/odisha-reporter/media/post_attachments/uploads/2016/06/nhai.jpg)
nhai
ଭୁବନେଶ୍ୱର: ରାଜ୍ୟରେ ବର୍ଦ୍ଧିତ ଟୋଲ୍ ଫି’ ପ୍ରସଙ୍ଗରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ବା ଏନ୍ଏଚ୍ଏଆଇ ଅଧ୍ୟକ୍ଷ ରାଘବ ଚନ୍ଦ୍ରା ଆଜି ସମୀକ୍ଷା କରିବେ। ଆଜି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ପରିବହନ ମନ୍ତ୍ରୀଙ୍କ ସହ ପରିବହନ ସଚିବ, ଏନ୍ଏଚ୍ଆଇ ଅଧ୍ୟକ୍ଷ ଏବଂ ତାଙ୍କ ସହ ଆସିଥିବା ପ୍ରତିନିଧି ଦଳ ଯୋଗ ଦେବେ।
Advertisment
ଟୋଲ୍ ଗେଟ୍ ଗୁଡ଼ିକରେ ଗତ ଜୁନ୍ ପହିଲାରୁ ବର୍ଦ୍ଧିତ ଫି’ ଆଦାୟ ପାଇଁ ଏନ୍ଏଚ୍ଏଆଇ ବିଜ୍ଞପ୍ତି ଜାରି କରିଥିଲା। ତେବେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହାକୁ ତୀବ୍ର ବିରୋଧ କରିବା ସହ ବର୍ଦ୍ଧିତ ଶୁଳ୍କ ଆଦାୟ ହେଲେ ଗାଡ଼ି ନ ଚଳାଇବାକୁ ଧମକ ଦେଇଥିଲା। ଅନ୍ୟପକ୍ଷରେ ଗାଇଡ୍ ଲାଇନ୍ ଉଲ୍ଲଂଘନ କରି ବେଆଇନ ଭାବେ ନିର୍ମିତ ୫ଟି ଟୋଲ୍ ଗେଟ୍କୁ ସ୍ଥାନାନ୍ତର କରିବାକୁ ମଧ୍ୟ ବସ୍ ମାଲିକ ସଂଘ ଦାବି କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
