Advertisment

ଜଗାକୁ ବି ଠକୁଛନ୍ତି: ପୋକରା ଚାଉଳର ଅବଢ଼ା ଖାଉଛନ୍ତି ମହାପ୍ରଭୁ! ଭକ୍ତ ମର୍ମାହତ

ପୁରୀ (ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଜଗନ୍ନାଥ। ତାଙ୍କ ପାଖକୁ ପ୍ରତିଦିନ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହିତ ଅବଢ଼ା ଅନ୍ନ ଖାଉଛନ୍ତି। ଏବେ ଏହି ଅବଢ଼ା ଅନ୍ନର ମାନକୁ ନେଇ ଠିଆ ହୋଇଛି ପ୍ରଶ୍ନ। ସତରେ କ’ଣ ମହାପ୍ରଭୁଙ୍କ ଅବଢ଼ା ଅନ୍ନ ପୋକରା ଚାଉଳରେ ପ୍ରସ୍ତୁତ ହେଉଛି? ଶ୍ରୀମନ୍ଦିରର ରୋଷଘରକୁ ଯାଉଥିବା ଚାଉଳ ପୋକରା ବୋଲି ଜଣାପଡ଼ିବା ପରେ ଭକ୍ତଙ୍କ ଭାବପ୍ରବଣତା ପ୍ରତି ଶକ୍ତ ଧକ୍କା ଲାଗିଛି।

ଜଗାପ୍ରେମୀଙ୍କ ମନରେ କ୍ଷୋଭ। ସତରେ କ’ଣ ପୋକରା ଚାଉଳରେ ରନ୍ଧା ଯାଉଛି ମହାପ୍ରସାଦ? ଯେଉଁ କୈବଲ୍ୟର କଣିକାଏ ପାଇଁ ୩୩ କୋଟି ଦେବତା ଅପେକ୍ଷା କରିଥାନ୍ତି, ସେଥିରେ ବ୍ୟବହାର ହେଉଛି ଫିମ୍ପି ଲଗା, ଗମରା ଚାଉଳ? ଦୁଇଦିନ ତଳେ ଶ୍ରୀମନ୍ଦିର ଭିତରକୁ ଏଭଳି ଚାଉଳ ଯାଉଥିବା ବେଳେ ଦକ୍ଷିଣ ଦ୍ୱାର ନିକଟରେ ନ୍ୟୁଜ୍ ଚ୍ୟାନେଲ୍ ଓଟିଭି କ୍ୟାମେରାରେ ଧରା ପଡ଼ିଥିଲା। ସେ ଚାଉଳ ଅବସ୍ଥା ଦେଖି ଭକ୍ତ ଓ ସେବାୟତ ତାଜୁବ ହୋଇ ଯାଇଥିଲେ। ଚାଉଳ ପ୍ୟାକେଟ୍ ଉପରେ ଏଫ୍ଏସ୍ଏସ୍ଆଇ ମାନର ମୋହର ଲାଗିଥିଲା। କିନ୍ତୁ ପ୍ୟାକେଟ୍‌ ଖୋଲିବା ପରେ ଦେଖିବାକୁ ମିଳିଲା ଚାଉଳ ବିଣ୍ଡା ହୋଇଯାଇଛି ଓ ଫିମ୍ପି ଲାଗିଯାଇଛି। ଏହା ପରେ ମଧ୍ୟ ଏହି ଚାଉଳ ମନ୍ଦିର ଭିତରକୁ ଯାଇଥିଲା। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପୋକରା ଚାଉଳ ଯୋଗାଣ ନେଇ ତଦନ୍ତ ଆରମ୍ଭ

ଶ୍ରୀମନ୍ଦିରକୁ ନିମ୍ନମାନର ଚାଉଳ ଯୋଗାଣ ହେଉଛି। ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ପୁରୀ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଅବଢ଼ା ରନ୍ଧା ପାଇଁ ଯାଉଥିବା ଦ୍ରବ୍ୟର ମାନ କ’ଣ ଯାଞ୍ଚ ହେଉନି? ଅବଢ଼ାର ମାନ ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣେ ଫୁଡ୍ ଇନ୍ସପେକ୍ଟର ନିଯୁକ୍ତି ନେଇ ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ୍ ବିପି ଦାସ ସୁପାରିଶ କରିଥିଲେ। ଏହାକୁ କ’ଣ କାର୍ଯ୍ୟକାରୀ କରାଯାଉନି?

ନିମ୍ନମାନର ଅବଢ଼ା ନେଇ କିଏ କ’ଣ କୁହନ୍ତି

ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ୱାଲ୍ କହିଛନ୍ତି- “ଅବଢ଼ା ପ୍ରସ୍ତୁତ ହେଉଥିବା ଚାଉଳର ଗୁଣବତ୍ତା ସହିତ ସାଲିସ କରାଯାଇ ପାରିବ ନାହିଁ। ଏ ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିମ୍ନମାନର ଚାଉଳ ଯୋଗାଣ ଘଟଣାର ତଦନ୍ତ କରାଯିବ। ଦରକାର ପଡ଼ିଲେ ଅଭିଯକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା କହିଛନ୍ତି- “ଶ୍ରୀମନ୍ଦିର ଆଇନ୍‌ ଅନୁସାରେ ଖରାପ ମାନର ପ୍ରସାଦ ବିକ୍ରି ହେବା କଥା ନୁହେଁ। ଯଦି ଏପରି ଅଭିଯୋଗ ଆସିଥାଏ, ତାହେଲେ ସୁଆର ନିଯୋଗ ସହିତ ଆଲୋଚନା କରାଯିବ।”

ସୁଆର ନିଯୋଗ ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି- “କେହି କେବେ ଚାହିଁବେ ନାହିଁ ମହାପ୍ରଭୁଙ୍କୁ ଖରାପ ଚାଉଳ ଅର୍ପଣ କରାଯାଉ ବୋଲି। ଯେଉଁ ଚାଉଳରେ ଅବଢ଼ା ଅନ୍ନ ପ୍ରସ୍ତୁତ ହୁଏ ତାହାର ମାନ ସୁଆର ନିଯୋଗ ପକ୍ଷରୁ ନିର୍ଦ୍ଧାରଣ କରାଯାଏ।”

ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି- “ମହାପ୍ରଭୁଙ୍କୁ ଯୋଗାଯାଉଥିବା ଚାଉଳରେ ପୋକ ଲାଗିଛି। ଏନେଇ କଣ କହିବି? କାହାକୁ କହିବି? ଏଥିପାଇଁ ମୁଁ ମର୍ମାହତ।”

ଅନ୍ୟପକ୍ଷରେ ଟ୍ରଲି ଚାଳକ କହିଛନ୍ତି- “ଆମକୁ ଯେଉଁ ଚାଉଳ ଦେଉଛନ୍ତି ଆମେ ମନ୍ଦିର ଭିତରକୁ ନେଉଛୁ। ଏହି ଚାଉଳରେ ପୋକ ଓ ବିଣ୍ଡା ଲାଗିଛି। ଆମ କ’ଣ କରିବୁ।”

author-image
Ordigital Desk