Advertisment

କବି ସୌରୀନ୍ଦ୍ର ବାରିକଙ୍କ ପରଲୋକ

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ସୌରୀନ୍ଦ୍ର ବାରିକଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେ କିଛି ଦିନ ହେଲା ହୃଦରୋଗରେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ସାହିତ୍ୟ ଜଗତରେ ଶୋକରଚ୍ଛାୟା ଖେଳି ଯାଇଛି। ଅନେକ ଲେଖକ, କବି ଓ ମାନ୍ୟଗଣ୍ୟ ବ୍ୟକ୍ତି ଭୀମଟାଙ୍ଗୀ ନିକଟସ୍ଥ ପୁନାମା ଗେଟ୍ ସ୍ଥିତ ତାଙ୍କ ବାସଭବନକୁ ଯାଇ ତାଙ୍କର […]

author-image
Rakesh Mallick
ଅଦ୍ୟତନ ହୋଇଛି
କବି ସୌରୀନ୍ଦ୍ର ବାରିକଙ୍କ ପରଲୋକ

Saurindra Barik

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ସୌରୀନ୍ଦ୍ର ବାରିକଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସେ କିଛି ଦିନ ହେଲା ହୃଦରୋଗରେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁରେ ସାହିତ୍ୟ ଜଗତରେ ଶୋକରଚ୍ଛାୟା ଖେଳି ଯାଇଛି। ଅନେକ ଲେଖକ, କବି ଓ ମାନ୍ୟଗଣ୍ୟ ବ୍ୟକ୍ତି ଭୀମଟାଙ୍ଗୀ ନିକଟସ୍ଥ ପୁନାମା ଗେଟ୍ ସ୍ଥିତ ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷ ଦର୍ଶନ କରିଥିଲେ।

Advertisment

ସୌରୀନ୍ଦ୍ର ବାରିକ ୧୯୩୮ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ହୋଇଥିଲେ। ଇଂରାଜୀ ସାହିତ୍ୟରେ ପି.ଜି ଶେଷ କରିବା ପରେ ସେ ଅଧ୍ୟାପନାକୁ ବୃତ୍ତି କରି ଥିଲେ। ରାଜ୍ୟର ବିଭିନ୍ନ  କଲେଜ୍‌ରେ ଅଧ୍ୟାପନା କରିବା ପରେ ସେ ଓଡ଼ିଶା ଷ୍ଟେଟ୍ ବ୍ୟୁରୋ ଅଫ୍ ଟେକ୍ସଟ୍ ବୁକ୍ ପ୍ରିପାରେସନ୍ ଆଣ୍ଡ୍ ପ୍ରଡକ୍ସନ୍‌ର ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ।

ସୌରୀନ୍ଦ୍ର ଅନେକ ପୁସ୍ତକ ଲେଖିଥିଲେ। ସେ ଅନ୍ୟ ଭାଷାରୁ ଓଡ଼ିଆକୁ ଅନେକ ପୁସ୍ତକ ଅନୁବାଦ ମଧ୍ୟ କରିଛନ୍ତି। ସେ ଲେଖିଥିବା ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ସାମାନ୍ୟ କଥନ (୧୯୭୫), ଉପଭାରତ (୧୯୮୪), ଆକାଶ ପରି ନିବିଡ଼ (୧୯୮୫), ଗୁଣୁଗୁଣୁ ଚିତ୍ରପଟ (୧୯୮୬), ଲୁହଠୁ ବି ଅନ୍ତରଙ୍ଗ (୧୯୮୯), ଚହଲା ଛାଇରେ ଘଡ଼ିଏ (୧୯୯୦), ଆମେ ଦୁହେଁ (୧୯୯୧), ପଢ଼ ବା ନପଢ଼ (୧୯୯୭), ମା, ଆଉ ଯାହା କହିବାକୁ ଥିଲା ଓ ହଳଦୀ ବସନ୍ତ।

Advertisment

କବି ସୌରୀନ୍ଦ୍ର ବାରିକ ୧୯୮୮ ମସିହାରେ କବିତା ପୁସ୍ତକ ‘ଆକାଶ ପରି ନିବିଡ଼’ ପାଇଁ  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସାମାନ୍ୟ କଥନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି।