Advertisment

ସଂସଦର ବଜେଟ୍ ଅଧିବେଶନରେ ବିଜେଡି ଦୋହରାଇବ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ

ଭୁବନେଶ୍ୱର: ଫେବ୍ରୁଆରୀ ୨୩ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏଥିରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ପୁଣି ଥରେ ତା’ର ଦାବିକୁ ଦୋହରାଇବ ବିଜେଡି। ରବିବାର ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା ଦାବି ସହିତ ଶ୍ରୀମନ୍ଦିରର ଜଗମୋହନ ମରାମତି କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସଂସଦରେ ଦାବି ଉପସ୍ଥାପନ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସଂସଦର ବଜେଟ୍ ଅଧିବେଶନରେ ବିଜେଡି ଦୋହରାଇବ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ

bjd-parlliamentary

bjd-parlliamentaryଭୁବନେଶ୍ୱର: ଫେବ୍ରୁଆରୀ ୨୩ ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏଥିରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ପୁଣି ଥରେ ତା’ର ଦାବିକୁ ଦୋହରାଇବ ବିଜେଡି। ରବିବାର ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଘୋଷଣା ଦାବି ସହିତ ଶ୍ରୀମନ୍ଦିରର ଜଗମୋହନ ମରାମତି କାର୍ଯ୍ୟ ଶୀଘ୍ର ଶେଷ କରିବା ନେଇ ସଂସଦରେ ଦାବି ଉପସ୍ଥାପନ କରିବେ ବିଜେଡି ସାଂସଦ। ସେହିଭଳି ମରୁଡ଼ି ଓ ଫାଇଲିନ୍ ବକେୟା ପ୍ରସଙ୍ଗ ମଧ୍ୟ ସଂସଦରେ ଉଠାଇବାକୁ ବିଜେଡି ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି। ନୂଆ ମେଡିକାଲ୍ କଲେଜ୍ ପାଇଁ କେନ୍ଦ୍ରୀୟ ଭାଗ ଏପର୍ଯ୍ୟନ୍ତ ନ ମିଳିବା ଓ ନୀତି ଆୟୋଗ ଯୋଗୁଁ ରାଜ୍ୟର ହୋଇଥିବା କ୍ଷତି ପ୍ରସଙ୍ଗ ମଧ୍ୟ ଉଠାଇବେ ବିଜେଡି ସାଂସଦ।

ବୈଠକ ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଶ୍ରୀମନ୍ଦିରର ମରାମତି କାର୍ଯ୍ୟ ସଠିକ୍ ସମୟରେ ଶେଷ କରିବା ପାଇଁ ବିଜେଡି ସାଂସଦମାନେ ଦାବି ଉପସ୍ଥାନ କରିବେ। ଏନେଇ ସେମାନେ ଆଇଏସ୍‌ଆଇ ଓ ଏ ସଂପର୍କିତ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିବେ। ସେହିପରି ୨୦୧୫ ମରୁଡ଼ି ଓ ୨୦୧୩ ଫାଇଲିନ୍ ସହାୟତା ବକେୟା ଅର୍ଥ ପ୍ରଦାନ ପାଇଁ ଦାବି ଉପସ୍ଥାପନ କରାଯିବ। ନୂଆ ମେଡିକାଲ୍ ପାଇଁ କେନ୍ଦ୍ର ସରକାର ଦେବାକୁ ଥିବା ଅର୍ଥ ନ ମିଳିବା ପ୍ରସଙ୍ଗ ମଧ୍ୟ ଉଠାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଚାଉଳ ବ୍ୟବସ୍ଥାରେ ପରିବର୍ତ୍ତନ କରିବା ପାଇଁ ଦାବି ଉପସ୍ଥାପନ କରାଯିବ।

Advertisment

ଲୋକସଭାରେ ବିଜେଡି ସଂସଦୀୟ ଦଳର ମୁଖପାତ୍ର କଳିକେଶ ନାରାୟଣ ସିଂହଦେଓ କହିଛନ୍ତି ଯେ ନୀତି ଆୟୋଗ ଯୋଗୁଁ ରାଜ୍ୟ ପ୍ରାୟ ୨୦୦୦ କୋଟି ଟଙ୍କାର କ୍ଷତି ସହିଛି। ଏ ପ୍ରସଙ୍ଗକୁ ମଧ୍ୟ ସଂସଦରେ ଉଠାଇବାକୁ ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।

ସେ କହିଛନ୍ତି ଯେ ଜେଏନ୍‌ୟୁ ଘଟଣାରେ ପୋଲିସ୍‌ର ପଦକ୍ଷେପକୁ ବିଜେଡି ନିନ୍ଦା କରୁଛି। ଏ ପ୍ରସଙ୍ଗରେ ଗୃହରେ ବିତର୍କ ହେଲେ ବିଜେଡି ସାଂସଦମାନେ ସେଥିରେ ଭାଗ ନେବେ।

ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଦଳର ଉଭୟ ଲୋକସଭା ଓ ରାଜ୍ୟସଭାର ସମସ୍ତ ୨୫ ସାଂସଦ ଯୋଗ ଦେଇଥିଲେ।