଇଁ ଏସ୍‌ଟିଏଫ୍‌ର ଏକ ୮ ଜଣିଆ ଟିମ୍ […]

author-image
Rakesh Mallick
ସିମି ଆତଙ୍କୀ ଗିରଫ ଘଟଣା: ସଲିକକୁ ରିମାଣ୍ଡରେ ନେବାକୁ ମଧ୍ୟପ୍ରଦେଶ ଏଟିଏସ୍‌କୁ ଅନୁମତି

sim terrorist

ରାଉରକେଲା: ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ରାଉରକେଲା ପୋଲିସ୍। ବୁଧବାର ରାତି ଗୋଟାଏ ବେଳେ ସେମାନଙ୍କୁ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା।  ୫ ସିମି ଆତଙ୍କୀଙ୍କୁ ୧୫ ଦିନ ରିମାଣ୍ଡରେ ନେବା ପାଇଁ  ପୋଲିସ୍ ଆବେଦନ କରିଥିଲା। ତେବେ କୋର୍ଟ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଆଜିଠାରୁ  କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାକ୍ସଫୋର୍ସ ୫ ସମି ଆତଙ୍କୀଙ୍କୁ ଜେରା କରିବ। ଏଥିପାଇଁ ଏସ୍‌ଟିଏଫ୍‌ର ଏକ ୮ ଜଣିଆ ଟିମ୍ ରାଉରକେଲା ପହଞ୍ଚି ସାରିଛି। ୫ ସିମି ଆତଙ୍କୀଙ୍କୁ ରିମାଣ୍ଡରେ ଅଣାଯିବା ପରେ ଏମାନଙ୍କ ରହଣି ଉଦ୍ଦେଶ୍ୟ, ଗତିବିଧି, ଜାଲ କାଗଜପତ୍ର, ମାରଣାସ୍ତ୍ର ଓ ସେମାନଙ୍କ ସହଯୋଗୀମାନଙ୍କ ସଂପର୍କରେ ଖୋଳତାଡ଼ କରିବ ପୋଲିସ୍। କେମିତି ଓ କେଉଁ ପରିସ୍ଥିତିରେ ସେମାନେ ଓଡ଼ିଶାରେ ଲୁଚିଥିଲେ ସେନେଇ ଏସଟିଏଫ୍ ଖୋଳତାଡ଼ କରିବ। ଓଡ଼ିଶାରେ ସେମାନେ କେତେ ଦିନ ଧରି ଲୁଚିଥିଲେ,ସେମାନଙ୍କୁ କେଉଁମାନେ ସହଯୋଗ କରୁଥିଲେ- ସେନେଇ ମଧ୍ୟ ଅନୁସନ୍ଧାନ ହେବ। ଏସ୍‌ଟିଏଫ୍ ଓଡ଼ିଶାରେ ସିମିର ନେଟୱାର୍କ ନେଇ ତଦନ୍ତ କରିବ। ଅନ୍ୟ କେଉଁମାନଙ୍କ ସହିତ ଏଇ ଆତଙ୍କବାଦୀମାନେ ସଂପର୍କରେ ଥିଲେ ତା’ର ତଦନ୍ତ କରାଯିବ।

Advertisment

ଅନ୍ୟପକ୍ଷରେ ଗିରଫ ଆତଙ୍କବାଦୀଙ୍କୁ ଜେରାରୁ ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଜାକିର ଓ ଐଜାଉବ୍ଦିନ୍ ଚେନ୍ନାଇ ବିସ୍ଫୋରଣ ଘଟଣାରେ ସାମିଲ ଥିବା ସ୍ୱୀକାର କରିଛନ୍ତି।

ସେହିପରି ଭଦ୍ରକ  ନଙ୍ଗାମହଲରେ ଏକ ଘରେ  ସେମାନେ ଭଡ଼ା ସୂତ୍ରରେ  ନେଇଛନ୍ତି।  ପ୍ରାୟ ଏକମାସ ଧରି ଏହି ଘର ବନ୍ଦ ରହିଛି। ସେଠାରେ ସଶସ୍ତ୍ର ପୋଲିସ ବାହିନୀ ଘେରି ରହିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା  ଦିଆଯାଇଛି।

