/odisha-reporter/media/post_attachments/uploads/2016/05/pruthurah-harichandN.jpg)
pruthurah harichandN
ଭୁ
ବନେଶ୍ୱର: ଡ଼ାଲି ଉପରୁ ଭାଟ୍ ଛାଡ ପାଇଁ କେନ୍ଦ୍ର ସରକାରଙ୍କ ଅପିଲ୍ ପରେ ବି ଏଯାଏଁ ରାଜ୍ୟ ସରକାର ଏହାକୁ ଲାଗୁ କରୁନାହାନ୍ତି। ଫଳରେ ରାଜ୍ୟରେ ଡାଲି ଦର ନିୟନ୍ତ୍ରଣକୁ ଆସୁ ନାହିଁ। ମଙ୍ଗଳବାର ଏ ପରି କଡ଼ା ସମାଲୋଚନା କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ସେ କହିଛନ୍ତି,“ଗତ ୨୧ତାରିଖରୁ ଦିଲ୍ଲୀରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୈଠକରେ ଡ଼ାଲି ଉପରୁ ଭାଟ୍ ଛାଡ ପାଇଁ ଆଲୋଚନା ହୋଇଥିଲା। ଏହା ଭିତରେ ତିନିଦିନ ବିତି ଗଲାଣି। ରାଜ୍ୟ ସରକାର ଏବେ ବି ଡାଲି ଉପରେ ୫ ପ୍ରତିଶତ ଭାଟ୍ ଓ ୧ ପ୍ରତିଶତ ଲୋକାଲ୍ ଟ୍ୟାକ୍ସ ନେଉଛନ୍ତି। କାହିଁକି ରାଜ୍ୟ ସରକାର ଏହାକୁ ଛାଡ କରୁ ନାହାନ୍ତି ତାହା ସ୍ପଷ୍ଟ କରନ୍ତୁ।”
ବିଜେପିର ଏହି ଅଭିଯୋଗର ଉତ୍ତର ଦେଇ ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି,“ ୨୧ତାରିଖରେ ଦିଲ୍ଲୀରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇ ନାହିଁ। ଏନେଇ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ଲିଖିତ ନିର୍ଦ୍ଦେଶ ଆମେ ପାଇ ନାହୁଁ। ଲିଖିତ ଆକାରରେ ପାଇଲା ପରେ ରାଜ୍ୟ ସରକାର ଅନୁଧ୍ୟାନ କରି ଯାହା ନିଷ୍ପତ୍ତି ନିଆଯାଇପାରିବ ନେବେ।”
ଅନ୍ୟପକ୍ଷରେ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି,“ ଭାଟ୍ ଓ ଲୋକାଲ ଟ୍ୟାକ୍ସ ଛାଡ ହେଲେ ଡାଲି ଦର କିଲୋ ପିଛା ୮ରୁ ୧୦ ଟଙ୍କା ହ୍ରାସ ପାଇବ। ଦୁଇ ଦିନ ମଧ୍ୟରେ ରାଜ୍ୟସରକାର ଏନେଇ କୌଣସି ପଦକ୍ଷେପ ନ ନେଲେ ସଂଘ ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ ନିଷ୍ପତ୍ତି ନେବୁ। ”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
