Advertisment

ପୋଲିସ୍‌ ଉପରକୁ ଗୁଳି କରି ଅପରାଧୀ ଫେରାର

କଟକ: ପୋଲିସ୍‌ ଉପରକୁ ଗୁଳି ଚଳାଇ ଅପରାଧୀ ଫେରାର। କଟକ ଜିଲ୍ଲା ବାଙ୍କୀ ସବ୍‌ଡିଭିଜନ୍ ଅନ୍ତର୍ଗତ କଳାପଥର ନିକଟରେ ଘଟିଛି ଏହି ଘଟଣା। ବୈଦେଶ୍ୱର ଥାନା ପୋଲିସ୍ ଆଜି ସକାଳେ ଅପରାଧୀ ମିଟୁ ଖଟେଇକୁ ଧରିବା ପାଇଁ କଳାପଥର ଯାଇଥିଲା। ତେବେ କଳାପଥର ବଜାର ଉପରେ ହଠାତ୍ ମିଟୁ ପୋଲିସ୍ ଉପରକୁ ଆକ୍ରମଣ କରିଥିଲା। ବାଇକ୍‌ରେ ବସି ସେ ପୋଲିସ୍‌ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା ଓ ଫେରାର ହୋଇଯାଇଥିଲା। ସୌଭାଗ୍ୟବଶତଃ ଗୁଳିଗୁଡ଼ିକ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। […]

author-image
Rakesh Mallick
ପୋଲିସ୍‌ ଉପରକୁ ଗୁଳି କରି ଅପରାଧୀ ଫେରାର

banki-attack

କଟକ: ପୋଲିସ୍‌ ଉପରକୁ ଗୁଳି ଚଳାଇ ଅପରାଧୀ ଫେରାର। କଟକ ଜିଲ୍ଲା ବାଙ୍କୀ ସବ୍‌ଡିଭିଜନ୍ ଅନ୍ତର୍ଗତ କଳାପଥର ନିକଟରେ ଘଟିଛି ଏହି ଘଟଣା। ବୈଦେଶ୍ୱର ଥାନା ପୋଲିସ୍ ଆଜି ସକାଳେ ଅପରାଧୀ ମିଟୁ ଖଟେଇକୁ ଧରିବା ପାଇଁ କଳାପଥର ଯାଇଥିଲା। ତେବେ କଳାପଥର ବଜାର ଉପରେ ହଠାତ୍ ମିଟୁ ପୋଲିସ୍ ଉପରକୁ ଆକ୍ରମଣ କରିଥିଲା। ବାଇକ୍‌ରେ ବସି ସେ ପୋଲିସ୍‌ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା ଓ ଫେରାର ହୋଇଯାଇଥିଲା। ସୌଭାଗ୍ୟବଶତଃ ଗୁଳିଗୁଡ଼ିକ ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା।  ଫଳରେ ବୈଦେଶ ଥାନା ଓଆଇସି ଶରତ ଚନ୍ଦ୍ର ସେଠୀ ଓ ଅନ୍ୟ ପୋଲିସ୍ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଥିଲା। ମିଟୁକୁ ଧରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Advertisment