Advertisment

ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ଘୋଷିତ ଷ୍ଟୁଡେଣ୍ଟ୍ ଇସ୍‌ଲାମିକ୍ ମୁଭ୍‌ମେଣ୍ଟ୍ ଅଫ୍ ଇଣ୍ଡିଆ (ସିମି) ସଂଗଠନର ୫ ଆତଙ୍କବାଦୀଙ୍କୁ ରାଉରକେଲାରୁ ଗିରଫ କରାଯାଇଥିଲା। ଗିରଫ ୫ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସେମାନଙ୍କଠାରୁ ୩ଟି ପିସ୍ତଲ, ୧୧ ରାଉଣ୍ଡ ଗୁଳି ଓ ୭ଟି ମୋବାଇଲ ଜବତ କରାଯାଇଥିଲା। ଏହା ସହିତ ସେମାନଙ୍କଠାରୁ ନକଲି ପରିଚୟପତ୍ର, ନକଲି ପ୍ୟାନ୍ କାର୍ଡ ଜବତ କରାଯାଇଥିଲା। ସେମାନେ ବ୍ୟବହାର କରୁଥିବା ଏକ ଗାଡି (ନଂ. ୟୁପି୧୬ଏଡି୩୮୯୬) ଓ ବାଇକ୍‌ ପୋଲିସ ଜବତ କରିଥିଲା।

ଗିରଫ ଆତଙ୍କବାଦୀମାନେ ହେଲେ ମେହବୁବ୍ ଖାନ୍, ଜାକିର ହୁସେନ୍‌, ଅମଜାଦ ଖାନ୍, ମହମ୍ମଦ ସଲ୍ଲିକ ଓ ମେହବୁବ ଖାନର ମା’ ନଜମା ବିବି। ମେହବୁବ, ଜାକିର, ଅମଜଦ୍ ଓ ସଲ୍ଲିକ ୨୦୧୩ ମସିହାରେ ମଧ୍ୟପ୍ରଦେଶର ଖଣ୍ଡୱା ଜେଲ୍ ଭାଙ୍ଗି ଫେରାର୍ ହୋଇଯାଇଥିଲେ। ସେତେବେଳେ ପାଟ୍ରୋଲିଂ କରୁଥିବା ଜଣେ ପୋଲିସ ସବ୍‌ଇନ୍ସପେକ୍ଟର ଓ ଜଣେ ହୋମଗାର୍ଡଙ୍କୁ ହତ୍ୟାକରି ଅସ୍ତ୍ରଶସ୍ତ୍ର ଲୁଟ୍‌ କରିଥିଲେ। ପରେ ସନ୍ଦିଗ୍ଧମାନେ ଆସି ସମ୍ବଲପୁରରେ ୭ଦିନ ରହିଥିବା ସୂଚନା ମିଳିଥିଲା। ମଧ୍ୟପ୍ରଦେଶ ପୋଲିସ ଓ ଓଡ଼ିଶା ପୋଲିସର ମିଳିତ ଚଢାଉ ବେଳେ ଏମାନେ ଖସି ଯାଇଥିଲେ। ୨୦୧୪ରେ ତେଲେଙ୍ଗାନାର ଏକ ବ୍ୟାଙ୍କରୁ ୪୬ ଲକ୍ଷ ଟଙ୍କା ଲୁଟ୍ କରିଥିଲେ। ୨୦୧୫ ଏପ୍ରିଲ ୨ରେ ତେଲେଙ୍ଗାନା ଜିଲ୍ଲା ସୂର୍ଯ୍ୟପେଟାରେ ଦୁଇଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ ଗ୍ୟାଙ୍ଗର ସଦସ୍ୟ। ୨୦୦୮ରୁ ୨୦୧୧ ମଧ୍ୟରେ ଫଇଜଲ ଗ୍ୟାଙ୍ଗ ମଧ୍ୟପ୍ରଦେଶରେ ଅନେକ ବ୍ୟାଙ୍କ ଡକାୟତି, ଲୁଟ, ସାମ୍ପ୍ରଦାୟିକ ଦଙ୍ଗାରେ ସାମିଲ ଥିଲେ।

ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (ଏସ୍‌ଓଜି), ତେଲେଙ୍ଗାନା ପୋଲିସ୍, ରାଉରକେଲା ପୋଲିସ୍ ଓ ଇଣ୍ଟେଲିଜେନ୍ସ ବ୍ୟୁରୋର ମିଳିତ ଚଢ଼ାଉରେ ସେମାନଙ୍କୁ ଗିରଫ କରାଯାଇଥିଲା। କୁରେସି ମହଲା ଅଞ୍ଚଳରେ ସେମାନେ ଏକ ଘରେ ରହୁଥିଲେ। ୩ ଘଣ୍ଟା ଧରି ଗୁଳି ବିନିମୟ ପରେ ସେମାନଙ୍କୁ ଗିରଫ କରାଯାଇଥିଲା।