Advertisment

ଟ୍ରାଫିକ ପୁଲିସଙ୍କୁ ବୋନେଟରେ ଝୁଲାଇ ୨୦ ମିନିଟ ବୁଲାଇଲା ଦୁର୍ବୃତ୍ତ, ଦେଖନ୍ତୁ ଭିଡିଓ

ରେଡ୍ ସିଗନାଲ୍ ନମାନି ରାସ୍ତା ପାର ହେଉଥିଲା କାର। ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇଜଣ ଟ୍ରାଫିକ ପୁଲିସଙ୍କୁ ଧକ୍କା ଦେଇ ବୋନେଟରେ ଟାଣି ନେଲା ଦୁର୍ବୃତ୍ତ।

ଅଦ୍ୟତନ ହୋଇଛି
traffic police dragged on car bonnet

traffic police dragged on car bonnet

Advertisment

ଦିଲ୍ଲୀ ରାସ୍ତାରେ ବେପରୁଆ ଗାଡି ଚାଳନାର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ କାର ଡ୍ରାଇଭର ପ୍ରଥମେ ରେଡ୍ ସିଗନାଲକୁ ନମାନି ରାସ୍ତା ପାର ହୋଇଥିଲା। କାର୍ ଅଟକାଇବାକୁ ଚେଷ୍ଟା କରିବାରୁ ଦୁଇଜଣ ଟ୍ରାଫିକ ପୁଲିସଙ୍କୁ ଧକ୍କା ଦେଇଥିଲା ଏବଂ କାରର ବୋନେଟରେ ଟାଣି ନେଇଥିଲା। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, କାର ବୋନେଟରେ ଜୀବନ ବଞ୍ଚାଇ ଦୁଇ ଟ୍ରାଫିକ ପୁଲିସ ଝୁଲି ରହିଛନ୍ତି। ସେମାନେ କାରକୁ ଅଟକିବା ପାଇଁ ବାରମ୍ବାର କହୁଛନ୍ତି, ହେଲେ ଡ୍ରାଇଭର ସେମାନଙ୍କ କଥା ନଶୁଣି ସେମାନଙ୍କୁ ବୋନେଟରେ ଝୁଲାଇ ଟାଣି ନେଉଛି। ରାସ୍ତାରେ ପ୍ରବଳ ଗାଡ଼ିମଟର ଭିଡ଼ ଭିତରେ ଗାଡ଼ି ଚାଳକ ଜଣକ ଦୁଇ ପୁଲିସ କର୍ମଚାରୀଙ୍କୁ କାରର ବୋନେଟରେ ଟାଣି ନେଉଥିବାର ଦେଖିବାକୁ ମିଳୁଛି। କିଛି ଦୂର ଯିବା ପରେ ଉଭୟ ପୁଲିସ ରାସ୍ତାରେ ମୁହଁ ମାଡ଼ି ହୋଇ ପଡ଼ିଥିଲେ।

Advertisment

ଏହି ଘଟଣାରେ ଆହତ ଏଏସ୍ଆଇ ପ୍ରମୋଦ ଏବଂ ହେଡ କନଷ୍ଟେବଳ ଶୈଳେଶ ଚୌହାନ କହିଛନ୍ତି ଯେ ସେମାନେ ବେର୍ ସରାଇ ବଜାର ନିକଟ ବ୍ୟସ୍ତବହୁଳ ଅଞ୍ଚଳ ଦେଇ ଯାଉଥିବା ଗାଡିଗୁଡ଼ିକୁ ଯାଞ୍ଚ କରୁଥିଲେ। ହଠାତ୍ ସେମାନେ ଦେଖିଲେ ଯେ ଏକ କାର ରେଡ ସିଗନାଲ୍ ଡେଇଁପଡିଛି। ଯେତେବେଳେ ସେ କାରକୁ ଅଟକିବାକୁ ସଙ୍କେତ ଦେଇଥିଲେ, କାରଟିର ଗତି କମ ହୋଇଥିଲା। ତା’ପରେ ହଠାତ୍ କାରଟି ଜୋରରେ ଆସି ଉଭୟଙ୍କୁ ଧକ୍କା ଦେଇଥିଲା। ଜୀବନ ବଞ୍ଚାଇବାକୁ ଉଭୟ କାରର ବୋନେଟରେ ଝୁଲି ରହିଥିଲେ। କିନ୍ତୁ ଡ୍ରାଇଭର କାରକୁ ଅଟକାଇ ନଥିଲା। ଶେଷରେ କାରଟି ପ୍ରାୟ ୨୦ ମିନିଟ ସେମାନଙ୍କୁ ବୁଲାଇବା ପରେ ଛାଡ଼ି ଖସି ଯାଇଥିଲା। ଏହି ଘଟଣାରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଉଭୟଙ୍କୁ ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତ ପୁଲିସଙ୍କ ବିବୃତ୍ତିକୁ ଆଧାର କରି ଜଣେ ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରେ ବାଧା ଦେବା ଓ ହତ୍ୟା ଉଦ୍ୟମ ଧାରା ଅଧୀନରେ ଏକ ମାମଲା ରୁଜୁ କରିଛି ପୁଲିସ। ମୋଟର ଯାନ ଅଧିନିୟମର ଧାରାଗୁଡିକ ମଧ୍ୟ ଏଥିରେ ସାମିଲ କରାଯାଇଛି। ଏହି କାରଟି ବସନ୍ତ କୁଞ୍ଜ ବାସିନ୍ଦା ଜୟ ଭଗବାନ ନାମକ ବ୍ୟକ୍ତିଙ୍କ ନାଁରେ ପଞ୍ଜିକୃତ ହୋଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

Delhi Car Incident Traffic Police Dragged In Car Bonnet Delhi Trafic
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe