/odisha-reporter/media/post_attachments/uploads/2015/12/dg.jpg)
dg
ଭୁବନେଶ୍ୱର: ଗୁଜରାଟର କଛରେ ଚାଲିଥିବା ୩ ଦିନିଆ ପୋଲିସ ଡିଜି ଓ ଆଇଜି ସମ୍ମିଳନୀରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ନେଇ ବିସ୍ତୃତ ଆଲୋଚନା ହୋଇଛି। ଦେଶର ପୋଲିସ ବିଭାଗ ଓ ଗୁଇନ୍ଦା ବିଭାଗ ସାମ୍ନା କରୁଥିବା ବିଭିନ୍ନ ଜଟିଳ ସମସ୍ୟାର ମୁକାବିଲା ନେଇ ମାନସମନ୍ଥନ କରାଯାଉଛି। ବିଶେଷକରି ଆତଙ୍କବାଦ ଓ ଉଗ୍ରବାଦର ମୁକାବିଲା, ଗୁଇନ୍ଦା ସୂଚନା ସଂଗ୍ରହ ପରେ ଏହାକୁ ଠିକ୍ ଭାବେ ଉପଯୁକ୍ତ ସ୍ଥାନରେ ପହଞ୍ଚାଇବା, ପୋଲିସ ତଦନ୍ତର ମାନରେ ଉନ୍ନତି ଆଣିବା, ପୋଲିସର ଆଧୁନିକୀକରଣ ଏବଂ ମାନବ ସମ୍ୱଳର ଅପଗ୍ରେଡେସନ ଇତ୍ୟାଦି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶରେ ଗୁଇନ୍ଦା ସଂସ୍ଥାସବୁ ସୂଚନା ସଂଗ୍ରହ ପରେ ଓ ଏହାକୁ ଠିକ୍ ଭାବେ ଠିକ୍ ସ୍ଥାନରେ ଉପଯୋଗ ନେଇ ଏକ ମେକାନିଜମ ତିଆରି ଉପରେ ଡିଜିପି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି।
ସମ୍ମିଳନୀର ଆଜି ଦ୍ୱିତୀୟ ଦିନରେ ମଧ୍ୟ ଏ ପ୍ରସଙ୍ଗ ଉପରେ ବିଶେଷ ଆଲୋଚନା କରାଯିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସମ୍ମିଳନୀରେ ଯୋଗ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
