Advertisment

ବଲାଙ୍ଗିର ଅନର କିଲିଂ: ଡମ୍ପିଂୟାର୍ଡରେ ଶବ ପୋତି ଦେଲା ମ୍ୟୁନିସିପାଲିଟି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଖୁଣ୍ଟସମଲାଇରେ ଅନର କିଲିଂର ଶିକାର ହୋଇଥିବା ଗୀତା ତଅଁଳାଙ୍କ ଅନ୍ତ୍ୟୋଷ୍ଟି ପାଇଁ କେହି ଜାତିଭାଇ ଆସିଲେ ନାହିଁ। ସାମାଜିକ ବାସନ୍ଦ ଭୟରେ ଶବକୁ କେହି କାନ୍ଧ ନ ଦେବାରୁ ମ୍ୟୁନିସିପାଲିଟି ଶବକୁ ଡମ୍ପିଂୟାର୍ଡରେ ପୋତି ଦେଇଛି। ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ଥିବା ବେଳେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଭିନ୍ନ ଜାତିରେ ବିବାହ କରିଥିବାରୁ ୭ ଦିନ ପୂର୍ବେ କୈଳାସ ତଅଁଳା […]

author-image
Rakesh Mallick
ଅଦ୍ୟତନ ହୋଇଛି
ବଲାଙ୍ଗିର ଅନର କିଲିଂ: ଡମ୍ପିଂୟାର୍ଡରେ ଶବ ପୋତି ଦେଲା ମ୍ୟୁନିସିପାଲିଟି

bolangiri

bolangiriବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଖୁଣ୍ଟସମଲାଇରେ ଅନର କିଲିଂର ଶିକାର ହୋଇଥିବା ଗୀତା ତଅଁଳାଙ୍କ ଅନ୍ତ୍ୟୋଷ୍ଟି ପାଇଁ କେହି ଜାତିଭାଇ ଆସିଲେ ନାହିଁ। ସାମାଜିକ ବାସନ୍ଦ ଭୟରେ ଶବକୁ କେହି କାନ୍ଧ ନ ଦେବାରୁ ମ୍ୟୁନିସିପାଲିଟି ଶବକୁ ଡମ୍ପିଂୟାର୍ଡରେ ପୋତି ଦେଇଛି। ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ଥିବା ବେଳେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି।

Advertisment

ଭିନ୍ନ ଜାତିରେ ବିବାହ କରିଥିବାରୁ ୭ ଦିନ ପୂର୍ବେ କୈଳାସ ତଅଁଳା ଝିଅ ଗୀତାକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଗୀତାଙ୍କ ଜେଜେମାଆ ମେମ୍‌ ତଅଁଳା ତାକୁ ନେଇ ତରଭା ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଲୁଚାଇ ରଖିଥିଲା। ଗତ ମଙ୍ଗଳବାର କୈଳାସ ସେଠାକୁ ଯାଇ ଝିଅ ଓ ମାଆକୁ ବୁଝାଶୁଝା କରି ଘରକୁ ଆଣିଥିଲା। ସେହିଦିନ ରାତି ପ୍ରାୟ ୧୧ଟାରେ ଗୀତାର ମୃତଦେହ ଷ୍ଟେସନଠାରୁ ୩ ଶହ ମିଟର ଦୂରରେ ଥିବା ଏକ ବୁଦାମୂଳରୁ ଉଦ୍ଧାର କରାଯାଇଥିଲା। ନାତୁଣୀକୁ କୈଳାସ ଓଢଣିରେ ତଣ୍ଟିଚିପି ହତ୍ୟା କରିଥିବା ମେମ୍‌ ତଅଁଳା ଅଭିଯୋଗ କରିଥିଲେ। ଘଟଣା ପରଠାରୁ କୈଳାସ ଫେରାର ଅଛି।

ଜିଆରପି ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଥିଲା। ସାମାଜିକ ବାସନ୍ଦ ଭୟରେ ଆତ୍ମୀୟ ସ୍ୱଜନ କେହି ଶବକୁ କାନ୍ଧ ଦେବାକୁ ଆସି ନ ଥିଲେ। ଶେଷରେ ଜିଆରପି ପୋଲିସ ସତ୍କାର ପାଇଁ ମ୍ୟୁନିସପାଲିଟିକୁ ଶବ ହସ୍ତାନ୍ତର କରିଥିଲା। ହରିଶ୍ଚନ୍ଦ୍ର ଯୋଜନାରେ ଶବ ସତ୍କାର ପାଇଁ ଅର୍ଥ ବ୍ୟବସ୍ଥା ଥିବା ବେଳେ ମ୍ୟୁନିସିପାଲିଟି ଶବ ସତ୍କାର କରିବା ବଦଳରେ ସହର ନିକଟ ଅଳିଆ ଗଦାରେ ପୋତି ଦେଇଛି।

Advertisment

ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା କହିଛନ୍ତି, “ଶବକୁ ଅଳିଆ ଗଦାରେ ପୋତି ଦିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ମ୍ୟୁନିସିପାଲିଟିରେ ଭୋଟର ପ୍ରମାଣପତ୍ର ଥିଲେ ହରିଶ୍ଚନ୍ଦ୍ର ଯୋଜନାରେ ଶବ ଦାହ ଲାଗି ୩୦୦୦ ଟଙ୍କା ପ୍ରଦାନ କରାଯାଇଥାଏ। ମ୍ୟୁନିସପାଲିଟି ବାହାରର ହୋଇଥିଲେ ଶବ ଦାହ ଲାଗି ଉପ ଜିଲ୍ଲାପାଳଙ୍କର ସହାୟତା ପ୍ରଦାନ କରିବାର କ୍ଷମତା ରହିଛି।”

ଅନ୍ୟପକ୍ଷରେ ନାତୁଣୀ ହତ୍ୟାକାରୀ ପୁଅ କିପରି ଦଣ୍ଡ ପାଇବ ସେଥିପାଇଁ ଭଗବାନଙ୍କ ପାଖରେ ଗୁହାରୀ ପଡିଛନ୍ତି ଗୀତାର ଆଇ ମେମ୍‌ ତଅଁଳା।

ଗୀତାଙ୍କୁ କୈଳାସ ହତ୍ୟା କରିବା ବେଳେ ସେ ୪ ମାସର ଗର୍ଭବତୀ ଥିଲା।