୨୧ ଜିଲ୍ଲାରେ ବର୍ଷା-ବନ୍ୟା ବିତ୍ପାତ: ୫ଟି ସ୍ଥାନରେ ଘାଇ, ୪.୧୧ ଲକ୍ଷ ଲୋକ ପ୍ରଭାବିତ, ୨୩୨୯ ଘର ନଷ୍ଟ

ବର୍ଷା ଓ ବନ୍ୟା ଯୋଗୁ ଏହି ୧୧ଟି ଜିଲ୍ଲାର ମୋଟ ୧୫୯୦ଟି ଘର ନଷ୍ଟ ହୋଇଛି । ଚଳିତବର୍ଷ ବନ୍ୟାରେ ପ୍ରଥମ ମୃତ୍ୟୁ ଘଟଣାରେ କେନ୍ଦୁଝର ଜିଲ୍ଲାରେ ଜଣେ ଓ ଯାଜପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।

Hirakud PhotoOR

ହୀରାକୁଦ ଜଳଭଣ୍ଡାର

Ordigital Desk
  • Published: Friday, 04 August 2023
  • Updated: 04 August 2023, 07:49 PM IST

Sports

Latest News

ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୨୧ଟି ଜିଲ୍ଲାର ମୋଟ ୧୩୬ଟି ବ୍ଲକର ୧୮୮୯ଟି ଗାଁ ଓ ୨୬ଟି ପୌରାଂଚଳର ୧୦୧ଟି ୱାର୍ଡର ମୋଟ ୪ଲକ୍ଷ ୧୧ହଜାର ୩୩୮ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୫୧୬୭୮ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏହି କ୍ଷତିଗ୍ରସ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ବୌଦ୍ଧ ଓ ଜଗତସିଂହପୁର ଜିଲ୍ଲାରେ ମହାନଦୀରେ ଗୋଟିଏ ଲେଖାଏଁ ଘାଇ ହୋଇଥିବାବେଳେ ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀରେ ଗୋଟିଏ ଓ କାଣୀ ନଦୀରେ ୨ଟି ଘାଇ ହୋଇଥିବା ସୂଚନା ମିଳିଛି । ଏବେ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ନରାଜଠାରେ ମହାନଦୀ ଏବଂ ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟ ସରକାର ୧୬ଟି ଜିଲ୍ଲାରେ ୧୩ଟି ଓଡ୍ରାଫ, ୮ଟି ଏନଡିଆରଏଫ ଓ ୮୫ଟି ଅଗ୍ନିଶମ ବାହିନୀ ଟିମକୁ ମୁତୟନ କରିଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟର ୩ଟି ଜିଲ୍ଲା ବୌଦ୍ଧ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମୋଟ ୫ଟି ଘାଇ ହୋଇଛି । ବୌଦ୍ଧ ଜିଲ୍ଲାର କେଭିଠାରେ ମହାନଦୀରେ ୧୦୦ମିଟର ଲମ୍ବ ନଦୀ ବନ୍ଧ ଧୋଇ ଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ନିକଟସ୍ଥ ତେରମାଣପୁରଠାରେ ମହାନଦୀରେ ପ୍ରାୟ ୨୦ମିଟର ଘାଇ ହୋଇଛି । ସେହିପରି ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକର ବନ୍ଧଡ଼ିହାଠାରେ ବ୍ରାହ୍ମଣୀ ନଦୀରେ ୧୦ମିଟର ଘାଇ ହୋଇଛି । ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ମଲ୍ଲିକାପୁର ଓ ଶାସନ ଗାଁ ନିକଟରେ କାଣୀ ନଦୀରେ ୨ମିଟର ଓ ୫ମିଟରର ଘାଇ ହୋଇଥିବା ଜଣାପଡ଼ିଛି । ଏସବୁ ଘାଇକୁ ମରାମତି ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ବର୍ଷା କମିଛି ଓ ହାରାହାରି ୩.୧ ମିମି ବର୍ଷା ରେକର୍ଡ କରାଯାଇଛି । ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଆଜି ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୭.୨୫ଫୁଟ୍ ଥିବାବେଳେ ଜଳଭଣ୍ଡାର ଭିତରକୁ ୪ଲକ୍ଷ ୯୨ହଜାର ୯୧୧କ୍ୟୁସେକ ଜଳ ପ୍ରବେଶ କରୁଛି ୭ଟି ଗେଟ ଦେଇ ୧ଲକ୍ଷ ୫୬ହଜାର ୬୭୬କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଖଇରମାଳଠାରେ ୨.୮୨ଲକ୍ଷ କ୍ୟୁସେକ, ବରମୂଳଠାରେ ୪.୨୦ଲକ୍ଷ କ୍ୟୁସେକ ଓ ମୁଣ୍ଡଳୀଠାରେ ୬.୨୦ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ କଟକରର ନରାଜଠାରେ ମହାନଦୀର ଜଳସ୍ତର ୨୫.୭୨ଫୁଟ ଥିବାବେଳେ ଏଠାରେ ବିପଦ ସଙ୍କେତ ୨୫.୪୧ଫୁଟ ରହିଛି । ସେହିପରି ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭.୩୩ଫୁଟ ଥିବାବେଳେ ବୈତରଣୀର ଜଳସ୍ତର ୧୭.୯୪ଫୁଟରେ ପ୍ରବାହିତ ହେଉଛି । ଅନ୍ୟ କୌଣସି ସ୍ଥାନରେ ଜଳସ୍ତର ବୃଦ୍ଧି ପାଉଥିବା ଦେଖିବାକୁ ମିଳିନି ।

