Advertisment

ଅଡିରେ ଆସି ଶାଗ ବିକୁଛନ୍ତି ଚାଷୀ, ଭିଡିଓ ଭାଇରାଲ

କେରଳର ଜଣେ ଚାଷୀ ଶାଗ ବିକିବାକୁ ଅଡି ଧରି ଆସୁଛନ୍ତି। ଆଉ ବିକ୍ରି କରି ସାରିବା ପରେ ନିଜ କାର୍‌ରେ ପୁଣି ଥରେ ଫେରି ଯାଉଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
farmer in Audi

farmer in Audi

ଅଡି କାର୍‌ର ମାଲିକ ହେବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ । ଏଥିପାଇଁ ବହୁ ଅର୍ଥର ଆବଶ୍ୟକତା ପଡ଼ିଥାଏ। ତେଣୁ ଉଚ୍ଚ ପ୍ରତିଷ୍ଠିତ ଲୋକେ ବି ଅଡି କାର୍‌ କିଣିବା ପୂର୍ବରୁ ନିହାତି ପକ୍ଷେ ଦୁଇ ଥର ଭାବିଥାନ୍ତି। ମାତ୍ର କେରଳ ରାସ୍ତାରେ ଏପରି ଏକ ଦୃଶ୍ୟ ଦେଖି ଆପଣ ଚକିତ ହୋଇଯିବେ।

Advertisment

କେରଳର ଜଣେ ଚାଷୀ ଶାଗ ବିକିବାକୁ ଅଡି ଧରି ଆସୁଛନ୍ତି। ଆଉ ବିକ୍ରି କରି ସାରିବା ପରେ ନିଜ କାର୍‌ରେ ପୁଣି ଥରେ ଫେରି ଯାଉଛନ୍ତି। ଏପରି ଘଟଣାର ଭିଡିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାପରେ ଲାଗିଛି।

ଅଡି କାର୍‌ର ମାଲିକ ବନିଥିବା ଏହି ଯୁବ ଚାଷୀଜଣକ ହେଉଛନ୍ତି ସୁଜିଥ୍‌ । ସୁଜିଥ୍‌ ପ୍ରାୟ ୧୦ ବର୍ଷ ହେବ ଚାଷ କରୁଥିବା ବେଳେ ଏ ସମ୍ପର୍କୀତ ଭିଡିଓ ସେ ସବୁବେଳ ନିଜ ସୋଶାଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥାନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ଫଲୋୟରଙ୍କ ସଂଖ୍ୟା ୨ ଲକ୍ଷ ପାଖାପାଖି ବୋଲି ଜଣାଯାଇଛି। ସେହିପରି ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଥିବା ବେଳେ ସେଥିରେ ତାଙ୍କର ୫ ଲକ୍ଷ ଫଲୋୟର ଅଛନ୍ତି । ଇନଷ୍ଟାଗ୍ରାମରେ ସୁଜିଥ୍‌ Variety Farmer’ ନାମରେ ବେଶ୍‌ ଜଣାଶୁଣା।

Advertisment

ସୁଜିଥ୍‌ ଶେଆର କରିଥିବା ଭିଡିଓରେ ସେ ନିଜ ଅଡିରେ ଆସି ମାର୍କେଟରେ ପହଞ୍ଚିଛନ୍ତି। ଏହାପରେ ରାସ୍ତା ପାର୍ଶ୍ୱରେ ଏକ ପ୍ଲାଷ୍ଟିକ ଚାଦର ପକାଇ ଦେଉଛନ୍ତି। ଅଡିରୁ ସତେଜ ଥିବା ନାଲି ଶାଗ ବାହାର କରି ତାକୁ ସଜାଇ ରଖୁଛନ୍ତି। ଏହାପରେ ନିଜ ଚପଲ ଖୋଲି ସେ ବି ସେଠାରେ ବସି ଯାଉଛନ୍ତି। ‘ଅଡିରେ ଆସି ଶାଗ ବିକୁଛି’ ବୋଲି ସୁଜିଥ୍‌ ନିଜର ଏକ ଭିଡିଓ କ୍ୟାପସନ୍‌ରେ ଲେଖିଛନ୍ତି।

ଗତ ୩ ଦିନ ହେବ ସୁଜିଥ୍‌ ଏଡି ଭିଡିଓ ପୋଷ୍ଟ କରି ସାରିଥିବା ବେଳେ ଏହାକୁ ୬ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ସୋଶାଲ ମିଡିଆ ୟୁଜର୍ସ ସୁଜିଥ୍‌ଙ୍କ ଭିଡିଓକୁ ଲାଇକ୍‌ କରିବା ସହ ତାଙ୍କୁ ଖୁବ୍‌ ଭଲ ପାଇବା ଦେଇଛନ୍ତି।

ସୁଜିଥ୍‌ଙ୍କ ପରି ଭାରତର ସମସ୍ତ ଚାଷୀ ଭଲ ଜୀବନ ବିତାନ୍ତୁ ବୋଲି ଶୁଭକାମନା ଜଣାଇଛନ୍ତି ବହୁ ଚାଷୀ। ସତେଜ ପରିବା ଚାଷ କରି ତାହାକୁ ବିକ୍ରି କରିବା ସତରେ ଖୁବ୍‌ ସମ୍ମାନର ବିଷୟ । ତେଣୁ ଯାହା ଭଲ ପାଉଛ, କଠିନ ପରିଶ୍ରମ କରି ତାହା କର, ଫଳ ନିହାତି ଭାବେ ପାଇବ ।

Viral Video Kerala