Advertisment

ଯାଜପୁରରେ ଅନର କିଲିଂ: ନାବାଳିକାକୁ ପିଟିପିଟି ମାରି ଦେଲେ ବାପାମା’

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଲକ୍ଷ୍ମୀସାଗର ସାହିରୁ ଆସିଛି ଅନର କିଲିଂ ଅଭିଯୋଗ। ଗାଁର ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ପାଇଁ ଜଣେ ନାବାଳିକାକୁ ତାଙ୍କ ବାପାମା’ ପିଟିପିଟି ମାରି ଦେଇଥିବା ଜଣାପଡିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାବାଳିକା ସହ ଅନୈତିକ ସମ୍ପର୍କ ସ୍ଥାପନ କରି ତାକୁ ଗର୍ଭବତୀ କରିଥିବା ଯୁବକ ହତ୍ୟାରେ ତା’ର ବାପାମା’ଙ୍କୁ ସାହାଯ୍ୟ କରିଛି। ଏହି ଘଟଣାରେ ପୋଲିସ ନାବାଳିକାଙ୍କ ବାପାମା’ଙ୍କୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଯୁବକ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଯାଜପୁରରେ ଅନର କିଲିଂ: ନାବାଳିକାକୁ ପିଟିପିଟି ମାରି ଦେଲେ ବାପାମା’

jajpur-murder

jajpur-murderଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଲକ୍ଷ୍ମୀସାଗର ସାହିରୁ ଆସିଛି ଅନର କିଲିଂ ଅଭିଯୋଗ। ଗାଁର ଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ପାଇଁ ଜଣେ ନାବାଳିକାକୁ ତାଙ୍କ ବାପାମା’ ପିଟିପିଟି ମାରି ଦେଇଥିବା ଜଣାପଡିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାବାଳିକା ସହ ଅନୈତିକ ସମ୍ପର୍କ ସ୍ଥାପନ କରି ତାକୁ ଗର୍ଭବତୀ କରିଥିବା ଯୁବକ ହତ୍ୟାରେ ତା’ର ବାପାମା’ଙ୍କୁ ସାହାଯ୍ୟ କରିଛି। ଏହି ଘଟଣାରେ ପୋଲିସ ନାବାଳିକାଙ୍କ ବାପାମା’ଙ୍କୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଯୁବକ ଫେରାର ହୋଇଯାଇଛି।jajpur-murder-1

Advertisment

ଲକ୍ଷ୍ମୀନଗର ସାହିର ଜଣେ ନାବାଳିକାଙ୍କର ସହ ସେହି ଗାଁର ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଥିଲା। ଏପରି କି ନାବାଳିକା ଜଣଙ୍କ ୩ ମାସର ଗର୍ଭବତୀ ଥିଲେ। ଏ ନେଇ ବାପାମା’ ଗତ ୧୪ ତାରିଖ ରାତିରେ ଝିଅକୁ ପିଟି ପିଟି ମାରି ଦେଇଥିଲେ। ୧୫ ତାରିଖ ସକାଳେ ବାଡି ପଛପଟରେ ଶବଦାହ କରି ଏକ ଗାତରେ ପାଉଶଁ ପୋତି ଦେଇଥିଲେ। ଏ ସମସ୍ତ ଘଟଣା ଉପରେ ନଜର ରଖିଥିବା ଜଣେ ପଡ଼ୋଶୀ ୧୬ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଆଜି ପୋଲିସ ଚଢାଉ କରି ପୋଡା ପାଉଁଶ ଓ କାଠ ଜବତ କରିଛି। ଏହି ଘଟଣାରେ ନାବାଳିକାଙ୍କ ବାପାମା’ଙ୍କୁ ଗିରଫ କରିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବିଞ୍ଝେରପୁର ଥାନା ଅଧିକାରୀ ମୂରଲୀଧର ପୃଷ୍ଟି କହିଛନ୍ତି।