Advertisment

ରାଉରକେଲାରୁ ଗିରଫ ଆତଙ୍କବାଦୀ ବିଭିନ୍ନ ରାଜ୍ୟରେ ଚଳାଇଥିଲେ ଜିହାଦୀ କାର୍ଯ୍ୟ

ଭୁବନେଶ୍ୱର: ରାଉରକେଲାରୁ ଗିରଫ ସିମି ଆତଙ୍କବାଦୀ ଦେଶର ବିଭିନ୍ନ ରାଜ୍ୟରେ ଜିହାଦୀ କାର୍ଯ୍ୟ ଚଳାଇଥିଲେ। ରିମାଣ୍ଡରେ ଥିବା ଏହି ଆତଙ୍କବାଦୀଙ୍କ ଠାରୁ ଜେରା ବେଳେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ଏସ୍‌ଟିଏଫ୍‌ ହାସଲ କରିଛି। ଆଜି ଦ୍ୱିତୀୟ ଦିନର ପଚରାଉଚରା ବେଳେ ଏସ୍‌ଟିଏଫ୍‌ ସହ ବାହାର ରାଜ୍ୟର ପୋଲିସ ମଧ୍ୟ ସାମିଲ ହୋଇଥିଲେ। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଚେନ୍ନାଇରେ ଗିରଫ ହାତଙ୍କୀମାନେ ଘଟାଛନ୍ତି ବିଭିନ୍ନ କାଣ୍ଡ। କେବଳ ବିସ୍ଫୋରଣ ନୁହେଁ, ଅନ୍ୟ ଆତଙ୍କବାଦୀ କାର୍ଯ୍ୟରେ ବି ଏମାନ ନିୟୋଜିତ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାଉରକେଲାରୁ ଗିରଫ ଆତଙ୍କବାଦୀ ବିଭିନ୍ନ ରାଜ୍ୟରେ ଚଳାଇଥିଲେ ଜିହାଦୀ କାର୍ଯ୍ୟ

terrorist

ଭୁବନେଶ୍ୱର: ରାଉରକେଲାରୁ ଗିରଫ ସିମି ଆତଙ୍କବାଦୀ ଦେଶର ବିଭିନ୍ନ ରାଜ୍ୟରେ ଜିହାଦୀ କାର୍ଯ୍ୟ ଚଳାଇଥିଲେ। ରିମାଣ୍ଡରେ ଥିବା ଏହି ଆତଙ୍କବାଦୀଙ୍କ ଠାରୁ ଜେରା ବେଳେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ଏସ୍‌ଟିଏଫ୍‌ ହାସଲ କରିଛି। ଆଜି ଦ୍ୱିତୀୟ ଦିନର ପଚରାଉଚରା ବେଳେ ଏସ୍‌ଟିଏଫ୍‌ ସହ ବାହାର ରାଜ୍ୟର ପୋଲିସ ମଧ୍ୟ ସାମିଲ ହୋଇଥିଲେ।

Advertisment

ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଚେନ୍ନାଇରେ ଗିରଫ ହାତଙ୍କୀମାନେ ଘଟାଛନ୍ତି ବିଭିନ୍ନ କାଣ୍ଡ। କେବଳ ବିସ୍ଫୋରଣ ନୁହେଁ, ଅନ୍ୟ ଆତଙ୍କବାଦୀ କାର୍ଯ୍ୟରେ ବି ଏମାନ ନିୟୋଜିତ ଥିବା ସ୍ପଷ୍ଟ ପ୍ରମାଣ ମିଳିବାରେ ଲାଗିଛି। ୨୦୧୩ ଖଣ୍ଡୱା ଜେଲ୍‌ ଭାଙ୍ଗି ଫେରାର ହେବା ପରେ ଏମାନେ ଯେଉଁ ସ୍ଥାନକୁ ଯାଉଥିଲେ, ଯେଉଁ କାଣ୍ଡ ଭିଆଉ ଥିଲେ ଏ ସମସ୍ତ ଘଟଣାକୁ ଲିଙ୍କ୍ କରିବାକୁ ଉଦ୍ୟମ ଚଳାଇଛନ୍ତି ତଦନ୍ତକାରୀ ଅଧିକାରୀମାନେ। ବିଭିନ୍ନ ରାଜ୍ୟର ପୋଲିସ ସହ ମିଳିତ ଜେରା ବେଳେ ଏମାନେ ଲୁଚାଉଥିବା ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଏହି ତଥ୍ୟ ସତ କି ମିଛ ସେ କାର୍ଯ୍ୟରେ ମଧ୍ୟ ତଦନ୍ତକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି।

ପୂର୍ବରୁ ଜେରା ବେଳେ ଆତଙ୍କବାଦୀମାନେ ଚେନ୍ନାଇ ବିସ୍ଫୋରଣ, ଉତ୍ତରପ୍ରଦେଶ ବିଜନୋର ବିସ୍ଫୋରଣ ଓ କେତେକ ବ୍ୟାଙ୍କ ଡକାୟତି କଥା ସ୍ୱୀକାର କରି ସାରିଛନ୍ତି। ଭଦ୍ରକ ନଙ୍ଗାମହଲା ଓ ରାଉରକେଲାରେ ଆତଙ୍କମବାଦୀମାନେ ଭଡା ନେଇଥିବା ଘର ଓ ଆଖପାଖ ଅଞ୍ଚଳରୁ ମଧ୍ୟ ପୋଲିସକୁ ତଥ୍ୟ ମିଳିଛି। ଜେରାରୁ ମିଳୁଥିବା ତଥ୍ୟକୁ ଆଧାର କରି ଆଗାମୀ ଦିନରେ ଓଡ଼ିଶା ପୋଲିସ ମଧ୍ୟ ଅନ୍ୟ ରାଜ୍ୟକୁ ଗସ୍ତ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଓଡ଼ିଶା ପୋଲିସ ରିମାଣ୍ଡ ଶେଷ ପରେ ଏହି ଆତଙ୍କବାଦୀକୁ ଏନଆଇଏ ଓ ଅନ୍ୟ ରାଜ୍ୟ ପୋଲିସ ରିମାଣ୍ଡରେ ନେବାକୁ ଯୋଜନା କରୁଛନ୍ତି।

Advertisment