ଦିଲ୍ଲୀରେ ବାଘ ଆତଙ୍କ, ଘରେ ପଶି ୫ ଜଣଙ୍କୁ କଲା କ୍ଷତାକ୍ତ

ଘରର ଛାତ ଉପରେ ବାଘ ଡେଉଁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

ଛାତ ଉପରେ ବାଘ

  • Published: Monday, 01 April 2024
  • , Updated: 01 April 2024, 02:32 PM IST

ଉତ୍ତର ଦିଲ୍ଲୀ ଅଞ୍ଚଳରେ ଚିତାବାଘ ଆତଙ୍କ। ୱାଜିରାବାଦର ଏକ ଗାଁରେ ଚିତାବାଘ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି। ବାଘଟି ଛାତରୁ ଛାତ ଡେଇଁ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛି। 

ଏଥିରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଘ ଛାତକୁ ଛାତ ଡେଉଁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।  

ଅଧିକାରୀଙ୍କ କହିବାନୁସାରେ, ଆଜି ସକାଳେ ଜଗତପୁର ଅଞ୍ଚଳରେ ଚିତାବାଘ ବୁଲୁଥିବାର ଖବର ପାଇ ବନ କର୍ମଚାରୀ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଧିକାରୀମାନେ ଚିତାବାଘକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି।

ବର୍ତ୍ତମାନ ବାଘକୁ ବନ୍ଦୀ କରି ରଖାଯାଇଛି। ତେବେ ବାଘଟି ଜନବସତିକୁ କିପରି ଆସିଲା ଖୋଳତାଡ଼ କରାଯାଉଥିବା କହିଛନ୍ତି ବନ ଅଧିକାରୀ। 

 

Related story