Advertisment

ପଟ୍ଟନାୟକିଆ ଛକରେ ଗୁଳିମାଡ଼ ଘଟଣା: ଆହତ ମହିଳାଙ୍କ ସମେତ ୩ ଅଟକ

ପୁରୀ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପଟ୍ଟନାୟକିଆ ଛକରେ ଗୁଳି କରି ଲୁଟ୍ ଘଟଣାରେ ପୋଲିସ୍ ଆହତ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ରହିଥିବା ଅନ୍ୟ ଦୁଇ ଜଣ ହେଲେ ମହିଳାଙ୍କ ସ୍ୱାମୀ ଚନ୍ଦ୍ରକାନ୍ତ ଓ ପୁଅ ବିଳ୍ପବ। ସେମାନଙ୍କଠାରୁ ଡବଲ୍ ସିମ୍‌ ଥିବା ତିନିଟି ମୋବାଇଲ୍ ଜବତ କରାଯାଇଛି। ପୁରୀ ଏସ୍‌ପି କହିଛନ୍ତି,“ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ମନୋରଞ୍ଜନ ବେହେରା ଓ ଆହତ ମହିଳା ରେଣୁବାଳା ପତି ପତ୍ନୀ ନ ଥିଲେ। ସଂପର୍କରେ ସେମାନେ […]

author-image
Rakesh Mallick
ଅଦ୍ୟତନ ହୋଇଛି
ପଟ୍ଟନାୟକିଆ ଛକରେ ଗୁଳିମାଡ଼ ଘଟଣା: ଆହତ ମହିଳାଙ୍କ ସମେତ ୩ ଅଟକ

pattanaikia

ପୁରୀ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପଟ୍ଟନାୟକିଆ ଛକରେ ଗୁଳି କରି ଲୁଟ୍ ଘଟଣାରେ ପୋଲିସ୍ ଆହତ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ରହିଥିବା ଅନ୍ୟ ଦୁଇ ଜଣ ହେଲେ ମହିଳାଙ୍କ ସ୍ୱାମୀ ଚନ୍ଦ୍ରକାନ୍ତ ଓ ପୁଅ ବିଳ୍ପବ। ସେମାନଙ୍କଠାରୁ ଡବଲ୍ ସିମ୍‌ ଥିବା ତିନିଟି ମୋବାଇଲ୍ ଜବତ କରାଯାଇଛି।

Advertisment

ପୁରୀ ଏସ୍‌ପି କହିଛନ୍ତି,“ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ମନୋରଞ୍ଜନ ବେହେରା ଓ ଆହତ ମହିଳା ରେଣୁବାଳା ପତି ପତ୍ନୀ ନ ଥିଲେ। ସଂପର୍କରେ ସେମାନେ ଦିଅର-ଭାଉଜ ଥିଲେ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତା’ର ତଦନ୍ତ ଜାରି ରହିଛି।”

ଆହତ ରେଣୁବାଲାଙ୍କ କହିବା ଅନୁଯାୟୀ, ଗତକାଲି ମନୋରଞ୍ଜନ ଓ ସେ ଜଗନ୍ନାଥ ଦର୍ଶନ ପାଇଁ ବାଇକ୍‌ରେ ପୁରୀ ଯାଉଥିଲେ। ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ପଟ୍ଟନାୟକିଆ ଛକରେ ପଛରୁ ଆସୁଥିବା ଦୁଇ ଜଣ ବାଇକ୍ ଆରୋହୀ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲେ। ସେ ଗାଡ଼ିରୁ ପଡ଼ିଯିବା ପରେ ଦୁଇ ଜଣ ଯାକ ଦୁର୍ବୃତ୍ତ ତାଙ୍କ ଚେନ୍ ଲୁଟିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମନୋରଞ୍ଜନ ସେମାନଙ୍କୁ ପ୍ରତିରୋଧ କରିଥିଲେ। ତେବେ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଗୁଳି ଫୁଟାଇ ଥିଲେ। ମନୋରଞ୍ଜନଙ୍କ ଦେହରା ଗୁଳି ବାଜିଥିଲା। ତା’ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

Advertisment