Advertisment

ମଥୁରା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାମବୃକ୍ଷଙ୍କ ପାଖକୁ କଟକରୁ ଯାଇଛି ୨୨ ଲକ୍ଷ ଟଙ୍କା: ଡିଜିପି

ଭୁବନେଶ୍ୱର: ମଥୁରା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାମବୃକ୍ଷ ଯାଦବର କଟକ ସହ ଲିଙ୍କ୍‌ ଥିଲା। କଟକରୁ ରାମବୃକ୍ଷଙ୍କ ପାଖକୁ ଯାଉଥିଲା ଚାନ୍ଦା। ଉତ୍ତରପ୍ରଦେଶ ପୋଲିସ ଜବତ କରିଥିବା ରାମବୃକ୍ଷଙ୍କ ନୀଳ ଡାଏରୀରୁ ଏହା ଜଣାପଡିଛି। ଏହାର ସୂଚନା ଓଡ଼ିଶା ପୋଲିସକୁ ମିଳିସାରିଥିବା କହିଛନ୍ତି ଡିଜି କେ.ବି. ସିଂ। ଡାଏରୀ ଅନୁସାରେ କଟକର ଏକ ଗୋଷ୍ଠୀ ୨୨ ଲକ୍ଷ ଟଙ୍କା ସଂଗ୍ରହ କରି ଚାନ୍ଦା ଆକାରରେ ରାମବୃକ୍ଷଙ୍କ ପାଖକୁ ପଠାଇଥିବା ସୂଚନା ମିଳିଛି। ତେବେ କେଉଁ ସଂଗଠନ ଚାନ୍ଦା […]

author-image
Rakesh Mallick
ମଥୁରା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାମବୃକ୍ଷଙ୍କ ପାଖକୁ କଟକରୁ ଯାଇଛି ୨୨ ଲକ୍ଷ ଟଙ୍କା: ଡିଜିପି

Mathura

Mathuraଭୁବନେଶ୍ୱର: ମଥୁରା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାମବୃକ୍ଷ ଯାଦବର କଟକ ସହ ଲିଙ୍କ୍‌ ଥିଲା। କଟକରୁ ରାମବୃକ୍ଷଙ୍କ ପାଖକୁ ଯାଉଥିଲା ଚାନ୍ଦା। ଉତ୍ତରପ୍ରଦେଶ ପୋଲିସ ଜବତ କରିଥିବା ରାମବୃକ୍ଷଙ୍କ ନୀଳ ଡାଏରୀରୁ ଏହା ଜଣାପଡିଛି। ଏହାର ସୂଚନା ଓଡ଼ିଶା ପୋଲିସକୁ ମିଳିସାରିଥିବା କହିଛନ୍ତି ଡିଜି କେ.ବି. ସିଂ। ଡାଏରୀ ଅନୁସାରେ କଟକର ଏକ ଗୋଷ୍ଠୀ ୨୨ ଲକ୍ଷ ଟଙ୍କା ସଂଗ୍ରହ କରି ଚାନ୍ଦା ଆକାରରେ ରାମବୃକ୍ଷଙ୍କ ପାଖକୁ ପଠାଇଥିବା ସୂଚନା ମିଳିଛି। ତେବେ କେଉଁ ସଂଗଠନ ଚାନ୍ଦା ଆକାରରେ ଅର୍ଥ ପଠାଉଥିଲା ସେ ବିଷୟରେ ତଥ୍ୟ ମିଳିଲେ ତଦନ୍ତ କରାଯିବ ବୋଲି ଡିଜି କହିଛନ୍ତି।

Advertisment

ଗତ ଗୁରୁବାର ରାମବୃକ୍ଷ ଯାଦବଙ୍କ କବଜାରେ ଥିବା ମଥୁରାର ଜବାହାର ବାଗ୍‌ ଜବରଦଖଲ ଉଚ୍ଛେଦ ସମୟରେ ପୋଲିସ ଓ ତାଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଘଟିଥିବା ହିଂସାରେ ୨ ପୋଲିସ ଅଧିକାରୀଙ୍କ ସମେତ ୨୯ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣାରେ ରାମବୃକ୍ଷଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।