/odisha-reporter/media/post_attachments/uploads/2016/05/vigilace-2.jpg)
vigilace
ଭୁବନେଶ୍ୱର: ବିଜେଡିରୁ ନିଲମ୍ୱିତ ହେଲେ ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷ ଶିଶିର କୁମାର ସାହୁ। ଶିଶିରଙ୍କ ସମେତ ବିଜେଡି ଗାଇସିଲେଟ୍ ବ୍ଲକ୍ ସଭାପତି ମନୋଜ ପଣ୍ଡାଙ୍କୁ ମଧ୍ୟ ଦଳରୁ ନିଲମ୍ୱନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦୁଇ ଜଣଙ୍କୁ ନିଲମ୍ୱନ କରିଥିବା ନେଇ ଦଳର ରାଜ୍ୟ ସଂପାଦକ ଅନନ୍ତ ନାରାୟଣ ଜେନା ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।
Advertisment
ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷ ଶିଶିର ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ୍ରେ ଅଛନ୍ତି। ଗତ ୧୮ ତାରିଖରେ ଶିଶିରଙ୍କ ଭୁବନେଶ୍ୱର ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବାର ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
