/odisha-reporter/media/post_attachments/uploads/2016/06/pravat.jpg)
pravat
ଭୁବନେଶ୍ୱର: ଓସ୍କାର ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ଫିଲ୍ମ କଳାକାରଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ସେମାନଙ୍କ ପାଖକୁ ନୋଟିସ୍ ପଠାଯିବା ବୋଲି ଜଣାପଡ଼ିଛି। ସେହିଭଳି ପ୍ରଭାସ ରାଉତଙ୍କୁ ଜେରା କରିବା ପାଇଁ ପାଞ୍ଚ ଜଣ ଡିଏସ୍ପିଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।
ଜେରା ବେଳେ ପ୍ରଭାସ ରାଉତ କ୍ରାଇମବ୍ରାଞ୍ଚକୁ ବହୁ ସୂଚନା ଦେଇଛନ୍ତି। ସେ ଫିଲ୍ମ କଳାକାରମାନଙ୍କୁ ଦାମୀ କାର୍ ଓ ଫ୍ଲାଟ୍ ଦେଇଥିବା ଦେଇଛନ୍ତି। ଚିଟ୍ଫଣ୍ଡ୍ ଟଙ୍କାରେ କିଛି କଳାକାର ବିଦେଶ ଗସ୍ତ କରିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ସେହିଭଳି ଭୁବନେଶ୍ୱର ଉପକଣ୍ଠ ନଖରା ସ୍ଥିତ ଏକ ୱାଟର୍ ପାର୍କରେ ଚିଟ୍ଫଣ୍ଡ ଟଙ୍କା ଲାଗିଥିବା ସେ ତଦନ୍ତକାରୀ ଦଳକୁ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପୋଲିସ୍ ଜାଲରେ ଆଉ ଜଣେ ଚିଟଫଣ୍ଡ ଅଭିଯୁକ୍ତ ପଡିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ସତ୍ୟମ୍ ଇନଫ୍ରାର ଏମ୍ଡି ବିଜୟ ମିଶ୍ର। ଆଜି ଭୁବନେଶ୍ୱରରୁ ନୟାପଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି। ବିଜୟଙ୍କ ନାଁରେ ୮୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ରହିଛି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
