Advertisment

ନୂଆଁଖାଇ ପାଇଁ କଳାକାର ମାନଙ୍କର ଶେଷ ପ୍ରସ୍ତୁତି

ନୂଆଁଖାଇ ପାଇଁ ସବୁ ସ୍ତରରେ ପ୍ରସ୍ତୁତି ସରିଛି। କଳାକାର ମାନେ ମଧ୍ୟ ସାରିଛନ୍ତ ସେମାନଙ୍କର ପ୍ରସ୍ତୁତି। ନୂଆଁଖାଇ ଅବସରରେ ଏଥର ପ୍ରସ୍ତୁତ କରିଥିବା ନୂଆ ଗୀତ, ନୃତ୍ୟକୁ ସେମାନେ ପ୍ରଥମେ ମା’ ସମେଲେଶ୍ୱରୀଙ୍କ ଆଗରେ ପରିବେଷଣ କରିବେ। ତା’ପରେ ଯାଇ ରାଜ୍ୟ ବାହାରେ ଓ ବିଦେଶରେ ପରିବେଷଣ କରିବେ ନୃତ୍ୟ ଗୀତ। ଏଥିପାଇଁ ସମ୍ବଲପୁରରେ ବିଭିନ୍ନ ସୈଖୀନ ନୃତ୍ୟ ପ୍ରତିଷ୍ଠାନର କଳାକାର ମାନଙ୍କ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ନଚନିଆ, ବଜନିଆ,ଜାଲଖାଇ, ରସରକେଲି ,ମାଇଲାଜତ ଓ ଢାପ ନୃତ୍ୟ ପାଇଁ ଅଭ୍ୟାସରେ ଲାଗିପଡିଛନ୍ତି ସମସ୍ତେ। ନୃତ୍ୟ ଗୁରୁ ବି ଲାଗିଛନ୍ତି। ମାସେ ହେଲା ଚାଲିଥିବା ରିହରସାଲ ଅନୁସାରେ ଶେଷ ପ୍ରସ୍ତୁତି ଠିକରେ ହୋଇଛି କି ନାହିଁ ତାହା ପରଖି ନେଉଛନ୍ତି। କାରଣ ଆଉ ହାତରେ ସମୟ ନାହିଁ, ସମ୍ବଲପୁରର ବେଶଭୂଷା ଓ ପଂଚବାଦ୍ୟର ତାଳେ ତାଳେ, ମଂଚ ଉପରେ ଯେତେବେଳେ  ଏହି ନୃତ୍ୟ ଶିଳ୍ପୀମାନେ ନାଚିବେ ଓ ଗାଇବେ ସେତେବେଳେ ଦୁଲୁକି ଯିବ ମଂଚ। ପଶ୍ଚିମ ଓଡିଶାରେ ଲୋକ ଗୀତ ଓ ଲୋକ ନୃତ୍ୟ ଦେଖି ବିଭୋର ହେବେ ଦର୍ଶକ। ସେଥିପାଇଁ ଏ ହେଉଛି ଶେଷ ପ୍ରସ୍ତୁତି।

author-image
Ordigital Desk