/odisha-reporter/media/post_attachments/uploads/2016/02/rajnantha.jpg)
rajnantha
କୋରାପୁଟ: କୋରାପୁଟ ଓ ମାଲକାନଗିରି ଜିଲ୍ଲାର ମାଓ ମୁକାବିଲା ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ଓଡ଼ିଶା ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସେ କୋରାପୁଟ ସ୍ଥିତ ବିଏସଏଫ୍ କ୍ୟାମ୍ପସ ହେଲିପ୍ୟାଡ୍ରେ ପହଞ୍ଚିବା ପରେ ସେଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଛନ୍ତି। ପୋଲିସ ଡିଜି କେ.ବି ସିଂହ, ଗୃହ ସଚିବ ଅସିତ ତ୍ରିପାଠୀ, ଗୋଇନ୍ଦା ବିଭାଗ ଆଇଜି, ଆଇଜି ଅପରେସନ୍ଙ୍କ ସହ ରାଜନାଥ ଏହି ଦୁଇ ଜିଲ୍ଲାରେ ମାଓ ମୁକାବିଲା ସ୍ଥିତି ସଂପର୍କରେ ଆଲୋଚନା କରୁଛନ୍ତି। କୋରାପୁଟ ଓ ମାଲକାନଗିରି ଏସ୍ପି ମଧ୍ୟ ଉପସ୍ଥିତ ଅଛନ୍ତି।
ରାଜନାଥଙ୍କ ଗସ୍ତ ପୂର୍ବରୁ ପୋଲିସ ଡିଜି ଓ ଗୃହ ସଚିବ ପ୍ରମୁଖ ଗତକାଲି କୋରାପୁଟ ପହଞ୍ଚି ସର୍କିଟ୍ ହାଉସଠାରେ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ରାଜନାଥଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି।
କୋରାପୁଟରେ ସ୍ଥିତିର ସମୀକ୍ଷା ପରେ ରାଜନାଥ ଭୁବନେଶ୍ୱର ଆସି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
