Advertisment

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଠନ ହେବ ୫୦୦ ନୂଆ ପଞ୍ଚାୟତ

ଭୁବନେଶ୍ୱର: ୨୦୧୭ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଞ୍ଚାୟତ ସଂଖ୍ୟା ବୃଦ୍ଧି କରାଯିବ। ପଞ୍ଚାୟତ ପୁନର୍ଗଠନ ପ୍ରକ୍ରିୟାରେ ୫୦୦ ନୂଆ ପଞ୍ଚାୟତ ଗଠନକୁ ଅନୁମୋଦନ ମିଳିଛି। ଏହାସହ ଜିଲ୍ଲା ପରିଷଦ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏ ନେଇ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି। କେଉଁ ପଞ୍ଚାୟତକୁ ଭାଙ୍ଗି ନୂଆ ପଞ୍ଚାୟତ ଗଠନ କରାଯିବ ତାହାର ତାଲିକା ପ୍ରସ୍ତୁତ ହୋଇସାରିଛି। ଜିଲ୍ଲାର ଆୟତନ, ଲୋକସଂଖ୍ୟା ଓ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଜିଲ୍ଲାସ୍ତରରୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଠନ ହେବ ୫୦୦ ନୂଆ ପଞ୍ଚାୟତ

panchyata

panchyataଭୁବନେଶ୍ୱର: ୨୦୧୭ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଞ୍ଚାୟତ ସଂଖ୍ୟା ବୃଦ୍ଧି କରାଯିବ। ପଞ୍ଚାୟତ ପୁନର୍ଗଠନ ପ୍ରକ୍ରିୟାରେ ୫୦୦ ନୂଆ ପଞ୍ଚାୟତ ଗଠନକୁ ଅନୁମୋଦନ ମିଳିଛି। ଏହାସହ ଜିଲ୍ଲା ପରିଷଦ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏ ନେଇ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି।

Advertisment

କେଉଁ ପଞ୍ଚାୟତକୁ ଭାଙ୍ଗି ନୂଆ ପଞ୍ଚାୟତ ଗଠନ କରାଯିବ ତାହାର ତାଲିକା ପ୍ରସ୍ତୁତ ହୋଇସାରିଛି। ଜିଲ୍ଲାର ଆୟତନ, ଲୋକସଂଖ୍ୟା ଓ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଜିଲ୍ଲାସ୍ତରରୁ ପଞ୍ଚାୟତ ପୁନର୍ଗଠନ ପାଇଁ ଆସିଥିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ନୂଆ ପଞ୍ଚାୟତର ୱାର୍ଡ, ସଂରକ୍ଷଣ ବ୍ୟବସ୍ଥା ଆଦି ସମସ୍ତ ତଥ୍ୟ ମାସକ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବ।

ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଞ୍ଜନ ସିଂ କହିଛନ୍ତି, “ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରରୁ ଯେଉଁ ପ୍ରସ୍ତାବ ଆସିଥିଲା ତାକୁ ସରକାର ଅନୁମୋଦନ କରିସାରିଛନ୍ତି।”

Advertisment

୨୦୧୭ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ନୂଆ ପଞ୍ଚାୟତଗୁଡିକ ସାମିଲ ହେବ।

ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ନିଷ୍ପତ୍ତିକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ଏବେ ଥିବା ୬,୨୧୧ ପଞ୍ଚାୟତରେ ଭିତ୍ତିଭୂମି ଠିକ୍‌ ନ ଥିବା ବେଳେ ନୂଆ ପଞ୍ଚାୟତ ଗଠନ ଓ ଏହାର ଭିତ୍ତିଭୂମି ଉନ୍ନତିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି, “ଅଧିକାଂଶ ପଞ୍ଚାୟତରେ ଇଓ ନାହାନ୍ତି। ଯେତିକି ପଞ୍ଚାୟତ ଅଛି ତା’ର ପରିଚାଳନା ସରକାର ଠିକ୍‌ରେ କରିପାରୁ ନାହାନ୍ତି। ପୁଣି ୫୦୦ ନୂଆ ପଞ୍ଚାୟତ କରିବାକୁ ଯାଉଛନ୍ତି। ଏ ପଞ୍ଚାୟତଗୁଡିକର ଉନ୍ନତି ହେବା ଦିବାସ୍ୱପ୍ନ।”

ବିଜେପି ବିଧାୟକ ଗୋବିନ୍ଦ ଦାସ କହିଛନ୍ତି, “ଯେତିକି ପଞ୍ଚାୟତ ଅଛି ସରକାର ଠିକ୍‌ରେ ସେଗୁଡିକୁ ଅର୍ଥ ଯୋଗାଉ ନାହାନ୍ତି। ସବୁ କାଗଜକଲମରେ ଚାଲିଛି। ଜନହିତ ପାଇଁ କୌଣସି କାମ ଏ ସରକାର କରୁନାହାନ୍ତି।”

ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କିନ୍ତୁ ନୂଆ ପଞ୍ଚାୟତ ଗଠନ ନିଷ୍ପତ୍ତି ଠିକ୍‌ ବୋଲି ଦର୍ଶାଇ କହିଛନ୍ତି, “ବଡ ପଞ୍ଚାୟତ ହେଲେ ଅଧିକ ଆର୍ଥିକ ବୋଝ ଆସିବ। ଭିତ୍ତିଭୂମି ଓ ଲୋକସଂଖ୍ୟାକୁ ନେଇ ପର୍ଯ୍ୟାୟ କ୍ରମେ ଅଧିକ ପଞ୍ଚାୟତ ଗଠନ କରାଯିବାକୁ ସ୍ଥିର ହୋଇଥିଲା। ଆଉ କିଛି ପର୍ଯ୍ୟାୟ ବାକି ଅଛି। ଏହା ସରିବା ପରେ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।”