Advertisment

ବିରୋଧ କରିବା ଆମର ଗଣତାନ୍ତ୍ରିକ ଅଧିକାର: କହ୍ନେୟା କୁମାର

ଭୁବନେଶ୍ୱର:“ବିରୋଧ କରିବା ଆମର ଗଣତାନ୍ତ୍ରିକ ଅଧିକାର। ସରକାରଙ୍କୁ ବିରୋଧ କରିବା ଅର୍ଥ ଦେଶକୁ ବିରୋଧ କରିବା ନୁହେଁ। ଏବେ ଦେଶରେ ସ୍ୱାଧୀନତା ପୂର୍ବର ସ୍ଥିତି ଉତ୍ପନ୍ନ ହୋଇଛି। ବିରୋଧ କଲେ ମୁହଁ ବନ୍ଦ କରିବା ଧମକ ଦିଆଯାଉଛି।” ଏଆଇଏସ୍‌ଏଫ୍‌ର ୮୦ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଆଜି ଭୁବନେଶ୍ୱରରେ ଆୟୋଜିତ ଆଜାଦୀ ସମାବେଶରେ ଏଆଇଏସ୍‌ଏଫ୍‌ ସଦସ୍ୟ ତଥା ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଯୋଗ ଦେଇ ଏ କଥା କହିଛନ୍ତି। ସେ କହିଥିଲେ,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

author-image
Rakesh Mallick
ଅଦ୍ୟତନ ହୋଇଛି
ବିରୋଧ କରିବା ଆମର ଗଣତାନ୍ତ୍ରିକ ଅଧିକାର: କହ୍ନେୟା କୁମାର

kaheya

mkଭୁବନେଶ୍ୱର:“ବିରୋଧ କରିବା ଆମର ଗଣତାନ୍ତ୍ରିକ ଅଧିକାର। ସରକାରଙ୍କୁ ବିରୋଧ କରିବା ଅର୍ଥ ଦେଶକୁ ବିରୋଧ କରିବା ନୁହେଁ। ଏବେ ଦେଶରେ ସ୍ୱାଧୀନତା ପୂର୍ବର ସ୍ଥିତି ଉତ୍ପନ୍ନ ହୋଇଛି। ବିରୋଧ କଲେ ମୁହଁ ବନ୍ଦ କରିବା ଧମକ ଦିଆଯାଉଛି।” ଏଆଇଏସ୍‌ଏଫ୍‌ର ୮୦ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଆଜି ଭୁବନେଶ୍ୱରରେ ଆୟୋଜିତ ଆଜାଦୀ ସମାବେଶରେ ଏଆଇଏସ୍‌ଏଫ୍‌ ସଦସ୍ୟ ତଥା ଜେଏନ୍‌ୟୁର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଯୋଗ ଦେଇ ଏ କଥା କହିଛନ୍ତି।

Advertisment

ସେ କହିଥିଲେ,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ଟ୍ୱିଟ୍‌ କଲେ ଦେଶର ଅବସ୍ଥା ବଦଳି ଯିବ ନାହିଁ। କ୍ରିକେଟ୍‌ରେ ତାଳି ମାରିଦେଲେ କିଏ ଦେଶଭକ୍ତ ହୋଇଯିବ ନାହିଁ। ବିଜେପି ସରକାର ଶାସନ କରିବାରେ ଅଢେଇ ବର୍ଷ ହେଲାଣି,  କିନ୍ତୁ ଦେଶର କ’ଣ ଉନ୍ନତି ହୋଇଛି? ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ୨ କୋଟି ଚାକିରି ଦେବେ ବୋଲି ସେ କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ କେତେ ଜଣଙ୍କୁ ଚାକିରି ଦେଇଛନ୍ତି? ମୋଦିଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ।  ତାଙ୍କ ସହ ମୋର ତୀବ୍ର ବୈଚାରିକ ମତଭେଦ ରହିଛି।”

କହ୍ନେୟା ଆହୁରି କହିଥିଲେ,“ କନ୍ଧମାଳ ଦଙ୍ଗା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସହ ସମ୍ପର୍କ ଛିନ୍ନ କରିଥିବାରୁ ତାଙ୍କୁ ସ୍ୱାଗତ ଜଣାଉଛି। ଏହାସହିତ ସେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କୁ ମଧ୍ୟ ସ୍ୱାଗତ ଜଣାଇଛନ୍ତି।”

Advertisment

ସଭାସ୍ଥଳରେ କହ୍ନେୟା କୁମାରଙ୍କୁ ଏବିଭିପି କର୍ମୀମାନେ ବିରୋଧ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ।

କହ୍ନେୟା କୁମାରଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସମାବେଶ ଆରମ୍ଭ ହେବା ପୂର୍ବରୁ ସଭାମଞ୍ଚ ଭାଙ୍ଗିବା ଅଭିଯୋଗରେ ୫ରୁ ଅଧିକ ଏବିଭିପି କର୍ମୀଙ୍କୁ କ୍ୟାପିଟାଲ ଥାନା ପୋଲିସ୍ ଅଟକ ରଖିଛି।