Advertisment

ବିପିଏଲ୍‌ ବର୍ଗରେ ସାମିଲ ହେବେ କିନ୍ନର

ଭୁବନେଶ୍ୱର: ରାଜ୍ୟର ସବୁ କିନ୍ନରଙ୍କୁ ବିପିଏଲ୍‌ ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ମହିଳା ଓ ଶିଶୁ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଏହା କହିଛନ୍ତି। ଏହାସହ କିନ୍ନରମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ କରାଯିବାକୁ ସ୍ଥିର ହୋଇଛି। ଦୀର୍ଘଦିନ ହେବ ବିପିଏଲ୍‌ ବର୍ଗରେ ସାମିଲ କରାଯିବାକୁ କିନ୍ନରମାନେ ଦାବି କରି ଆସୁଥିଲେ। ଅନ୍ୟପକ୍ଷେରେ ୨୦୧୯ ସୁଦ୍ଧା ରାଜ୍ୟରେ ଥିବା […]

author-image
Rakesh Mallick
ବିପିଏଲ୍‌ ବର୍ଗରେ ସାମିଲ ହେବେ କିନ୍ନର

kinnar

kinnarଭୁବନେଶ୍ୱର: ରାଜ୍ୟର ସବୁ କିନ୍ନରଙ୍କୁ ବିପିଏଲ୍‌ ବର୍ଗରେ ସାମିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ମହିଳା ଓ ଶିଶୁ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ବିଭାଗର ସମୀକ୍ଷା ପରେ ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଏହା କହିଛନ୍ତି। ଏହାସହ କିନ୍ନରମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ସାମିଲ କରାଯିବାକୁ ସ୍ଥିର ହୋଇଛି।

Advertisment

ଦୀର୍ଘଦିନ ହେବ ବିପିଏଲ୍‌ ବର୍ଗରେ ସାମିଲ କରାଯିବାକୁ କିନ୍ନରମାନେ ଦାବି କରି ଆସୁଥିଲେ।

ଅନ୍ୟପକ୍ଷେରେ ୨୦୧୯ ସୁଦ୍ଧା ରାଜ୍ୟରେ ଥିବା ସବୁ ଅଙ୍ଗନୱାଡି କେନ୍ଦ୍ର ପାଇଁ ନିଜସ୍ୱ କୋଠା ନିର୍ମାଣ କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ ୩୦,୯୨୦ କେନ୍ଦ୍ରର ନିଜସ୍ୱ କୋଠା ନାହିଁ।

Advertisment

ମୁଖ୍ୟମନ୍ତ୍ରୀ ଯୋଜନା ଓ ସମନ୍ୱୟ ବିଭାଗର ମଧ୍ୟ ସମୀକ୍ଷା କରିଥିଲେ।

ଏପରି ବିଭାଗୱାରୀ ସମୀକ୍ଷାକୁ ନେଇ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଗୋଟିଏ ବର୍ଷରେ ଜଳସେଚନ, କୃଷି ଓ ପିଇବା ପାଣି ବାବଦକୁ ୧୬,୦୦୦ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରି ନାହାନ୍ତି। ଯାହା କରିଛ, ତା’ର ବାସ୍ତବ ଚିତ୍ର ଲୋକଙ୍କ ପାଖରେ ରଖ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ଅର୍ଥ କମିଶନ ଯେଉଁ ଗାଇଡଲାଇନ ଦେଇଥିଲେ ସେଥିରେ ଅର୍ଥ ଖର୍ଚ୍ଚ କରିବାରେ କିଛି ଅସୁବିଧା ଥିଲା। ଯେଉଁଠି ଦୁଇଟି ବିଭାଗ ମଧ୍ୟରେ ସମନ୍ୱୟ ଦରକାର ସେଠାରେ ମୁଖ୍ୟମନ୍ତ୍ରୀଙ୍କର ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି। ଏହି ବିଭାଗୱାରୀ ସମୀକ୍ଷାର ସୁଫଳ ସାଧାରଣ ଲୋକେ ପାଇବେ।”