Advertisment

ବୟଫ୍ରେଣ୍ଡଙ୍କ ସହ ସମୁଦ୍ର କୂଳରେ ବୁଲୁଥିଲେ, ଭସାଇ ନେଲା ଢେଉ

କିଛି ସେକେଣ୍ଡରେ ଓଲଟପାଲଟ ହୋଇଯାଇଥିଲା ସବୁ କିଛି। ସମୁଦ୍ର ଢେଉରେ ବୟଫ୍ରେଣ୍ତଙ୍କୁ ଛାଡ଼ି ଭିତରକୁ ଭାସି ଯାଇଛନ୍ତି ଯୁବତୀ।

author-image
Hemant Lenka
ଅଦ୍ୟତନ ହୋଇଛି
Russia

Russia

ବୟଫ୍ରେଣ୍ଡଙ୍କ ହାତରେ ହାତ ରଖି ସମୁଦ୍ର କୂଳର ମଜାଉ ଉଠିଥିଲେ ଜଣେ ମହିଳା। ଦୁଇ ଜଣ ବେଳା ଭୂମିରେ ହସଖୁସିରେ ଆଗକୁ ଚାଲି ଚାଲି ଯାଉଥିଲେ। ତେବେ ହଠାତ ଘଟିଥିଲା ଅଘଟଣ। ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲା ଗୋଟିଏ ପରେ ଗୋଟିଏ ବିରାଟକାୟ ଢେଉ।

Advertisment

କିଛି ସେକେଣ୍ଡରେ ଓଲଟପାଲଟ ହୋଇଯାଇଥିଲା ସବୁ କିଛି। ସମୁଦ୍ର ଢେଉରେ ବୟଫ୍ରେଣ୍ତଙ୍କୁ ଛାଡ଼ି ଭିତରକୁ ଭାସି ଯାଇଛନ୍ତି ଯୁବତୀ। ରୁଷର ସୋଚି ସ୍ଥିତ ସମୁଦ୍ର କୂଳରେ ଘଟିଥିବା ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ବେଶ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ୧୬ ତାରିଖରେ ଘଟିଥିଲେ ହେଁ ଏଯାଏ ସମୁଦ୍ର ଢେଉରେ ଭାସି ଯାଇଥିବା ଯୁବତୀଙ୍କ ପତ୍ତା ମିଳିନି। ତାଙ୍କ ବୟଫ୍ରେଣ୍ଡଙ୍କ ଠାରୁ ଆରମ୍ଭ କରି ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜୁ ଥିଲେ ହେଁ ଏଯାଏ ସଫଳତା ମିଳିନି।

Advertisment

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ପୂରା ଘଟଣାର ଦୃଶ୍ୟ ରହିଛି। ଭିଡିଓରେ ପ୍ରେମପକ୍ଷୀ ହାତରେ ହାତ ରଖି ବେଶ ହସଖୁସିରେ ସମୟ କାଟୁଛନ୍ତି। ସେମାନେ ବେଳାଭୂମିର ମଜା ଉଠାଉଥିବା ବେଳେ ହଠାତ୍‌ ଗୋଟିଏ ବିରାଟକାୟ ଢେଉ ସେମାନଙ୍କ ଦେହରେ ମାଡ଼ ହୋଇଥିଲା।

ଢେଉ ମାଡ଼ ହେବା ପରେ ସେମାନେ ପରସ୍ପରକୁ ଧରି ଛିଡ଼ା ହୋଇଥିଲେ। ଢେଉ ଫେରି ଯାଇଥିଲା। ତା’ପରେ ପୁଣି ଏକାଧିକ ଢେଉ ସେମାନଙ୍କ ଦେହରେ ମାଡ଼ ହେବାରୁ ଉଭୟ ତଳେ ପଡ଼ି ଯାଇଥିଲେ। ତଥାପି ପରସ୍ପରର ହାତ ଛାଡ଼ି ନଥିଲେ। କିନ୍ତୁ ପୁଣି ଏକ ବିରାଟକାୟ ଢେଉ ଆସିବାରୁ ଦୁହେଁ ଅଲଗା ହୋଇଯାଇଥିଲେ। ବୟଫ୍ରେଣ୍ଡଙ୍କୁ ଢେଉ କୂଳକୁ ଠେଲି ଦେଇଥିଲେ ହେଁ ଗର୍ଲଫ୍ରେଣ୍ଡଙ୍କୁ ଭିତରକୁ ଟାଣି ନେଇଥିଲା।

କିଛି ସେକେଣ୍ଡ ପାଇଁ ଯୁବକ ଜଣଙ୍କ କିଛି ବୁଝି ପାରି ନଥିଲେ। ହେଲେ ତାଙ୍କ ପ୍ରେମିକା ଢେଉରେ ଭାସି ଯାଉଥିବା ଦେଖି ସେ କେବଳ ଦୌଡ଼ିବାକୁ ଲାଗିଥିଲେ। ସେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ବଡ଼ବଡ଼ ଢେଉ ଭିତରେ ଯୁବତୀ ଜଣଙ୍କ ହଠାତ୍‌ ଅନ୍ତର୍ଧାନ ହୋଇଯାଇଥିଲେ।

ଯୁବକ ଜଣଙ୍କ ତାଙ୍କୁ ଉଦ୍ଧାର କରିବାକୁ ସବୁ ପ୍ରକାରର ଚେଷ୍ଟା କରିଥିଲେ ହେଁ କୌଣସି ସୁଫଳ ପାଇ ନଥିଲେ। ଘଟଣା ପରେ ଯୁବତୀଙ୍କୁ ଠାବ କରିବା ପାଇଁ ଉଦ୍ଧାରକାରୀ ୧୬ ତାରିଖରୁ ପ୍ରୟାସ କରୁଛି। ହେଲେ ଏଯାଏ ତାଙ୍କର କୌଣସି ପତ୍ତା ମିଳିନାହିଁ।

Viral Video Russia