Advertisment

ବିଦେଶିନୀଙ୍କୁ ଠକିଲେ ଦିଲ୍ଲୀର ରିକ୍ସାବାଲା, ୨ କିଲୋମିଟର ପାଇଁ ଦାବି କଲେ ୬ ହଜାର ଟଙ୍କା ଭଡ଼ା

ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଦିଲ୍ଲୀର ଏକ ରିକ୍ସା ଚାଳକ ଜଣେ ବିଦେଶୀ ଝିଅଙ୍କଠାରୁ ମାତ୍ର ୨ କିଲୋମିଟର ଯାତ୍ରା ପାଇଁ ୬,୦୦୦ ଟଙ୍କା ଭଡ଼ା ମାଗିଥିଲେ। ଯାହା ଦିଲ୍ଲୀର ଜମା ମସଜିଦରୁ ଲାଲ୍‌ କିଲ୍ଲା ପର୍ଯ୍ୟନ୍ତ ଯାତ୍ରା ଥିଲା।

ଅଦ୍ୟତନ ହୋଇଛି
Travel vlogger Sylvia Chan from Singapore

Travel vlogger Sylvia Chan from Singapore

Advertisment

କଥାରେ ଅଛି 'ଅତିଥି ଦେବୋ ଭବଃ', ଅର୍ଥାତ୍‌ ଅତିଥି ହିଁ ଭଗବାନ । ତେଣୁ ଭାରତରେ ଅତିଥିମାନେ ଭଗବାନଙ୍କ ସହ ସମାନ ବୋଲି ବିବେଚନା କରାଯାଏ। ଏହି ଚିନ୍ତାଧାରା ଅନୁଯାୟୀ ଭାରତରେ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରାଯାଏ। କିନ୍ତୁ ବେଳେବେଳେ କିଛି ବିଦେଶୀ ପର୍ଯ୍ୟଟକ ଆମ ଦେଶରେ ଅସଦାଚରଣରର ଶିକାର ହେବାକୁ ପଡେ। ଯାହା ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥାଏ ।

Advertisment

ନିକଟରେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ବିଦେଶୀ ପର୍ଯ୍ୟଟକଙ୍କୁ ଠକିବାର ଏକ ମାମଲା ସାମ୍ନାକୁ ଆସିଛି। ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀର ଜଣେ ରିକ୍ସା ଚାଳକ ବିଦେଶୀ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଦେଖିବାକୁ ମିଳିଛି।

ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଦିଲ୍ଲୀର ଏକ ରିକ୍ସା ଚାଳକ ଜଣେ ବିଦେଶୀ ଯୁବତୀଙ୍କ ଠାରୁ ମାତ୍ର ୨ କିଲୋମିଟର ଯାତ୍ରା ପାଇଁ ୬,୦୦୦ ଟଙ୍କା ମାଗିଥିଲେ। ଯାହା ଦିଲ୍ଲୀର ଜାମା ମସଜିଦରୁ ଲାଲ୍‌ କିଲ୍ଲା ପର୍ଯ୍ୟନ୍ତ ଯାତ୍ରା ଥିଲା। ଏହି ଘଟଣା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

Advertisment

ଭାରତ ଭ୍ରମଣରେ ଆସିଥିବା ସିଙ୍ଗାପୁର ଟ୍ରାଭେଲ୍ ବ୍ଲଗର୍ ଚାନ ନାମକ ଏକ ଯୁବତୀ ନିଜ ଇନଷ୍ଟାଗ୍ରାମରେ ସେୟାର କରି କହିଛନ୍ତି, ଜଣେ ରିକ୍ସା ଚାଳକ ପ୍ରଥମେ ଜମା ମସଜିଦରୁ ଲାଲ୍‌ କିଲ୍ଲା ପର୍ଯ୍ୟନ୍ତ ୧୦୦ ଟଙ୍କା ନେବେ ବୋଲି କହିଥିଲେ, କିନ୍ତୁ ପରେ ୬,୦୦୦ ଟଙ୍କା ମାଗିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା। ଶେଷରେ ସେ ଇଚ୍ଛା ନଥାଇ ମଧ୍ୟ ବିବାଦରୁ ବର୍ତ୍ତିବା ପାଇଁ ବାଧ୍ୟ ହୋଇ ୨,୦୦୦ ଟଙ୍କା ଦେଇଥିଲେ। ଦିଲ୍ଲୀର ଏହି ଘଟଣା ପରେ ସୋଶାଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Delhi Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe