Advertisment

ଆତଙ୍କବାଦୀଙ୍କ ଭଦ୍ରକ ଭଡ଼ା ଘରୁ ମିଳିଲା ଆପତ୍ତିଜନକ ଜିନିଷ

ଭଦ୍ରକ: ରାଉରକେଲାରୁ ଗିରଫ ୩ ଆତଙ୍କବାଦୀଙ୍କ ଭଦ୍ରକ ଭଡାଘରୁ ବହୁ ଆପତ୍ତିଜନକ ଜିନିଷ ମିଳିଛି। ସେଠାରୁ ଏସ୍‌ଟିଏଫ୍‌ ଟିମ୍‌ ସିମି ପତ୍ରିକା, ଡଙ୍ଗଲ, ପେନ୍‌ ଡ୍ରାଇଭ, ୨ଟି ମୋବାଇଲ୍ ଫୋନ୍‌ ଓ କିଛି ତାର ଜବତ କରାଯାଇଛି। ଏହାସହ ଜଣେ ବ୍ୟକ୍ତିଙ୍କୁ ସେମାନେ ଦେଇଥିବା ଏକ ଲାପ୍‌ଟପ୍‌କୁ ମଧ୍ୟ ଜବତ କରିଛି ପୋଲିସ୍। ସମସ୍ତ ଜବତ ଜିନିଷର ଫୋରେନସିକ୍ ଟେଷ୍ଟ୍ କରାଯିବ। ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଟିମ୍‌ ଭଦ୍ରକ ନଙ୍ଗାମହଲାରେ ପହଞ୍ଚି ଆତଙ୍କୀମାନେ ରହୁଥିବା ଭଡ଼ା ଘର ଯାଞ୍ଚ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆତଙ୍କବାଦୀଙ୍କ ଭଦ୍ରକ ଭଡ଼ା ଘରୁ ମିଳିଲା ଆପତ୍ତିଜନକ ଜିନିଷ

terrorest

terrorest1ଭଦ୍ରକ: ରାଉରକେଲାରୁ ଗିରଫ ୩ ଆତଙ୍କବାଦୀଙ୍କ ଭଦ୍ରକ ଭଡାଘରୁ ବହୁ ଆପତ୍ତିଜନକ ଜିନିଷ ମିଳିଛି। ସେଠାରୁ ଏସ୍‌ଟିଏଫ୍‌ ଟିମ୍‌ ସିମି ପତ୍ରିକା, ଡଙ୍ଗଲ, ପେନ୍‌ ଡ୍ରାଇଭ, ୨ଟି ମୋବାଇଲ୍ ଫୋନ୍‌ ଓ କିଛି ତାର ଜବତ କରାଯାଇଛି। ଏହାସହ ଜଣେ ବ୍ୟକ୍ତିଙ୍କୁ ସେମାନେ ଦେଇଥିବା ଏକ ଲାପ୍‌ଟପ୍‌କୁ ମଧ୍ୟ ଜବତ କରିଛି ପୋଲିସ୍। ସମସ୍ତ ଜବତ ଜିନିଷର ଫୋରେନସିକ୍ ଟେଷ୍ଟ୍ କରାଯିବ।

Advertisment

ଆଜି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଟିମ୍‌ ଭଦ୍ରକ ନଙ୍ଗାମହଲାରେ ପହଞ୍ଚି ଆତଙ୍କୀମାନେ ରହୁଥିବା ଭଡ଼ା ଘର ଯାଞ୍ଚ କରିଥିଲେ। ନଙ୍ଗାମହଲାରେ ଆତଙ୍କବାଦୀଙ୍କ ୮ ମାସ ରହଣୀ ନେଇ ଖୋଳତାଡ଼ ଚାଲିଛି। ଆତଙ୍କୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ସାଙ୍ଗରେ ଧରି କ୍ରାଇମବ୍ରାଞ୍ଚ ସ୍ପେଶାଲ୍ ଡିଜି ବି.କେ. ଶର୍ମା, ଆଇଜି ଅରୁଣ ବୋଥ୍ରା ଭଦ୍ରକ ଯାଇ ଭଡା ଘର ନିଜେ ଯାଞ୍ଚ କରିଥିଲେ। ଭଦ୍ରକରେ ଆତଙ୍କୀଙ୍କ କାର୍ଯ୍ୟକଳାପ କ’ଣ ଥିଲା। କାହା ମଧ୍ୟରେ ସେମାନେ ଘର ଭଡ଼ା ନେଇଥିଲେ। ଭଦ୍ରକ ଛାଡି ଥିଲେ ମଧ୍ୟ ଭଡ଼ା ଦେଇ ଘର କାହିଁକି ରଖିଥିଲେ ଆଦି ଘଟଣାର ତଦନ୍ତ ଚଳାଇଛି ଏସ୍‌ଟିଏଫ୍‌। terrorest

ଆଜି ଦିନ ତମାମ ଏକ ଅଜ୍ଞାତ ସ୍ଥାନରେ ସମସ୍ତ ୫ ଆତଙ୍କବାଦୀଙ୍କୁ ରଖି ଜେରା କରିଥିଲା ଏସ୍‌ଟିଏଫ୍। ଏଥିପାଇଁ ଦୁଇଟି ସ୍ପେଶାଲ୍ ଟିମ୍ ନିୟୋଜିତ ହୋଇଛନ୍ତି। ଗୋଟିଏ ଟିମ୍‌ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିବା ବେଳେ ଅନ୍ୟ ଟିମ୍‌ଟି ପଚରାଉଚରା କରୁଛନ୍ତି। ମହିଳା ଆତଙ୍କବାଦୀଙ୍କୁ ଏସ୍‌ଟିଏଫ୍‌ର ମହିଳା ଅଧିକାରୀମାନେ ପଚରାଉଚରା କରୁଛନ୍ତି।

Advertisment