Advertisment

ଗୋଡ଼ରେ ଟ୍ରାକ୍ଟର ଚକା ଉଠାଉଥିଲେ ଯୁବକ, ଘଟିଲା ଅଘଟଣ

କିଏ ପାହାଡ଼ ଉପରେ ରିଲ୍‌ କରୁଛି ତ କିଏ ଟ୍ରେନ୍‌ ଲାଇନ୍‌ରେ ଛିଡ଼ା ହୋଇ ଯାଉଛି। ଏପରି କରି କିଏ ଅକାଳରେ ଜୀବନ ହାରୁଛି ତ କିଏ ଜୀବନ ଯାକ ପଙ୍ଗୁ ହୋଇ ଯାଉଛି।

Tractor

Tractor

Advertisment

ଆଜିକାଲି ସୋଶାଲ ମିଡିଆ ଯୁଗ। ଲାଇକ୍‌, କମେଣ୍ଟ ମାୟାରେ ବାୟା ଯୁବବର୍ଗ କିଛି ବି କରିବାକୁ ପଛାଉ ନାହାନ୍ତି। କିଏ ପାହାଡ଼ ଉପରେ ରିଲ୍‌ କରୁଛି ତ କିଏ ଟ୍ରେନ୍‌ ଲାଇନ୍‌ରେ ଛିଡ଼ା ହୋଇ ଯାଉଛି। ଏପରି କରି କିଏ ଅକାଳରେ ଜୀବନ ହାରୁଛି ତ କିଏ ଜୀବନ ଯାକ ପଙ୍ଗୁ ହୋଇ ଯାଉଛି। ଏପରି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି, ଏକ ଟ୍ରାକ୍ଟର ଛିଡ଼ା ହୋଇଛି। ଟ୍ରାକ୍ଟରର ପଛରେ ଥିବା ବଡ଼ ଟାୟାର ପାଖରେ ଜଣେ ଯୁବକ ଏକ ସିଟ୍‌ରେ ବସିଛନ୍ତି। ଏହାପରେ ସେ ନିଜ ଗୋଡ଼ ଦ୍ୱାରା ଟ୍ରାକ୍ଟରର ଟାୟାର ଉଠାଇବାକୁ ଚେଷ୍ଟା କରୁଛି। କିଛି ସମୟ ପରେ ଟ୍ରାକ୍ଟରର ଚକା ଉପରକୁ ଉଠିଥିଲା ।

ଯୁବକଜଣକ ନିଜ କାମରେ ସଫଳ ହୋଇଥିବା ବେଳେ ତାଙ୍କ ସହ ଘଟିଗଲା ଅଘଟଣ। ଚକାରେ ଗୋଡ଼ ପଶିଥିବାରୁ ଯୁବକଜଣକ ନିଜକୁ ସମ୍ଭାଳି ପାରି ନ ଥିଲେ । ଏଥିସହ ଟ୍ରାକ୍ଟରର ଓଜନ ଅତ୍ୟଧିକ ଥିବାରୁ ତାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଛି।

Advertisment

ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଲୋକେ ନାନା କମେଣ୍ଟ ଦେଉଛନ୍ତି। ଏହି ଭିଡିଓକୁ ୩ ଲକ୍ଷ ୭୫ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି। ଜଣେ ୟୁଜର ଲେଖିଛନ୍ତି, ଟାୟାର ଉଠିଗଲା, ଗୋଡ଼ ବସିଗଲା । ଆଉ ଜଣେ ଲେଖିଛନ୍ତି ଏହାକୁ ଦେଖି ମୁଁ ଭୟଭୀତ ହୋଇଯାଇଛି। ଆଉ ଜଣେ ଲେଖିଛନ୍ତି, ଭବିଷ୍ୟତରେ ବ୍ୟକ୍ତିଜଣକ ଚାଲିବା ପାଇଁ ଖୁବ୍‌ ସଂଘର୍ଷ କରିବେ ।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe