Advertisment

ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଆଜି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । www.cbseresults.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି। ସାରା ଦେଶରେ ଏଥର ୯୬.୨୧ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଏହା ଗତ ବର୍ଷ ତୁଳନାରେ କମ୍। ଗତବର୍ଷ ୯୭.୩୨ ପ୍ରତିଶତ ପିଲା ପାସ୍ କରିଥିଲେ। ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀମାନଙ୍କ ପାସ୍ ହାର ୯୬.୩୬ ପ୍ରତିଶତ ରହିଥିବା ବେଳେ ଛାତ୍ରମାନଙ୍କ ପାସ୍ ହାର ୯୬.୧୧ ପ୍ରତିଶତ ରହିଛି। […]

author-image
Rakesh Mallick
ଅଦ୍ୟତନ ହୋଇଛି
ମାର୍ଚ୍ଚ ୯ରୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ

cbse

ଭୁବନେଶ୍ୱର: ଆଜି ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । www.cbseresults.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେଉଛି।

Advertisment

ସାରା ଦେଶରେ ଏଥର ୯୬.୨୧ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ଏହା ଗତ ବର୍ଷ ତୁଳନାରେ କମ୍। ଗତବର୍ଷ ୯୭.୩୨ ପ୍ରତିଶତ ପିଲା ପାସ୍ କରିଥିଲେ। ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀମାନଙ୍କ ପାସ୍ ହାର ଅଧିକ ରହିଛି। ଛାତ୍ରୀମାନଙ୍କ ପାସ୍ ହାର ୯୬.୩୬ ପ୍ରତିଶତ ରହିଥିବା ବେଳେ ଛାତ୍ରମାନଙ୍କ ପାସ୍ ହାର ୯୬.୧୧ ପ୍ରତିଶତ ରହିଛି। ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ଭଳି ଦଶମ ଶ୍ରେଣୀରେ ମଧ୍ୟ କେରଳର ତିରୁଅନନ୍ତପୁରମ୍ ରିଜିଅନର ରେଜଲ୍ଟ ସବୁଠୁ ଭଲ ହୋଇଛି। ଏଠାରେ ମୋଟ୍ ପାସ୍ ହାର ୯୯.୮୭ ପ୍ରତିଶତ ରହିଛି।

ଓଡ଼ିଶାରେ ମୋଟ୍ ପାସ୍ ହାର ୯୮.୫୬ ପ୍ରତିଶତ ରହିଥିବା ବେଳେ ଭୁବନେଶ୍ୱର ରିଜିଅନରେ ପାସ୍ ହାର ୯୬.୨୭ ପ୍ରତିଶତ ରହିଛି।

Advertisment

ସାରା ଦେଶରେ ଥିବା ମୋଟ ୧୫,୩୦୯ଟି ସ୍କୁଲରେ ଏଥର ୧୪, ୯୯, ୨୧୨ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୮,୯୨,୬୮୫ ଛାତ୍ର ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ଥିଲା ୬,୬,୪୩୭। ଦେଶରେ ଥିବା ୧୦ଟି ରିଜିୟନ୍ ମଧ୍ୟରୁ ଦିଲ୍ଲୀ ରିଜିଅନ୍‌ରେ ସର୍ବାଧିକ ୨, ୯୧,୩୭୧ ଛାତ୍ରଛାତ୍ରୀ ଏଥର ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ।

ଓଡ଼ିଶା ରିଜିଅନ୍‌ରେ ୭୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି। ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗ ରାଜ୍ୟ ଓଡ଼ିଶା ରିଜିଅନ୍‌ରେ ଆସୁଛନ୍ତି।