Advertisment

ଧସିଲା ବୈତରଣୀ ନଦୀବନ୍ଧ; ୫୦ ଫୁଟର ଘାଇ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ କମାଡିହି ପଞ୍ଚାୟତର ବଳରାମପୁରଠାରେ ଆଜି ସକାଳେ ନଦୀବନ୍ଧ ଧସି ୫୦ ଫୁଟର ଘାଇ ସୃଷ୍ଟି କରିଛି।

author-image
Niharika Rout
River Belt

River Belt

ଧସିଲା ବୈତରଣୀର ୫୦ ଫୁଟର ନଦୀବନ୍ଧ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ କମାଡିହି ପଞ୍ଚାୟତର ବଳରାମପୁରଠାରେ ଆଜି ସକାଳେ ନଦୀବନ୍ଧ ଧସି ୫୦ ଫୁଟର ଘାଇ ସୃଷ୍ଟି କରିଛି। ଏହି କାରଣରୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି ।

Advertisment

ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସମଗ୍ର ରାଜ୍ୟରେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇ ଯାଇଛି। ଫଳରେ ବର୍ଷାର ପରିମାଣ ବଢ଼ି ବୈତରଣୀ ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି। ବର୍ଷା ଆସିଲେ କୟାଁ, କମାରଢି, ଖାନ ନଗର, ଦତ୍ତପୁର ଆଦି ପଞ୍ଚାୟତ ସମେତ ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାର ଆଶଙ୍କା ରହିଛି ।

ବଳରାମପୁର ବୈତରଣୀର ତଳିଆ ଅଞ୍ଚଳ ହୋଇଥିବାରୁ ଏଠାରେ ସବୁବେଳେ ବନ୍ୟା ଆଶଙ୍କା ଲାଗି ରହିଥାଏ। ତେଣୁ ଆଜି ବୈତରଣୀର ୫୦ ଫୁଟର ନଦୀବନ୍ଧ ଧସିଥିବାରୁ ଲୋକେ ଛାନିଆ ହୋଇ ପଡ଼ିଛନ୍ତି।

Advertisment

ନିମ୍ନମାନର କାମ ହେତୁ ନଦୀବନ୍ଧ ଧସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ଆଗାମୀ ୪୮ ଘଣ୍ଟାରେ ଘାଇ ମରାମତି କରାଯାଇ ପଥର ପ୍ୟାକିଂ କରାଯିବ ବୋଲି ଜଳ ସମ୍ପଦ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

ଏନେଇ ଗ୍ରାମବାସୀ କହିଛନ୍ତି, ଟଙ୍କା ଆସୁଛି, କାମ ଆସୁଛି । ହେଲେ  ଟଙ୍କା ହଡ଼ପ କରି ଅତି ନିମ୍ନମାନର କାମ କରାଯାଉଛି। ଫଳରେ ନଦୀବନ୍ଧ ବାରମ୍ବାର ଧସୁଛି। ନୂଆପାଟଣାରୁ ବଳରାମପୁର ଅଧ କିମିରୁ ୨ଶହ ମିଟର ପ୍ୟାକିଂ ହୋଇଛି। ଅବଶିଷ୍ଟ ୩ଶହ ମିଟର ଖାଲି ରହିଛି। ଫଳରେ ନଦୀବନ୍ଧରେ ଘାଇ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଥିସହ ତୁରନ୍ତ ଏହାର ମରାମତି କରିବାକୁ ଦାବି କରୁଛନ୍ତି।

River;