ସେପଟେ ଲଗାଣ ବର୍ଷା ଯୋଗୁ ରାଜ୍ୟର ୧୦ଟି ଜିଲ୍ଲା ଯଥା- ବରଗଡ଼, ବଲାଙ୍ଗିର, ଢେଙ୍କାନାଳ,ଗଞ୍ଜାମ, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମୂୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ମୋଟ ୭୯ଟି ବ୍ଲକର ୨୬୯ଟି ପଂଚାୟତର ୪୭୩ଟି ଗାଁ ଏବଂ ୧୪ଟି ପୌରାଂଚଳର ୫୬ଟି ୱାର୍ଡ ପ୍ରଭାବିତ ହୋଇଛି ।  ପ୍ରାୟ ୨୮୦୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ୨୩୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ବିତ୍ପାତରେ ଏସବୁ ଜିଲ୍ଲାର ମୋଟ ୭୩୯ଟି ଘର ନଷ୍ଟ ହେବା ସହ ୧୧୭୦୮ଜଣ କ୍ଷତିଗ୍ରସ୍ତ ହୋଇଛନ୍ତି ।

Also Read

ସେହିପରି ବର୍ଷା ଓ ବନ୍ୟା ଯୋଗୁ ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୋନପୁର, ବାଲେଶ୍ୱର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୫୭ଟି ବ୍ଲକର ୩୯୮ଟି ପଂଚାୟତର ୧୪୧୬ଟି ଗାଁ ଏବଂ ୧୨ଟି ପୌରାଂଚଳର ୪୫ଟି ୱାର୍ଡର ମୋଟ ୩ଲକ୍ଷ ୯୯ହଜାର ୬୩୦ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏସବୁ ଜିଲ୍ଲାର ୪୮୮୭୪ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଓ ୨୦୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି । ବର୍ଷା ଓ ବନ୍ୟା ଯୋଗୁ ଏହି ୧୧ଟି ଜିଲ୍ଲାର ମୋଟ ୧୫୯୦ଟି ଘର ନଷ୍ଟ ହୋଇଛି । ଚଳିତବର୍ଷ ବନ୍ୟାରେ ପ୍ରଥମ ମୃତ୍ୟୁ ଘଟଣାରେ କେନ୍ଦୁଝର ଜିଲ୍ଲାରେ ଜଣେ ଓ ଯାଜପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story